ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିରେ ବିଇଓଙ୍କୁ ଦାବିପତ୍ର

ଲାଞ୍ଜିଗଡ଼,୦୨/୧୧(ମନିସ)-ଏଇ କିଛିଦିନ ତଳେ ବିଶ୍ବନାଥପୁରଠାରେ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିବା ଘଟଣାରେ ସଂପ୍ରୁକ୍ତ ଶିକ୍ଷକଙ୍କୁ ଜେଲ୍ ଯିବାକୁ ପଡ଼ିଛି ! ତେବେ ଏଇ ଘଟଣାକୁ ନେଇ ବିଶ୍ବନାଥପୁର ଅଞ୍ଚଳବାସୀ ବେଶ୍ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ! ଏପରିକି ଦୋଷୀ ଶିକ୍ଷକଙ୍କ ବିରୁଦ୍ଧରେ ଦ୍ରୁଢ଼ କାର୍ଯ୍ୟାନୁଷ୍ଠାନ ସହିତ ବ୍ଲକର ଏଭଳି ଦୁର୍ନୀତି ଓ ଅନିୟମିତା ତଥା ନକଲି ସାର୍ଟିଫିକେଟ୍ ଦେଇଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଦ୍ରୁଢ଼ ପଦକ୍ଷେପ ନେବାକୁ ଦାବି କରି ଆଜି ଲାଞ୍ଜିଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ! କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ନେତ୍ରୁତ୍ବରେ ଏକ ପ୍ରତିନିଧି ଦଳ ଆଜି ଲାଞ୍ଜିଗଡ଼ ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକଙ୍କୁ ସାକ୍ଷାତ କରି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ଏହାସହିତ ଗୋଟିଏ ସ୍କୁଲରେ ଦୀର୍ଘ ଦିନ ଧରି ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ରୋଟେସନ୍ ଅନୁଯାୟୀ ବଦଳି କରାଯିବାକୁ ସେମାନେ ଦାବି କରିଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍ଘାଟିତ

Sunil Chandra Nayak

ଢେଙ୍କାନାଳ – ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜନମଙ୍ଗଳ ରାସୋଳ ପକ୍ଷରୁ ସେବା କାର୍ଯ୍ୟ ଜାରି

କେଲିଆ ପ୍ରାଥମିକ ବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!