ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ଅପ୍ରେଲ ୧୧ ରେଳରୋକ ପାଇଁ ସଜବାଜ

ନର୍ଲା -(ମ ନି ସ )- ନର୍ଲାରୋଡ ରେଳ ଷ୍ଟେସନ ରେ ଗତ କୋଭିଡ କଟକଣା ଯୋଗୁଁ ପୂର୍ବରୁ ରହୁଥିବା ଦ୍ରୁତଗାମୀ ଟ୍ରେନ ଗୁଡିକ ବର୍ତ୍ତମାନ ସୁଦ୍ଧା ରହଣୀ ହୋଇ ନଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ କନ୍ଧମାଳ ଜିଲ୍ଲା ର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଯାତ୍ରୀ ମାନେ ଦିଲ୍ଲୀ, ହାଇଦ୍ରାବାଦ, ତିରୁପତି ,ବିଶାଖାପାଟଣା, ସୁରତ ଆଦି ବିଭିନ୍ନ ଅଂଚଳ କୁ ଯିବାପାଇଁ କେସିଙ୍ଗା ଯିବା ପାଇଁ ନାହିଁ ନଥିବା ଆସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିବା ଦେଖିବାକୁ ମିଳୁଛି l ବର୍ତ୍ତମାନ ସରକାର ଆସନ୍ତା ଅପ୍ରେଲ ୬ ତାରିଖରୁ କୋଭିଡ କଟକଣା କୁ ସମ୍ପୂର୍ଣ ମୁକ୍ତ କରିବା ପାଇଁ ଘୋଷଣା କରିବା ପରେ ଲୋକ ଆଶ୍ବସ୍ତି ଅନୁଭବ କରୁଛନ୍ତି l ଏହି ପରିପ୍ରେକ୍ଷୀରେ ନର୍ଲାରୋଡ ରେଳ ଷ୍ଟେସନ ରେ ପୂର୍ବରୁ ରହି ଆସୁଥିବା କୋରବା- ବିଶାଖାପାଟଣା, ଧନବାଦ – ଏଲେପି, ବିଳାଶପୁର – ତିରୁପତି, ନିଜାମୁଦ୍ଧିନ – ବିଶାଖାପାଟଣା ସମତା ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡ ଠାରେ ଆସନ୍ତା ଅପ୍ରେଲ ୬ ତାରିଖ ରୁ ରହଣୀ ନହେଲେ ଆସନ୍ତା ୧୧ ତାରିଖରୁ ଅଖପାଖ ର ୧0ଗୋଟି ଗ୍ରାମ ର ଯାତ୍ରୀ ଙ୍କୁ ନେଇ ନର୍ଲାରୋଡ଼ ରେଳ ଯାତ୍ରୀ ଙ୍କୁ ନେଇ ରେଳରୋକ କରାଯିବ ବୋଲି ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ର ସଭାପତି ପ୍ରଦୀପ କୁମାର ନାଏକ ଓ ସମ୍ପାଦକ ହମେଶ କୁମାର ଜୈନ ପ୍ରକାଶ କରିବା ସହ ଇଷ୍ଟକୋଷ୍ଟ ରେଳ ବିଭାଗ ର ଡି ଆର ଏମ ଙ୍କୁ ପତ୍ର ସଂଖ୍ୟା RRNRLR -0୨୩ /୨ ୨, ୨୯. ୩. ୨୨ ଜଣାଇବା ସହ ଏହାର ଏକକିତା ନକଲ ନର୍ଲା ବିଡ଼ିଓ, ବିଧାୟକ, କଳାହାଣ୍ଡି ସାଂସଦ, ରାଜ୍ୟସଭା ସାଂସଦ ଙ୍କୁ ପତ୍ର ପ୍ରେରଣ କରିଛନ୍ତି l

ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ ମସିହା. ଇନ

Related posts

ସମ୍ବର୍ଦ୍ଧିତ ହେବେ ସହିଦ ପରିବାର

Sunil Chandra Nayak

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦୁଇ ଦିବସୀୟ ସମାରୋହରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଏବଂ ରାଜ୍ୟ ମହିଳା, ଶିଶୁ ବିକାଶ ଏବଂମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଯୋଗଦାନ

Sunil Chandra Nayak

ଖଜୁରୀ ପଡା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!