ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଡିସନାଲ ଡାଇରେକ୍ଟରଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

ପାପଡାହାଣ୍ଡି,26/11, ମନିସ — ନବରଙ୍ଗପୁର ପାପଡାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଶନିବାର ଏଡିସନାଲ ଡାଇରେକ୍ଟର ସରୋଜ କୁମାର ବେହେରା ପରିଦର୍ଶନ କରିଥିଲେ | ଏହି ସମୟରେ ସେ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଓ 5ଟି ବିଦ୍ୟାଳୟ ଗୁଡିକର ଟ୍ରାନ୍ସଫୋରମେସନ କାର୍ଯ୍ୟର ତଦାରଖ କରିଥିଲେ | ଏହି ସମୟରେ ଡିଇଓ ପ୍ରଦୀପ କୁମାର ନାଗ, ଏଡିଇଓ ବିଶ୍ଵନାଥ ସାହୁ ଓ ରେଶମ ଲାଲ ନାୟକ, ପାପଡାହାଣ୍ଡି ବିଇଓ ବୀରେନ୍ଦ୍ର କୁମାର ପାଢ଼ୀ, ଜିଲ୍ଲା ପ୍ଲାନିଂ କୋର୍ଡିନେଟର ପ୍ରଦୀପ୍ତ କୁମାର ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ | ସେ ବ୍ଲକର କାଙ୍ଗମାଝୀଗୁଡା, ଶିରିଶି, ଡେଙ୍ଗାଗୁଡାର ବିଦ୍ୟାଳୟ ଗୁଡିକୁ ବୁଲି ଦେଖିଥିଲେ | କରୋନା ସମୟରେ ଛାତ୍ରୀ ଛାତ୍ରଙ୍କ ଯେଉଁ କ୍ଷତି ହୋଇଛି ତାହାର ଭରଣ ପୋଷଣ କରିବା ଲାଗି ପରାମର୍ଶ ଦେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସାମୂହିକ ରକ୍ଷା ବନ୍ଧନ ନିମନ୍ତେ ପ୍ରଜ୍ଞା ବାହିନୀର ପ୍ରସ୍ତୁତି ବୈଠକ

Sunil Chandra Nayak

ବେଲପାଳ ପଂଚାୟତ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ରେ ବ୍ଲକ ଅଧିକାରୀ ସହ କର୍ମଚାରୀ ଙ୍କ ଦେଖା ମିଳିଲା ନାହିଁ 

Sunil Chandra Nayak

ଚତୁର୍ଥ ବ୍ଯାଚ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!