ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ 

ରୁପ୍ରା, ୩/୧୧ (ମନୀସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ଠାରେ ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କୁମାର ଦାସଙ୍କ ସଭାପତିତ୍ବରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ଉପ – ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସଦାନନ୍ଦ ପାଣି ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦୁର୍ନୀତି ନିବାରଣ ବାବଦରେ ଅବଗତ କରାଇଥିଲେ ଓ ଦେଶରୁ କିପରି ଦୁର୍ନୀତି ହଟି ପାରିବ ଓ ଦେଶ ହସିବ ଏଥିପାଇଁ ସମସ୍ତେ ସଚେତନ ହେଲେ ଏହା ଫଳପ୍ରଦ ହେବ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ସଂଯୋଜକ ତଥା ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ସୁଧିର କୁମାର ପଣ୍ଡା, ଓଡିଆ ଅଧ୍ୟାପକ ତଥା ଏନ୍. ଏସ୍. ଏସ୍ ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ କାଳୀଚରଣ ମହାପାତ୍ର, ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମମତା ମଞ୍ଜରୀ ପ୍ରଧାନ ଓ ଖେଳ ଶିକ୍ଷକ ଶ୍ରୀ ନାରାୟଣ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ଦୁର୍ନୀତି ନିବାରଣ ବିଭାଗର ଜିଲ୍ଲା ଉପ – ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଣିଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ରୁପ୍ରା ଗ୍ରାମ ପରିକ୍ରମା କରି ଦୁର୍ନୀତି ନିବାରଣ ବିରୁଦ୍ଧରେ ନାରାବାଜୀ କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସମାପନ ହେବାପରେ ଦୁର୍ନୀତି ବିଭାଗର ଜିଲ୍ଲା ଉପ – ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାଣି ନର୍ଲା ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ହୋଇଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରାଇଘର  ସମବାୟ ସମିତିର ସଭାପତି ହେଲେ ରାଇସିଂ ଗଣ୍ଡ 

Sunil Chandra Nayak

ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା…ପାଣିପାଗ ବିଭାଗର ସୂଚନା

Sunil Chandra Nayak

ଗୋଟିଏ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

Leave a Comment

error: Content is protected !!