ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଡିପଦର ସ୍କୁଲରେ ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

 ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଡି ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ତରଫରୁ ଶିକ୍ଷା ସଚେତନତା ଅଭିଯାନ ଅବସରରେ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲଷ୍ମୀ ପ୍ରିୟା ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରଫେସର ଭୁବନେଶ୍ୱର ବେହେରା ୟୁଥ ଅର୍ଗାନାଇଯେସନର ସଂଯୋଜକ ତଥା ବରିଷ୍ଠ ଶିକ୍ଷାବିତ ବସନ୍ତ କୁମାର ନ।ଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନୀତ   ଅତିଥି ରୂପେ ସମାଜସେବୀ ପ୍ରଭାତ ଦାସ ,ମଦନ ପଟେଲ ପ୍ରମୁଖ ଯୋଗଦାନ କରିଥିଲେ ।ପ୍ରଶ୍ନ ମଞ୍ଚ ପାଇଁ ବିଦ୍ୟାଳୟର ଶିକ୍ଷୟତ୍ରୀ ମିନାକ୍ଷୀ ଭୋଇ ,କନକ ଭୋଇ ,ସୃତିରେଖା ପଟ୍ଟଯୋଶୀ ,ସ।ମ୍ବାଲିନି ମାଝି ,ଚୌହାନ୍ତି ଦୀପ ,ଶିକ୍ଷକ ରଞ୍ଜନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।ସ୍ୱାଧିନତା ଦିବସ ଅବସରରେ ବିଦ୍ୟାଳୟ ର ୫୦ ଜଣ ଛାତ୍ରଛାତ୍ରୀ ଏହି ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ ରେ ସମ୍ପାଦକ ଅବିନାଶ ମୁଣ୍ଡ ମଞ୍ଚ ପରିଚାଳନା କରି ଥିବା ବେଳେ ସ୍କୁଲ ଶିକ୍ଷା କମିଟି ସଭାପତି ଅକ୍ଷୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

ଯୁବଶକ୍ତି କ୍ରିକେଟ ଫାଇନାଲ୍ ରେ ବୋର ପଦର କୁ ହରାଇ ମ.ରାମପୁର ଟୁବୁସ ଚାମ୍ପିଆନ

Sunil Chandra Nayak

କୋଇଲାରି ପଞ୍ଚାୟତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!