ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇମାନୁଏଲ ପବ୍ଲିକ ରାସ୍ତା ଶୋଚନୀୟ ମରାମତି ଦାବି

 ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତର କର୍ଲ।କୋଟ ଗ୍ରାମର ଇମ।ନୁଏଲ ପବ୍ଲିକ ସ୍କୁଲ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି । ଏହି ରାସ୍ତା ଦେଇ ଅନେକ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ କୁ ପାଠ ପଢି ବାକୁ ଆସିଥାନ୍ତି ।ଏହି ରାସ୍ତା ଠିକ ନ ଥିବାରୁ ଛାତ୍ର ଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ଥାଏ । ରାସ୍ତା ନ ଥିବାରୁ ଦଦରା କଚ। ରାସ୍ତା ଦେଇ ନିତି ସ୍କୁଲ ଆସିବାକୁ ପଡିଥାଏ । ଆଗରୁ କିଛି ମିଟର ରାସ୍ତା ମାଟି କାମ ଏବଂ ମୁରୁମ ପଡି ଥିବା ବେଳେ ଏଯାଏଁ ଆଉ ବାକି ରହି ଥିବା ରାସ୍ତାରେ ଏଯାଏଁ ମାଟି କାମ କିମ୍ବା ମୁରୁମ ପକା ଯାଇ ନାହି । ଯାହା ଫଳରେ ରାସ୍ତା ନିର୍ମାଣ ହେଉ ନାହିଁ । ପଞ୍ଚାୟତ ତରଫରୁ ମାଟି କାମ କରାଯାଇ ରାସ୍ତା ନିର୍ମାଣ କରି ହେବ । ରାସ୍ତା ନିର୍ମାଣ ପାଇଁ ବିଦ୍ୟାଳୟର ଏମ ଡ଼ି ଏବଂ ଶିକ୍ଷକ ବୃନ୍ଦ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ଏବଂ ସରପଞ୍ଚ ଦିବ୍ୟ ଭାରତୀ ଲହଜଳଙ୍କୁ ଭେଟି ଏହି ରାସ୍ତା ନିର୍ମାଣ କରିବା ପାଇଁ ଅଭିଯୋଗ କରିଛନ୍ତି । ଇମାନୁଏଲ ପବ୍ଲିକ ସ୍କୁଲ ଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୩ଶହ ରୁ ୪ ଶହ ମିଟର ପ୍ରଯ୍ୟନ୍ତ ରାସ୍ତା ନିର୍ମାଣ କଲେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁବିଧା ହୋଇ ପାରିବ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି ।ଏଣୁ ଏଥି ପ୍ରତି ତୁରନ୍ତ ବ୍ଲକ ପ୍ରଶାସନ କିମ୍ବ। ପଂଚାୟତ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବା କୁ ସ୍କୁଲ କର୍ତ୍ତୃପକ୍ଷ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ନେଗିଗୁଡା ପଦରପଡା ଗ୍ରାମ କୁ ମିଳିଲା ରାଜସ୍ୱ ଗ୍ରାମ ର ମାନ୍ୟତା 

Sunil Chandra Nayak

ଜଳବନ୍ଦୀ ତଲଙ୍ଗ: ସମସ୍ୟାରେ ଜର୍ଜରିତ “ନା ବ୍ଲକ ପ୍ରଶାସନ ନା ରାଜନେତା କାହାରି ଦୃଷ୍ଟି ପଡୁନି 

Sunil Chandra Nayak

ଚିତ୍ତ ପଡ଼ା ଗ୍ରାମ ରେ ଶ୍ରୀ ଶ୍ରୀ ମହାଦେବ ଙ୍କ ମନ୍ଦିର ରତ୍ନ ମୁଦ ଉତ୍ସବ ନିମିତ୍ତ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!