ରାଉରକେଲା/ ମହିଳାଙ୍କ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବନ୍ଦିତା ମାହତୋ ଙ୍କ ସଭାପତିତ୍ବ ଓ ସଂପାଦିକା ଇତିଶ୍ରୀ ଦାସ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ଲତିକା ପଟ୍ଟନାୟକ ,ଧିରେନ ସେନାପତି,ନିହାର ରାୟ, ସୂର୍ଯ୍ୟକାନ୍ତ ମହାନ୍ତି,ଲୀନା ବିଶ୍ବାଳ,ଅଶୋକ କକ୍କଡ, ରାଜକୁମାର ଅହିର, ରୋହିତ ତନ୍ତୀ,ପ୍ରତିମା ତନ୍ତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜୟପ୍ରକାଶ ହସପିଟାଲର ଚକ୍ଷୁ ଡାକ୍ତର ମାନେ ପ୍ରାୟ ୨୮୦ଜଣଙ୍କୁ ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ସ୍ଥଳେ ଚଷମା ଓ ଔଷଧ ଯୋଗାଇଦେଇ ଥିଲେ। ସୁରେଶ ଶର୍ମା ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଲେଡି ଲାୟନ ଦଳର ସମସ୍ତ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ମାହତୋ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ