ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପଂଚାୟତ ସମିତି ବୈଠକ, ବିଧାୟକ – ଅଂଚଳର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ନିତ କରିବାକୁ ଆହ୍ବାନ

 ନୂଆପଡା ଜିଲ୍ଲା ଖଡ଼ିଆଳ ପଂଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଅଂଚଳର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ନିତ କରିବାକୁ ଆହ୍ଵାନ ଦେଇଥିଲେ। ବିଶେଷ କରି ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଗ୍ରାମର ସଂଯୋଗୀକରଣ, ବିଜୁଳି, ଶୁଦ୍ଧ ପାନୀୟ ଜଳ ସୁବ୍ୟବସ୍ଥା ସାଙ୍ଗକୁ ସ୍ଥାବର ସମ୍ପତି ବୃଦ୍ଧି,ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ସରକାରୀ ଯୋଜନାରେ ଉପଯୁକ୍ତ ହିତାଧିକାରୀ ଚୟନ ଏବଂ ସେବା ପ୍ରଦାନ ପାଇଁ ଆହ୍ବାନ କରିଛନ୍ତି। ବୈଠକରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ବେହେରା ଏବଂ ମାଲ୍ୟବନ୍ତ ସୁନା ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ୨୬ ଗୋଟି ଗ୍ରାମପଂଚାୟତ ର ସମିତି ସଭ୍ୟ ସଭ୍ୟା ଏବଂ ସରପଞ୍ଚ ଉପସ୍ଥିତ ରହିଥିଲେ। ସେହିପରି ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଦେଖା ଯାଉଥିବା ସମସ୍ୟା ଉପରେ ଆଲୋକପାତ କଲେ ସରକାର ସ୍ତରରେ ତାର ସମାଧାନ କରିବି ବୋଲି ବିଧାୟକ କହିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ନନ୍ଦ ଏବଂ ଅଜିତ ଚଳାନ ପ୍ରମୁଖ ଯୋଗ ଦେଇଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏତ ବିପରୀତ ବାଣୀ

Sunil Chandra Nayak

କରଞ୍ଜକୋଟ ଡ୍ୟାମ ଠାରେ ବିଜେପିର ସାଂଗଠନିକ ବୈଠକ

ପ୍ରକାଶ କୁମାର ମିଶ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା 

Leave a Comment

error: Content is protected !!