ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସ୍ମୃତି

ସ୍ମୃତି

ନଳିନୀ ପ୍ରଭା ମିଶ୍ର

ସ୍ମୃତି ତୁମେ କେବେ ପାହାନ୍ତି ସପନ
   କେବେ ବସନ୍ତର ମଧୁ ଗୀତି
କେବେ ପୁଣି ତୁମେ ଉଦାସୀ ଜହ୍ନ ଟେ
  ଶୀତ ସକାଳ ର ହୁଅ ସାଥୀ।
ସ୍ମୃତି ତୁମେ କେବେ ନ ଈ ପଠା
   ଧାରେ ଶରତ ସଂଜ ର କାଶ ଫୁଲ
କେବେ ହୋଇଯାଅ ମନ ଅଗଣାରେ
  ପୂର୍ଣ୍ଣିମା ର ରାତି ଝଲମଲ।
କେବେ ବିଜନର ସାଥୀ ହୋଇ ଆସ
  ବିଗତ ଦିନର ରୂପ ନେଇ
ମନ ଆଇନାରେ ପ୍ରତିବିମ୍ବ ହୁଅ
  ହୃଦୟ ନିଭୃତ ଚହଲାଇ।
ସ୍ମୃତି ତୁମେ କେବେ ସହକାର ତଳ
   ପ୍ରଥମ ପ୍ରଣୟ ମିଳନର
କେବେ ହୋଇଯାଅ ସାଇତା ଚିଠିର
  ଭାବ ପୀରତି ର ଲେଖାକ୍ଷର।
ସ୍ମୃତି ତୁମେ କେବେ ଜୀବନ ଧାରାର
  ଅଙ୍ଗେ ନିଭା ଅନୁଭୂତି ନାନା
କେତେ ମିଠା,ତିକ୍ତ,ସ୍ଵାଦ ମୂହୁର୍ତ୍ତ ର
  ମନେ ଭରା ଗୀତ ସାରେଗାମା।
ତୁମେ ବହୁବିଧ ବିକଳ୍ପ ଚିନ୍ତାର
  ସାଉଁଟା ଅତୀତ ସମ୍ମୋହନ
ବଞ୍ଚିବା ର ରାହା ବର୍ତ୍ତମାନ ପାଇଁ
  ମଧୁର ମୂହୁର୍ତ୍ତ ବିଦ୍ୟମାନ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ସାହିତ୍ୟ ଅଗଣା

Sunil Chandra Nayak

ପାଳିତ ହେଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

Sunil Chandra Nayak

ମାଁ ଠାକୁରାଣି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ: ଝାରମୁଣ୍ଡା ଦଳ ବିଜେତା–ଭାଟିକୋଟ୍ ଦଳ ଉପ-ବିଜେତା

Sunil Chandra Nayak

Leave a Comment

error: Content is protected !!