ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇମାନୁଏଲ ପବ୍ଲିକ ରାସ୍ତା ଶୋଚନୀୟ ମରାମତି ଦାବି

 ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତର କର୍ଲ।କୋଟ ଗ୍ରାମର ଇମ।ନୁଏଲ ପବ୍ଲିକ ସ୍କୁଲ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି । ଏହି ରାସ୍ତା ଦେଇ ଅନେକ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ କୁ ପାଠ ପଢି ବାକୁ ଆସିଥାନ୍ତି ।ଏହି ରାସ୍ତା ଠିକ ନ ଥିବାରୁ ଛାତ୍ର ଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ଥାଏ । ରାସ୍ତା ନ ଥିବାରୁ ଦଦରା କଚ। ରାସ୍ତା ଦେଇ ନିତି ସ୍କୁଲ ଆସିବାକୁ ପଡିଥାଏ । ଆଗରୁ କିଛି ମିଟର ରାସ୍ତା ମାଟି କାମ ଏବଂ ମୁରୁମ ପଡି ଥିବା ବେଳେ ଏଯାଏଁ ଆଉ ବାକି ରହି ଥିବା ରାସ୍ତାରେ ଏଯାଏଁ ମାଟି କାମ କିମ୍ବା ମୁରୁମ ପକା ଯାଇ ନାହି । ଯାହା ଫଳରେ ରାସ୍ତା ନିର୍ମାଣ ହେଉ ନାହିଁ । ପଞ୍ଚାୟତ ତରଫରୁ ମାଟି କାମ କରାଯାଇ ରାସ୍ତା ନିର୍ମାଣ କରି ହେବ । ରାସ୍ତା ନିର୍ମାଣ ପାଇଁ ବିଦ୍ୟାଳୟର ଏମ ଡ଼ି ଏବଂ ଶିକ୍ଷକ ବୃନ୍ଦ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ଏବଂ ସରପଞ୍ଚ ଦିବ୍ୟ ଭାରତୀ ଲହଜଳଙ୍କୁ ଭେଟି ଏହି ରାସ୍ତା ନିର୍ମାଣ କରିବା ପାଇଁ ଅଭିଯୋଗ କରିଛନ୍ତି । ଇମାନୁଏଲ ପବ୍ଲିକ ସ୍କୁଲ ଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୩ଶହ ରୁ ୪ ଶହ ମିଟର ପ୍ରଯ୍ୟନ୍ତ ରାସ୍ତା ନିର୍ମାଣ କଲେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁବିଧା ହୋଇ ପାରିବ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି ।ଏଣୁ ଏଥି ପ୍ରତି ତୁରନ୍ତ ବ୍ଲକ ପ୍ରଶାସନ କିମ୍ବ। ପଂଚାୟତ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବା କୁ ସ୍କୁଲ କର୍ତ୍ତୃପକ୍ଷ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ବାଲେଶ୍ବର ସାଂସଦଙ୍କ ଦ୍ବାରା ରକ୍ତଦାନ ଶିବିର ଉଦ୍ ଘାଟନ ବୃକ୍ଷରୋପଣ ମାନପତ୍ର ପ୍ରଦାନ

Sunil Chandra Nayak

ଶ୍ରୀନିବାସ ପଣ୍ଡା ଙ୍କ ଜଗନ୍ନାଥ ଜଣାଣ

Sunil Chandra Nayak

କାଶିବାହଲ ଗାଁରେ ଡକାୟତି,ଗୁଳି ମାଡ଼ରେ ଘର ମାଲିକ ଙ୍କ ପୁଅ ଗୁରୁତର, ପୋଲିସ ର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!