ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ଆଇନ ମହାବିଦ୍ୟାଳୟ ଆନୁକୁଲ୍ୟରେ ଉତ୍କଳ ଦିବସ ପାଳିତ

ରାଉରକେଲା/ ରାଉରକେଲା ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ କବି ତଥା ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ରାଜୀବ ପାଣି ମୁଖ୍ୟ ଅତିଥି , ରାଉରକେଲା ବାର୍ ଆସୋସିଏସନ୍ ର ସଭାପତି ସୁରେଶ ଚନ୍ଦ୍ର ମାଝୀ ଓ ଆଲୁମନି ଆସୋସିଏସନ୍ ର ସଭାପତି ଡଃ ସୁମନ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ଦିବସ ପାଳନ ସଂପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ର ଛାତ୍ର ଗିରିଶ ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡଃ ବେହେରା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହା ସହ ଓଡିଶାର ଇତିହାସ ସଂପର୍କରେ ବକ୍ତବ୍ଯ ରଖିବା ସହ ଓଡିଆ ଭାଷା ସରକାରୀ ସ୍ତରରେ ବ୍ୟବହାର ହେଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଣି ସାହିତ୍ୟ, ଭାଷା ସଂସ୍କୃତି ସଂପର୍କରେ ଆଲୋଚନା କରି କହିଲେ ଯେ ଭାଷା ନଦୀର ସ୍ରୋତ ପରି। କଥା କହିବା ପୂର୍ବରୁ ମଣିଷ ପାଖରେ ଶବ୍ଦ ଥିଲା। ଆଙ୍ଗିକ ଭାଷା ଓ ଶବ୍ଦରୁ ବାକ୍ୟ ଗଠନ ହେଲା। ମେଧା ଶକ୍ତି ଯୋଡିଲା ପରେ ଭାଷା ସଂସ୍କାରିତ ହେଲା। ପରେ ସଂସ୍କୃତି ହେଲା। ସମ୍ମାନିତ ଅତିଥି ଡଃ ଦତ୍ତ ଭାଷା ଶିଖିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ଅନ୍ୟତମ ଅତିଥି ଶ୍ରୀ ମାଝୀ ଭାଷା ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସାମ୍ବାଦିକ ସତ୍ୟାନନ୍ଦ ବେହେରା, ପ୍ରିୟଙ୍କା ପ୍ରିୟଦର୍ଶନୀ ବକ୍ତବ୍ଯ ରଖିଥିବା ବେଳେ ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତି, ଡଃ ପ୍ରଜ୍ଞା ପରମିତା ପଣ୍ଡା, ଡଃ ତନୟ ରାଜ ପାଢୀ, ଡଃ ଦିବ୍ୟେନ୍ଦୁ ପଣ୍ଡା ମଂଚାସୀନ ଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସ୍ବାଗତିକା, ସଂଗୀତା, ଲିପ୍ସା, ସମିୟା,ଶିବା, ସୌମ୍ଯ, ଶିଭମ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବଡବାବୁ ମନୋରଞ୍ଜନ ମହାନ୍ତି, ଦେବାଶିଷ ବେହେରା, ସୁଜାତା ନାୟକ, ଲକ୍ଷ୍ମୀପ୍ରିୟା ସାହୁ, ଅକ୍ଷୟ କୁମାର ଦାଶ,ଅମିତା କୁମାରୀ, ଅନସୂୟା ଟୁଡୁ, ଆଞ୍ଚଲ ପ୍ରଧାନ, ମୋନାଲିସା ସାହୁ, ବିଭୁତି ଭୂଷଣ ପୁହାଣ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଆଲୁମନି ଆସୋସିଏସନ୍ ର ଲୋକ ସଂପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଦୀପାବଳୀ ଓ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ଦକ୍ଷିଣ କାଳୀ ମନ୍ଦିରରେ ଚଣ୍ଡି ମହାଯଜ୍ଞ

Sunil Chandra Nayak

ବିଶ୍ୱ ବିଦ୍ୟାଳୟ ର ଟପ୍ ଟେନ୍ ତାଲିକା ରେ ପରଜଙ୍ଗ ର ୫ ଜଣ ଝିଅ ଙ୍କ କୃତିତ୍ବ

Sunil Chandra Nayak

କୋକସରା ବ୍ଲକ ଶିକ୍ଷା ବିଭାଗରେ ନୂତନ ବିଇଓ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!