ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ମେଘ ମହ୍ଲାର

ମେଘ ମହ୍ଲାର

ଆଦ୍ୟ ଆଷାଢ଼ ପହିଲି ବର୍ଷାରେ
   ଭିଜା ମାଟି ବାସ୍ନାୟୀତ
କଳାମେଘୀ ମେଘ ବିଜୁଳି ଅଧରେ
   ମଘ ମହ୍ଲାର ସହିତ।।
ବିଛେଇ ଦେଇଚି ଧରା ରାଣୀ ହସି
   ସବୁଜ ପଣତ ତାର
ନାନା ପୁଷ୍ପ ଫଳ ବୃକ୍ଷ ଲତା ପୂର୍ଣ୍ଣ
    ଦିଶେ କେଡେ ସୁମଧୁର।।
ମେଘ ମହ୍ଲାର ର ପଦ ଧ୍ୱନିରେ ଯେ
    ନାଚେ ବିଭୋରେ ମୟୂର
ଆହାକି ସୁନ୍ଦର ପ୍ରକୃତିର ଛବି
    ଓହ୍ଲାଇ ଶ୍ରାବଣ ଧାର।।
ଆକାଶ ବକ୍ଷରେ ଖଣ୍ଡ ମେଘ ମାଳେ
    ଦିଶେ ଇନ୍ଦ୍ରଧନୁ ହସି
ମନ ହରିଣୀ ସେ ସଜେଇ ହୋଇଚି
   ସାତ ରଙ୍ଗ ଅଙ୍ଗେ ଘସି।।
ସକଳ ଋତୁ୍ଙ୍କ ମଧ୍ୟେ ଶ୍ରେଷ୍ଠ। ଋତୁ
    ଅଟଇ ବରଷା କାଳ
ଆଷାଢ ଆକାଶେ ବିଜୁଳି ଚମକେ
   ସ୍ବର ତା ମେଘ ମହ୍ଲାର।।
ଧରିତ୍ରୀର ଶୂନ୍ଯ ହୃଦୟକୁ ବର୍ଷା
    ଦିଏ ପ୍ରୀତି ଉପହାର
ଗିରି ବନାନୀ ତା ଶ୍ୟାମଳରେ ଭରା
    ଶୁଭେ ଝରଣା ଝଙ୍କାର।।
ନାଲି ଟୁକୁ ଟୁକୁ ସାଧବ ବୋହୁ ସେ
     ଚାଲୁଥାଏ ଥିରି ଥିରି
ପାଟ ଓଢଣୀକୁ ଟାଣି ଦେଇ ସତେ
    ଦିଶେ ମନ ଲୋଭା ଭାରି।।
ଘନ ଅନ୍ଧାରରେ ମଣ୍ଡୁକର ନାଦ
   ଶୁଭୁ ଥାଏ କ୍ଷଣି କ୍ଷଣି
ରୋମାଞ୍ଚକ ଭରେ ଅନୁଭୂତି ଆଣେ
   ମନେ ଉନ୍ମାଦନା ଆଣି।।
ଶୀତଳତା ଭରା ପୂଣ୍ୟ ମହନୀୟା
     ଶ୍ରାବଣୀ ଆୟୁଷ ଧାରା
ଚତୁର୍ଦ୍ଦିଗ ଦିଶେ ସବୁଜିମା ମୟ
   ଧରା ସୁଖେ ଆତ୍ମହରା।।
 

      ମମତା ସାହୁ

      ଗାଈଗାଁ,କଳାହାଣ୍ତି

Related posts

ତୀର୍ଯ୍ୟକ

Sunil Chandra Nayak

ଜଣା ଅଜଣା..୧୯୫୨ ରୁ ୨୦୧୭ ଦେଶ ପାଇଛି ୧୪ ରାଷ୍ଟ୍ରପତି :

Sunil Chandra Nayak

ଟ୍ରାକ୍ଟର ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପରେ ପଡ଼ିଯିବାରୁ ମହିଳା ଶ୍ରମିକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!