ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଦିନକୁ କାମରେ ପ୍ରଭୁଙ୍କୁ ମନରେ
     ସ୍ମରଣ ଛବି ସ୍ବପନ
ତାଙ୍କରି ଭାବନା ରହିଛି ଜୀବନ
    ଭକ୍ତି କରଇ ଦର୍ଶନ।
ଖୋଲି କହି ଦୁଃଖ ବାଢୁଛି ଆଗରେ
    ବିଚାର ଦିଅ ଶାନ୍ତିରେ
ବଞ୍ଚିବାକୁ ହବ ଜୀବନ ସଂଗ୍ରାମେ
    ମୋ ପ୍ରୀତି ଶକ୍ତି ଭକ୍ତିରେ।
ପ୍ରକୃତି ବିପଦ ଆସୁଛି ଦିନକୁ
      ସଂଘର୍ଷ ମୋ ଦିନରାତି
ଆକାଶ ପାତାଳ ଘନ ଅନ୍ଧକାର
    ପ୍ରଭୁ ନାମ ଧରୁ ନିତି।
ଜୀବନ ସଂଗ୍ରାମ କଷଟି ପଥର
   ଥରକୁ ହୁଏ ପରୀକ୍ଷା
ବଞ୍ଚିବା ମରିବା ପ୍ରଭୁଙ୍କ ଉପରେ
   ତା ହୁଏ ଭାଗ୍ୟ ସମୀକ୍ଷା।
ହରିରାମ ଶବ୍ଦ ଯେତେ ଦୂର ଯିବ
       ଘୁଞ୍ଚିବ ସବୁ ବିପଦ
ପ୍ରଫୁଲ୍ଲ ମନରେ ଶାନ୍ତି ଆସିଯିବ
     ମିଳିବ ଶୁଭ ସମ୍ବାଦ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଟେଲିଭିଜନ ଖବର…. ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ   

ନୂଆପଡ଼ା – ବିଭିନ୍ନ ସ୍ଥାନ ରେ ହିନ୍ଦୁ ନବ ବର୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!