ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକର ସମିତି ବୈଠକ ଅନୁଷ୍ଠିତ

ଥୁଆମୂଳ ରାମପୁର: ୩/୧୧ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ୨୪ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଏକ ସମିତି ବୈଠକ ପଞ୍ଚାୟତ ସମିତି ବୈଠକ ଗୃହରେ ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ଜିଲ୍ଲା ସାଂସଦ ମାନ୍ଯବର ଶ୍ରୀଯୁକ୍ତ ବସନ୍ତ ପଣ୍ତା ଯୋଗଦେଇ ଥିବାବେଳେ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ, ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ଜୋନ – ୧ ଜିଲ୍ଲାପରିଷଦ ସଭ୍ଯା ଶ୍ରୀମତୀ ପ୍ରମିଳା ମାଝୀ ଜୋନ – ୨ ଜିଲ୍ଲାପରିଷଦ ଶ୍ରୀମତୀ ଟୁନି ଖୋସ୍ଳା, ପୂର୍ବତନ ଡବ୍ଳୁଡିସି ମେମ୍ବର ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ ବିଭାଗ, ସୁରକ୍ଷା ବିଭାଗ, ସମନ୍ନିତ ଶିଶୁ ବିକାଶ ବିଭାଗ ଅଧିକାରୀ, ବନ ବିଭାଗ ଅଧିକାରୀ, ଶିକ୍ଷା ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ। ବୈଠକରେ ସାଂସଦ ପ୍ରକାଶ କରିଥିଲେ ଯେ ଥୁଆମୂଳ ରାମପୁର ବ୍ଳକରେ କର୍ମନିଯୁକ୍ତି ଯୋଜନାରେ ଯାହା ସବୁ କାର୍ଯ୍ଯ ଚାଲିଛି ତାହା ସଠିକ ଭାବରେ ଶ୍ରମିକ ମାନେ ଠିକ ସମୟରେ ପାଇପାରିବେ, ଏହା ସହିତ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ବିଭାଗ ତରଫରୁ ଗତ ୫୦ ବର୍ଷ ମଧ୍ୟରେ ଯାହା ସବୁ କାର୍ଯ୍ଯ କରାଯାଇଛି ତାହାର ଏକ ତାଲିକା ସଂଗ୍ରହ କରି ରଖାଯାଉ, ପଞ୍ଚାୟତ ସମିତି ତରଫରୁ କରାଯାଇଥିବା କାର୍ଯ୍ଯ ର ଏକ ତାଲିକା ପ୍ରସ୍ତୁତ କରି ରଖିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଖାଉଟି ଯୋଗାଣ ବିଭାଗ ଉପରେ ବର୍ଷିଥିବାବେଳେ ଶିକ୍ଷା ବିଭାଗ, ଜଳଯୋଗାଣ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସମ୍ମନିତ ଶିଶୁ ବିଭାଗ ଭଳି ଅନେକ ବିଭାଗରେ ବିଭିନ୍ନ ସମୟରେ କାର୍ଯ୍ଯ ରେ ତ୍ରୃଟିତାର ତୂରନ୍ତ ସମାନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଆଗାମୀ ବୈଠକରେ ଯେମିତି କୌଣସି ଅଭିଯୋଗ ଆଉ ନ ଆସିବ ସେନେଇ ତାଗିତ କରିଥିବା ଜଣାପଡ଼ିଛି। ଉକ୍ତ ବୈକକୁ ଜିପିଓ ଶ୍ରୀ ଜ୍ଞାନରଞ୍ଜନ ଭୋଇ ଭୋଇ ପରିଚାଳନା କରିଥିଲେ

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

Sunil Chandra Nayak

ପ୍ରତାପ କୁମାର ପଣ୍ଡା ଙ୍କ କବିତା ବୟସର ଅପରାହ୍ନେ

Sunil Chandra Nayak

ଦଳିତ ଅଧିକାର ମଞ୍ଚ ପକ୍ଷରୁ ବୈଠକ

Sunil Chandra Nayak

Leave a Comment

error: Content is protected !!