ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଦେଶାତ୍ମବୋଧକ କବିତା ଆସର

ମୟୂରଭଞ୍ଜ -୧୬/୮/୨୨(ମସିହା) ଆଜାଦା କୀ ଅମୃତ ମହୋତ୍ସବ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ଏକ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଆୟୋଜକ ପରିବେଶବିତ୍ ପ୍ରଦୀପ୍ତ କବିଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପାର୍ଥ ସାରଥି କବି,ଏବଂ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ର ଅଧ୍ୟକ୍ଷ ମନୋଜ ଦାସ ଯୋଗଦେଇଥିଲେ । ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ଏବଂ ଶିକ୍ଷକ ତିମିର ରଂଜନ ପଣ୍ଡାଙ୍କ ମନ୍ତ୍ର ଉଚ୍ଚାରଣରେ ଏକ ସାରସ୍ୱତ ପରିବେଶ ସୃଷ୍ଟି ହୋଇଥିଲା ।ଦୁଇ ଯୁଗଳ ସଂଯୋଜକ ରଂଜନ କୁମାର ନନ୍ଦ ଏବଂ ଡଃ ଦିଗମ୍ବର ଗିରି ଙ୍କ ସଂଯୋଜନାରେ ଉପସ୍ଥିତ ଥିବା କବି କବୟିତ୍ରୀ ମାନେ ସେମାନଙ୍କ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରି ପରିବେଶକୁ ଏକ ଭାବମୟ କରିଥିଲେ ।ସେହି ପ୍ରତିଭା ଓ ପ୍ରତିଷ୍ଠାଧାରୀ କବି /କବୟତ୍ରୀ ମାନେ ହେଲେ ଅଧ୍ୟାପକ ମାନସ ରଂଜନ ପରିଡ଼ା, ,ବିଜୟ ରାମ, ଦେବପ୍ରିୟଦର୍ଶୀ, ଗୋପାଳକୃଷ୍ଣ ମହାନ୍ତି,ଡଃ ଦିଗମ୍ବର ଗିରି,ନିରୁପମା କବି,ଡଃ ମନ୍ତ୍ରୀ ରଥ,ତିମିର ରଂଜନ ପଣ୍ଡା,ଡଃ ମିଲନ ମହାନ୍ତ, ଜଗନ୍ନାଥ ବଳ,ମମତା ପାତ୍ର,ଲଳିତ ମହାନ୍ତି, ପୁଷ୍ପାଞ୍ଜଳି ତ୍ରିପାଠୀ,ରଂଜନ କୁମାର ନନ୍ଦ, ଉର୍ମିଳା ପାଣି,ସତ୍ୟବ୍ରତ ମହାନ୍ତି, ସାର୍ଥକ ପଣ୍ଡା, ସୁଦର୍ଶନ ବସା,ସୁରଥ ପଟନାୟକ,ପୁଷ୍ପଲତା ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାବିତ ଦିଲିପ ମହାନ୍ତିଙ୍କ ସମେତ ବହୁ ସାହିତ୍ୟ ଅନୁରାଗୀ ଉପସ୍ଥିତ ରହି କବି / କବୟତ୍ରୀଙ୍କୁ ଉତ୍ସାହିତ କରିଥିଲେ ।ଓଡ଼ିଶା ସାହିତ୍ୟ ଏକାଡେମୀ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଅଜିତ ପାତ୍ର ଆୟୋଜକ ଙ୍କୁ ସାଧୁବାଦ ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସୃଷ୍ଟିର ଅନ୍ତିମ ଗାଥା 

Sunil Chandra Nayak

ଜବାହର ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

ୟୁଏସ୍ଆଇ ସଂଗଠନ ପକ୍ଷରୁ ଚାରା ରୋପଣ ଓ ଚାଷୀଙ୍କୁ ବିହନ ବଣ୍ଟନ ସହ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!