ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜିନୀ ପତି ଙ୍କ କବିତା ଶ୍ରାବଣ

ଶ୍ରାବଣ

ସରୋଜିନୀ ପତି 

                       
ଶ୍ରାବଣ ଗୋ ତୁମ ଝରା ଵାଦଲରେ
     ଟିକି ଟିକି କଳି ସାଜି ।
ସୁନେଲି ସପନ ଲିଭି ଲିଭି ଯାଇ
   ଗୋଧୂଳି ଅନ୍ଧାରେ ମଜି ।
ପୂର୍ବରୁ ଆକାଶ ଛିଟା ଛିଟା ଜଳ
   ବହିଇ ମୂଷଳ ଧାରା । 
ଶ୍ରାବଣ ଗୋ ତୁମ ନୟନ ବାରିଧି
    ସବୁଜିମା ପତ୍ର ଭରା ।
ପଲ୍ଲବେ କୁସୁମ ହେମଗିରି ସମ
  ଚର୍ତୃଦିଗ ମୋହି ପାର ।
ସକାଳ କିରଣ ଆଢ଼ୁ ଆଳେ ଲୁଚି
   ଘନ ଵାଦଲ ଛାୟା ର ।
ଜାଗ୍ରତ ପ୍ରହରୀ ସମ ଖେଳି ଖେଳ
  ପ୍ରକୃତି ରାଣୀ ର ସାଥେ । 
କେତେ ବେଳେ ସାଜ କଳାହାଣ୍ଡିଆ ଯେ
    ଲୁଚକାଳି ରବି ମଥେ ।
ରୋଦ୍ର ତାପ ନାଶି ଜଳଦାନେ ହସି 
   ଅବନୀ ହୋଇଲା ଖୁସି ।
ପ୍ରଚଣ୍ଡତା ଗ୍ରୀଷ୍ମ ପ୍ରବାହ ର ଵେଳ
   ବରଷି ଦେଇଛୁ ଆସି ।
ଶ୍ରାବଣ ଗୋ ତୁମ ମଧୁଝରା ବେଶ
   ଆନନ୍ଦେ ଭାସୁଛି ଶଶି ।
ପଶୁ ପକ୍ଷୀ ନର ବୃକ୍ଷ ଲତା କୀଟ
   ଜଳାଭାବ କରେ ପ୍ରାଣ ।
କ୍ଷେତ ବିଲ ବାଡି ପୋଖରୀ ନାଳ
     ପରିପୂର୍ଣ୍ଣ ହୋଇ ପାଣି ।
ଝଡି ବର୍ଷାର ପହିଲି ଆରମ୍ଭ ନୂଆକରି
    ଆନନ୍ଦେ ବିଭୋର କରି ।
ମହାଦେବ ଙ୍କ ର ଶ୍ରାବଣ ମାସରେ
   କାଉଡ଼ିଆ ଜଳ ଧରି ।
ସୋମବାର ଦିନ ପ୍ରଭୁ ଙ୍କ ମସ୍ତକରେ
    ଜଳାଭାବ ଥାଏ କରି ।
ପଥ କ୍ରାନ୍ତି ପଦ ଚାଳିତ ହୋଇଣ
    ମାନସିକ ପୂର୍ଣ୍ଣ କରି ।
ଯୋଗୀ ବେଶ ଧରି କାନ୍ଧରେ ବାଉଙ୍ଗୀ
    ଜଳକୁମ୍ଭ ଶ୍ରୀ ଫଳ ଭରି ।
ସମୁଦ୍ର ମନ୍ଥନ ପ୍ରଭୁ ସଦାଶିବ
    ଗରଳ ଭକ୍ଷିଣ ଥିଲେ।
 ଆକଣ୍ଠ ପାନକରି ନୀଳକଣ୍ଠ ସାଜି 
    ଦେବାଦେବୀ ଜଳ ଢାଳି ।
ସନ୍ତୁଷ୍ଟ ହୋଇଣ ଆସୁତୋଷ ହେଲେ
     ପରମ୍ପରା ଅଛି ରହି ।
ଇନ୍ଦ୍ର ଦେବତା ଜଳ ବୃଷ୍ଟି କଲେ
   ଶୀତଳ ଛାୟା ମେଲାଇ ।
ଶ୍ରାବଣ ମାସରେ ପ୍ରଭୁ ଜଗନ୍ନାଥ
   ଚିତାଲାଗି ବେଶ ହୋଇ।
ରକ୍ଷା ପୂର୍ଣ୍ଣିମା ରେ ସୁନାବେଶ ହୋଇ
    ଦ୍ରୈପଦୀର ମାନ ପାଇଁ ।
ଟଗର, ମାଳତୀ,ଜୂଇ,ଜାଈ ,ହେନ୍ନା
   ଚମ୍ପା, ମନ୍ଦାର ଫୁଟଇ ।
ପନିପରିବା ଚାଷ ଧାନ ଚାଷ ପାଇଁ 
    ବିଲବାଡ଼ି ଶୋଭା ପାଇ ।
ଶ୍ରାବଣୀ ଗୋ ତୁମ ମଧୁଝରା ବେଶ
   ମସ୍ତକେ ପକ୍ଷୀରା ଦେଇ।
ବନ୍ୟା ଜଳ ଆସି ଯାଏ ସବୁ ଭାସି
   ହିନସ୍ଥା ହୁଅନ୍ତି ଦେଶେ ।
ନଈ,ନାଳ,କ୍ଷେତ ବନ୍ଧବାଡ ଭାଙ୍ଗି
   ଅତ୍ୟାଧିକ ଜଳ ଆସେ।

ସରୋଜିନୀ ପତି,

ଗ୍ରାମ/ପୋ-ରସୁଲପୁର ଜିଲ୍ଲା-ଯାଜପୁର

Related posts

ଧର୍ମଗଡ ରେ ଏଚଡିଏଫସି ବ୍ୟାଙ୍କ ନୂତନ ଶାଖା ଉଦ୍ଘାଟିତ

Sunil Chandra Nayak

ଡାଲଙ୍ଗ ଗ୍ରାମରେ ୧୬ ବର୍ଷ ଧରି ପୂଜା ପାଉଛନ୍ତି ମା ଦୁର୍ଗା

Sunil Chandra Nayak

ଉତ୍କେଲା ରେ ସକାଳ ୦୭ ରୁ ୧୧ ପ୍ରଯ୍ୟନ୍ତ ବିଦ୍ବୁତ ସେବା ବନ୍ଦ ରହିବ

Leave a Comment

error: Content is protected !!