ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ 

ରାଉରକେଲା/ କୋଏଲ ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୮୭ତମ ଉତ୍କଳ ଦିବସ ସଂଘ କାର୍ଯାଳୟ ଠାରେ ପାଳିତ ହୋଇଯାଇଛି। ସଂଘର ସଭାପତି ଅଭୟ କୁମାର ଦାସ ଙ୍କ ସଭପତିତ୍ବ ଓ ସାଧାରଣ ସଂପାଦକ କପିଳେଶ୍ବର ମହାରଣାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ଉତ୍କଳ ଦିବସ ପାଳନ ର ଆବଶ୍ୟକତା ତଥା ମହାମନିଷୀଙ୍କ ଅବଦାନ ଓ ଅନୁଷ୍ଠାନର ଜୟନ୍ତୀ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ନାୟକ ସଂଘର କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ଏହାକୁ ଏକ ଅନନ୍ୟ ସଂଘ ରୂପେ ଗଢି ତୋଳିବାକୁ ପ୍ରତିଶୃତି ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ କହିଲେ ଯେ ସାମ୍ପ୍ରତିକ ସ୍ଥିତିରେ ଆମେ ୮୭ତମ ଉତ୍କଳ ଦିବସ ପାଳନ କରିବାକୁ ବସିଥିବା ବେଳେ ଓଡିଆ ଭାଷାର ସୁରକ୍ଷା ଓ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ସଭାପତିତ୍ବ ଅଭିଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଶ୍ରୀ ମହାରଣା ସଂପାଦକୀୟ ବିବରଣୀ ସହ ଅନୁଷ୍ଠାନର କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଉପସଭାପତି କିଶୋର ଚନ୍ଦ୍ର ନନ୍ଦ ବକ୍ତବ୍ଯ ରଖିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବାସ ଦାସ,ଅରବିନ୍ଦ ପାତ୍ର, ଶତୃଘ୍ନ ଜେନା, ଅନିରୁଦ୍ଧ ଦାସ,ଧନଞ୍ଜୟ ଦାସ ପ୍ରମୁଖ ମଂଚାସୀନ ଥିବା ବେଳେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଜୟନ୍ତ ମିଶ୍ର, ଚନ୍ଦ୍ରଶେଖର ଶତପଥୀ, ଲିଟୁ ପୁହାଣ, ନାରାୟଣ ପ୍ରଧାନ, ଚିତ୍ତରଂଜନ ଦାସ, ସୁର ରାଉତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପ୍ରେମାନନ୍ଦ ସାମଲ ଙ୍କ ସହ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇ ଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ପର୍ଯ୍ୟଟନ ସ୍ଥଳୀର ମାନ୍ୟତାର ଅପେକ୍ଷାରେ ଚାନ୍ଦପୁର ବାବା ସାଧୁ ଗୋସେଇଁ ପୀଠ 

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାହାପୁରୁର୍‌ ସବୁ କାମ୍‌ ବନ୍‌ଏ

ରତିନାରାୟଣ ରାଉତ  ଙ୍କ କବିତା ଦୁହିତା

Leave a Comment

error: Content is protected !!