ଶ୍ରାବଣ
ସରୋଜିନୀ ପତି
ଶ୍ରାବଣ ଗୋ ତୁମ ଝରା ଵାଦଲରେ
ଟିକି ଟିକି କଳି ସାଜି ।
ସୁନେଲି ସପନ ଲିଭି ଲିଭି ଯାଇ
ଗୋଧୂଳି ଅନ୍ଧାରେ ମଜି ।
ପୂର୍ବରୁ ଆକାଶ ଛିଟା ଛିଟା ଜଳ
ବହିଇ ମୂଷଳ ଧାରା ।
ଶ୍ରାବଣ ଗୋ ତୁମ ନୟନ ବାରିଧି
ସବୁଜିମା ପତ୍ର ଭରା ।
ପଲ୍ଲବେ କୁସୁମ ହେମଗିରି ସମ
ଚର୍ତୃଦିଗ ମୋହି ପାର ।
ସକାଳ କିରଣ ଆଢ଼ୁ ଆଳେ ଲୁଚି
ଘନ ଵାଦଲ ଛାୟା ର ।
ଜାଗ୍ରତ ପ୍ରହରୀ ସମ ଖେଳି ଖେଳ
ପ୍ରକୃତି ରାଣୀ ର ସାଥେ ।
କେତେ ବେଳେ ସାଜ କଳାହାଣ୍ଡିଆ ଯେ
ଲୁଚକାଳି ରବି ମଥେ ।
ରୋଦ୍ର ତାପ ନାଶି ଜଳଦାନେ ହସି
ଅବନୀ ହୋଇଲା ଖୁସି ।
ପ୍ରଚଣ୍ଡତା ଗ୍ରୀଷ୍ମ ପ୍ରବାହ ର ଵେଳ
ବରଷି ଦେଇଛୁ ଆସି ।
ଶ୍ରାବଣ ଗୋ ତୁମ ମଧୁଝରା ବେଶ
ଆନନ୍ଦେ ଭାସୁଛି ଶଶି ।
ପଶୁ ପକ୍ଷୀ ନର ବୃକ୍ଷ ଲତା କୀଟ
ଜଳାଭାବ କରେ ପ୍ରାଣ ।
କ୍ଷେତ ବିଲ ବାଡି ପୋଖରୀ ନାଳ
ପରିପୂର୍ଣ୍ଣ ହୋଇ ପାଣି ।
ଝଡି ବର୍ଷାର ପହିଲି ଆରମ୍ଭ ନୂଆକରି
ଆନନ୍ଦେ ବିଭୋର କରି ।
ମହାଦେବ ଙ୍କ ର ଶ୍ରାବଣ ମାସରେ
କାଉଡ଼ିଆ ଜଳ ଧରି ।
ସୋମବାର ଦିନ ପ୍ରଭୁ ଙ୍କ ମସ୍ତକରେ
ଜଳାଭାବ ଥାଏ କରି ।
ପଥ କ୍ରାନ୍ତି ପଦ ଚାଳିତ ହୋଇଣ
ମାନସିକ ପୂର୍ଣ୍ଣ କରି ।
ଯୋଗୀ ବେଶ ଧରି କାନ୍ଧରେ ବାଉଙ୍ଗୀ
ଜଳକୁମ୍ଭ ଶ୍ରୀ ଫଳ ଭରି ।
ସମୁଦ୍ର ମନ୍ଥନ ପ୍ରଭୁ ସଦାଶିବ
ଗରଳ ଭକ୍ଷିଣ ଥିଲେ।
ଆକଣ୍ଠ ପାନକରି ନୀଳକଣ୍ଠ ସାଜି
ଦେବାଦେବୀ ଜଳ ଢାଳି ।
ସନ୍ତୁଷ୍ଟ ହୋଇଣ ଆସୁତୋଷ ହେଲେ
ପରମ୍ପରା ଅଛି ରହି ।
ଇନ୍ଦ୍ର ଦେବତା ଜଳ ବୃଷ୍ଟି କଲେ
ଶୀତଳ ଛାୟା ମେଲାଇ ।
ଶ୍ରାବଣ ମାସରେ ପ୍ରଭୁ ଜଗନ୍ନାଥ
ଚିତାଲାଗି ବେଶ ହୋଇ।
ରକ୍ଷା ପୂର୍ଣ୍ଣିମା ରେ ସୁନାବେଶ ହୋଇ
ଦ୍ରୈପଦୀର ମାନ ପାଇଁ ।
ଟଗର, ମାଳତୀ,ଜୂଇ,ଜାଈ ,ହେନ୍ନା
ଚମ୍ପା, ମନ୍ଦାର ଫୁଟଇ ।
ପନିପରିବା ଚାଷ ଧାନ ଚାଷ ପାଇଁ
ବିଲବାଡ଼ି ଶୋଭା ପାଇ ।
ଶ୍ରାବଣୀ ଗୋ ତୁମ ମଧୁଝରା ବେଶ
ମସ୍ତକେ ପକ୍ଷୀରା ଦେଇ।
ବନ୍ୟା ଜଳ ଆସି ଯାଏ ସବୁ ଭାସି
ହିନସ୍ଥା ହୁଅନ୍ତି ଦେଶେ ।
ନଈ,ନାଳ,କ୍ଷେତ ବନ୍ଧବାଡ ଭାଙ୍ଗି
ଅତ୍ୟାଧିକ ଜଳ ଆସେ।
ସରୋଜିନୀ ପତି,
ଗ୍ରାମ/ପୋ-ରସୁଲପୁର ଜିଲ୍ଲା-ଯାଜପୁର