ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହରକୁ ପଲିଥିନ ମୁକ୍ତ ଓ ଅନ୍ୟାନ୍ୟ ସମସ୍ୟା କୁ ନେଇ ଧର୍ମଗଡ଼ ଏନଏସି ରେ ବ୍ୟବସାୟୀ ସଂଘର ବୈଠକ

ଧର୍ମଗଡ଼ ସହରକୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ କରିବା ପାଇଁ ଧର୍ମଗଡ଼ ଏନଏସି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।ସହରରେ ଥିବା ବ୍ୟବସାୟୀ ମାନେ ନିଷିଦ୍ଧ ପଲିଥିନ ବ୍ୟବହାର ନକରିବାକୁ ଏନଏସି ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି ଅନୁରୋଧ କରିଛନ୍ତି।ଏନେଇ ଆଜି ଧର୍ମଗଡ଼ ଏନଏସି କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଧର୍ମଗଡ଼ ବ୍ୟବସାୟୀ ସଂଘ ର ସଭାପତି ଶ୍ରୀ ଵିଦ୍ୟାଧର ସାହୁ, ସାଧାରଣ ସମ୍ପାଦକ ଶ୍ରୀ ଅରୁଣ କୁମାର ତାୟଲ, ଶ୍ରବଣ କୁମାର ଅଗ୍ରୱାଲ ଏହି ବୈଠକରେ ଯୋଗ ଦେଇ ନିଷିଦ୍ଧ ପଲିଥିନ,ସହରରେ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।ଧର୍ମଗଡ଼ ସହରକୁ ପଲିଥିନମୁକ୍ତ କରିବା ପାଇଁ ଓ ଏନେଇ ବ୍ୟବସାୟୀ ମାନଙ୍କ ମହଲରେ ସଚେତନତା ସୃଷ୍ଟି କରିବା ପାଇଁ ଧର୍ମଗଡ଼ ଏନଏସି ପକ୍ଷରୁ ଉଚିତ ମାନର ପଲିଥିନ ବ୍ୟବସାୟୀ ମାନଙ୍କୁ ଯୋଗାଇ ଦିଆଯିବ ଓ ବ୍ୟବସାୟୀ ମାନେ ଏହାର ଉଚିତଦେୟ ପୈଠ କରିବେ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।ଆସନ୍ତା ବର୍ଷା ଋତୁ ପୂର୍ବରୁ ସହରର ମୁଖ୍ୟ ରାସ୍ତା ସମେତ ପ୍ରତ୍ୟେକ ୱାର୍ଡ ରେ ଥିବା ଡ୍ରେନ ଗୁଡିକର ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କରିବା ସହ ଡ୍ରେନ ଗୁଡିକରେ ଔଷଧ ସିଞ୍ଚନ ପାଇଁ ସଙ୍ଘ ପକ୍ଷରୁ ଅଧ୍ୟକ୍ଷ ଙ୍କୁ ଅନୁରୋଧ କରାଯାଇ ଥିଲା।ବର୍ଷା ସମୟରେ ସହର ମଧ୍ୟରେ ପାଣି ଜମିବା ସ୍ଥାନ ଗୁଡିକକୁ ଚିନ୍ହଟ କରାଯାଇ ଆଗତୁରା ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ।ଏହି ବୈଠକରେ ଏନଏସିର ଶ୍ରୀ ଶୁଭାଶିଷ ନାୟକ ମଧ୍ୟ ଉପସ୍ଥିତ ଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପୂଜାରିଗୁଡା ଗ୍ରାମ ପଞ୍ଚାୟତ :ମୃତ ହିତାଧିକାରୀ ଙ୍କ ନାମରେ ଉଠୁଛି ଚାଉଳ

Sunil Chandra Nayak

ଛିଲିପl ପଞ୍ଚlୟତ ଉଚ୍ଚ ବିଦ୍ୟାଳୟ ରେ ବନ ମହୋସ‌ଵ

ମୁକ୍ତିରାଣୀ ଦେବତା ଙ୍କ କବିତା ଆଜିର ମୁଁ ଯୁବପିଢି

Sunil Chandra Nayak

Leave a Comment

error: Content is protected !!