ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭବାନୀପାଟଣା : (ମ ନି ସ ) ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଲୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର ଶାଖା କଳାହାଣ୍ଡି ଦ୍ୱାରା ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ଭବାନୀପାଟଣା ସହର ର ରିଜର୍ବ ପଡିଆ ଠାରେ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ସହର ଅନେକ ସଂଗଠନ ର କର୍ମକର୍ତା, ବିଭିନ୍ନ କ୍ଲବ ର ସ୍ବେଛାସେବୀ,ଏନ ସିସି, ଏନଏସଏସ, ଚଉଷଠି ବାଟାଲିୟନ, ରିଜର୍ଭ ପୋଲିସ, ଯବାନ ଫିଜିକାଲ ଏକାଡେମୀ ର ଶିବିରର୍ଥୀ, ନେହେରୁ ଯୁବକେନ୍ଦ୍ର ସଂଗଠନ ର ସ୍ବେଛାସେବୀ, ପ୍ରଗତି କଲେଜ ଛାତ୍ରଛାତ୍ରୀ, ପତଞ୍ଜଳି ଯୋଗ ସମିତି ର କର୍ମକର୍ତା ଯୋଗ ଦେଇଥିଲେ l ଆଜିର ଏହି ଯୋଗ ଦିବସ କାର୍ଯ୍ୟକ୍ରମ ରେ ପାଖାପାଖି ୩୫O ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଯୋଗ ଦେଇ ଯୋଗ ଦିବସ ପାଳନ କରିଥିଲେ l ପତଞ୍ଜଳି ର ଯୋଗ ଗୁରୁ ଶ୍ରୀ ଅଶୋକ ମୁଣ୍ଡ ସମସ୍ତ ଙ୍କୁ ଯୋଗ ଶିକ୍ଷାଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ମୁନିସିପାଲିଟି ର ଅଧ୍ୟକ୍ଷା ଶ୍ରମତି ସଂଯୁକ୍ତା ବେହେରା ଯୋଗଦାନ କରିଥିବା ବେଳେ ଉପ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଭିଳାଷ ଜି, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଶ୍ରୀ ସଞ୍ଜୟ କୁମାର ଶତପଥି,ଉପ-ନିର୍ଦେଶକ ଯୋଜନା ଏବଂ ସମନ୍ୱୟ ଶ୍ରୀକାନ୍ତ ଦେଲେଇ,ଜ଼ୀଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କ୍ରୀଡା ଅଧିକାରୀ ଶ୍ରୀ ସୁବାଶିଷ ନାୟକ, ଆଇ ପି ଶ୍ରୀ ମହେନ୍ଦ୍ର ପଣ୍ଡା, ନେହେରୁ ଯୁବକେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର, ଲେଖାପାଳ ଶ୍ରୀ ଦୂତିଆ ବନଛୋର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଯୋଗ ଦିବସ ର ଉପକାରିତା ବିଷୟରେ ଆଲୋକପାତ କରିଥିଲେ l ପ୍ରଥମେ ମୁଖ୍ୟ ଅତିଥି ଶ୍ରୀମତୀ ବେହେରା ଦୀପ ପ୍ରଜ୍ୱଳନ କରି ଯୋଗ ଦିବସ କୁ ଶୁଭାରମ୍ଭ କରିଥିଲେ l ଏହାପରେ ପତଞ୍ଜଳି ର ଯୋଗ ଗୁରୁ ଶ୍ରୀ ମୁଣ୍ଡ ସମସ୍ତ ଙ୍କୁ ସ୍ବାଗତଂ କରିବା ସହ ଯୋଗ ପ୍ରଶିକ୍ଷଣ ଆରମ୍ଭ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ୩୫O ରୁ ଉର୍ଧ୍ଵ ପ୍ରଶିକ୍ଷାର୍ଥୀ ଯୋଗଦେଇ ଦୁଇଦିନ ଧରି ଯୋଗ ଶିକ୍ଷା କରିଥିଲେ l ପ୍ରଥମ ଦିବସ ରେ ଭବାନୀପାଟଣା ସହର ର ଲାଲ ବହାଦୁର ଶାସ୍ତ୍ରୀ ଷ୍ଟେଡିୟମରେ ପାଖାପାଖି ୨OO ଲୋକଙ୍କୁ ନେଇ ଯୋଗାଭ୍ୟାସ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମଧ୍ୟ ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦେଇ ଯୋଗ ଦିବସ ପାଳନ କରିବାସହ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା l ପ୍ରତିଦିନ ଗୋଟିଏ ଘଣ୍ଟା ଯୋଗ କରିବା ପାଇଁ ସମସ୍ତ ପରୀକ୍ଷାର୍ଥୀ ଶପଥ ପାଠ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଭବାନୀପାଟଣା ମୁନିସିପାଲିଟି, ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ପତଞ୍ଜଳି ଯୋଗ ସମିତି, କଳାହାଣ୍ଡି ଜିଲ୍ଲା ପୋଲିସ, ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ସଂଗଠନ ର ସ୍ବେଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା ସହଯୋଗ କରିଥିଲେ l ଏଥିରେ ନେହେରୁ ଯୁବକେନ୍ଦ୍ର ସଂଗଠନ ର ପୂର୍ବତନ ସ୍ବେଛାସେବୀ ରାଜେଶ ମହାରଣା, କୋପ୍ନେଶ୍ଵର ବେମାଲ, ହେମସାଗର ସାହୁ, ପ୍ରବୀଣ କୁମାର ସାହୁ, ଜଗଦାନନ୍ଦ ପ୍ରଧାନ, ଏମଟି ଚୁଲାମାନୀ ମାଝୀ, ଦୁଲବ ପ୍ରମୁଖ ସହଯୋଗ କରିଥିଲେ l

Related posts

ଅପର୍ତ୍ତି ସେଠୀ ଙ୍କ କବିତା ମୋ ଘରେ ହେରାପଞ୍ଚମୀ

କନ୍ଦାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଟି ଶ୍ରେଣୀକୁ ୨ କୋଠରି , ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

Sunil Chandra Nayak

କେସିଙ୍ଗା ବ୍ଲକ ଯାଦବ ସମାଜ ପକ୍ଷରୁ ରମାକାନ୍ତ ଗଉଡ ଙ୍କ ଶୋକସଭା

Leave a Comment

error: Content is protected !!