ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିରେ ବିଇଓଙ୍କୁ ଦାବିପତ୍ର

ଲାଞ୍ଜିଗଡ଼,୦୨/୧୧(ମନିସ)-ଏଇ କିଛିଦିନ ତଳେ ବିଶ୍ବନାଥପୁରଠାରେ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିବା ଘଟଣାରେ ସଂପ୍ରୁକ୍ତ ଶିକ୍ଷକଙ୍କୁ ଜେଲ୍ ଯିବାକୁ ପଡ଼ିଛି ! ତେବେ ଏଇ ଘଟଣାକୁ ନେଇ ବିଶ୍ବନାଥପୁର ଅଞ୍ଚଳବାସୀ ବେଶ୍ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ! ଏପରିକି ଦୋଷୀ ଶିକ୍ଷକଙ୍କ ବିରୁଦ୍ଧରେ ଦ୍ରୁଢ଼ କାର୍ଯ୍ୟାନୁଷ୍ଠାନ ସହିତ ବ୍ଲକର ଏଭଳି ଦୁର୍ନୀତି ଓ ଅନିୟମିତା ତଥା ନକଲି ସାର୍ଟିଫିକେଟ୍ ଦେଇଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଦ୍ରୁଢ଼ ପଦକ୍ଷେପ ନେବାକୁ ଦାବି କରି ଆଜି ଲାଞ୍ଜିଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ! କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ନେତ୍ରୁତ୍ବରେ ଏକ ପ୍ରତିନିଧି ଦଳ ଆଜି ଲାଞ୍ଜିଗଡ଼ ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକଙ୍କୁ ସାକ୍ଷାତ କରି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ଏହାସହିତ ଗୋଟିଏ ସ୍କୁଲରେ ଦୀର୍ଘ ଦିନ ଧରି ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ରୋଟେସନ୍ ଅନୁଯାୟୀ ବଦଳି କରାଯିବାକୁ ସେମାନେ ଦାବି କରିଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କାଦୋପଦରରେ ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

ବିଦାୟ ସମ୍ବର୍ଦ୍ଧନା ଜଣାଇଲା ନିଳମଣି ମହାବିଦ୍ୟାଳୟ 

Sunil Chandra Nayak

କୋକସରା ବ୍ଲକ ପ୍ରେରକ ସଙ୍ଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!