ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶକ୍ତିଦା ବିଷୋୟୀ ଙ୍କ କବିତା ମୋ ଭାଷାର ସମୃଦ୍ଧି

ମୋ ଭାଷାର ସମୃଦ୍ଧି

ଶକ୍ତିଦା ବିଷୋୟୀ

ଜୀବନଟା ଯେବେ ଜଞ୍ଜାଳମୟ
           ଦୁଃଖେ କଷ୍ଟ ଯାଏ ଭରି
କ୍ଷଣିକ ଆନନ୍ଦ ପାଇବା ପାଇଁକି
            ମନ ଉଦ୍ ବେଗ ଭାରି
ସେହି ରସାମୃତ ଆନନ୍ଦ ପାଇଁକି
            ଶବ୍ଦ ହୁଏ ପରମବ୍ରହ୍ମ
ଶବ୍ଦ ସୃତିରେ ମନ ପାଏ ମୁକ୍ତି 
            ପାଳି କର୍ତ୍ତବ୍ୟର ଧର୍ମ
ସେ ଜୀବନ୍ତ ଶବ୍ଦ ରଚୁଛନ୍ତି ନିତି
            ସାହିତ୍ୟ ସାଧକ ଆମ
ପୁଲ୍ଲକିତ କରେ ମନ ପ୍ରାଣ ଆମ
            ଭୁଲିଲୁ ସକଳ କାମ
ଶବ୍ଦ ବିନ୍ଧାଣି ବର୍ଣ୍ଣମାଳାରେ
            ରଚି ନିତି ନୂଆ ମାଳା
ଲମ୍ବାଇ ଦିଅନ୍ତି ଉତ୍କଳ ମା’ ବେକେ
             ସୁନ୍ଦର ଦିଶଇ ଗଳା
ଧନ୍ୟ କାରିଗର ଶବ୍ଦେ କରି ହାର
             ଅମର ଏ ଧରା ଧାମେ
ମନୋ ହାରି କାବ୍ୟ ହେଉଛି ଉଦଦ୍ଭବ
          ମା’ ସାହା ହୁଅ ତୁମ।
ଆବାଳ ବନିତା ପ୍ରେମେ ହୋଇ ବାଇ
          ଭୁଲିଥାନ୍ତି ଦିନ ରାତି
ରାତ୍ରୀ ଉଜାଗରେ କବିତା ଲେଖନ୍ତି
          କବିଭାବ ମନେ ତାତି।
ଶୁଭଙ୍କର ଏହା ଓଡ଼ିଆ ଭାଷାର
           ଉନ୍ନତି ର ପରିଚାୟ
ସମୃଦ୍ଧ ମୋ ଭାଷା ଆହୁରି ହୋଇବ
           ବିଶ୍ୱରେ ହୋଇବ ଜୟ।
            ଧନ୍ୟ ମୋ ଉତ୍କଳ ଧନ୍ୟ।

                ଗଞ୍ଜାମ

Related posts

ଖଡ଼ିଆଳ ପୌର ନିର୍ବାଚନ ନେଇ କଲହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର

Sunil Chandra Nayak

ଖାଟୁଶ୍ୟାମ ବାବାଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୁଳସୀ

Sunil Chandra Nayak

Leave a Comment

error: Content is protected !!