ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ପ୍ରଥମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ     

 ନବରଙ୍ଗପୁର— ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ପ୍ରଥମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡଃ.କମଳଲୋଚନ ମିଶ୍ର ସଭାପତିତ୍ବ କରିଥିଲେ ।କମିଟି ସଦସ୍ଯ ସଚିବ ତଥା ବିଦ୍ୟାଳୟର ଅଧ୍ୟକ୍ଷ (ଭାରପ୍ରାପ୍ତ)କେ.କୁରନ ବିଦ୍ୟାଳୟର ବିବରଣୀ ଉପସ୍ଥାପନ କରିଥିଲେ ।ପ୍ରଥମତଃ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଜିଲ୍ଲାବାସୀଙ୍କ ଆବଶ୍ୟକତା ଅନୁସାରେ ଆଉ ଦୁଇଟି ଶ୍ରେଣୀ ବଢାଇବା ଲାଗି ମାନ୍ୟବର ଜିଲ୍ଲାପାଳ ଉପରିସ୍ଥ ଅଧିକାରୀମାନଙ୍କୁ ତୁରନ୍ତ ଅବଗତି ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଥିଲେ । ଦ୍ବିତୀୟତଃ ଦ୍ବାଦଶ ଶ୍ରେଣୀର(+2) ପ୍ରଥମ ବର୍ଷରେ ୪୦ (ବିଜ୍ଞାନ) ସିଟ ସଂଖ୍ୟା ବଢାଯାଇ ୮୦ ସିଟ କରିବା ପାଈଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହିପରି ଦ୍ବାଦଶ (+2) ଶ୍ରେଣୀର ପ୍ରଥମ ବର୍ଷରେ ବାଣିଜ୍ଯ ବିଭାଗରେ ୪୦ଟି ସିଟ ଛାତ୍ରଛାତ୍ରୀଙ୍କ ନୂତନ ଭାବେ ନାମ ଲେଖା ପାଇଁ ତୁରନ୍ତ ସୀକୃତୀ ପ୍ରଦାନ ପାଈଁ ଆବେଦନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ତୃତୀୟତଃ ଜିଲ୍ଲାପାଳ ନିଜେ ପ୍ରତି ମାସରେ ଥରେ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଚାପ ମୁକ୍ତ ଶିକ୍ଷା ଉପରେ ଆଧାରିତ ସମସ୍ତ ତଥ୍ୟର ଅବଗତି ନିମନ୍ତେ ଶିକ୍ଷା ଦେବା ପାଇଁ ସୀକୃତୀ ପ୍ରଦାନ କରିଛନ୍ତି । ଚତୁର୍ତଃ ଆଗାମୀ ଦିନରେ ବିଦ୍ୟାଳୟର ଦୁଇଟି ବେଣ୍ଡବାଜା ଗୃପ ତିଆରି ସହିତ ତାଙ୍କର ଆବଶ୍ଯକୀୟ ସରଞ୍ଜାମ ଯନ୍ତ୍ରପାତି ଯୋଗାଇ ଦେବାକୁ ଜିଲ୍ଲାପାଳ ନିଦ୍ଦେର୍ଶ ଦେଇଥିଲେ । ଏହାପରେ ବିଦ୍ୟାଳୟରେ ବିଦ୍ୟୁତ ଯୋଗାଣରେ ସବୁ ସମୟରେ ଅସୁବିଧା ହେତୁ ଡିଜେଲ ଜେନେରେଟର ର ଆବଶ୍ୟକତା ରହିଥିବା ଅଧକ୍ଷ କୁରନ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ପ୍ରତି କ୍ଲାସରେ ସିସିଟିଭି କ୍ୟାମେରା ର ଆବଶ୍ୟକତା ଅନୁଭବ ହେଉଥିବା କଥା ଜଣାଇଥିଲେ । ତାହାସହ ଷ୍ଟାଫ୍ ଆବାସସ୍ଥଳୀ ର ସଫାସୁତୁରା ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ପୌରପାଳିକା ନବରଙ୍ଗପୁର କୁ ଜଣାଇବାକୁ ଜିଲ୍ଲାପାଳ ନିଦ୍ଦେର୍ଶ ଦେଇଥିଲେ ।ଆଗାମୀ ଦିନରେ ଅଭିଭାବକ ରହଣି ସ୍ଥଳ ତୁରନ୍ତ କାର୍ଯ୍ଯକାରୀ ହେବାକୁ ଯାଉଥିବା କଥା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବୈଠକ ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନାକ୍ଷୀ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ପରିଚାଳନା କମିଟିର ସଦସ୍ଯ ତଥା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ବରିଷ୍ଠ ଶିକ୍ଷା ବିତ୍ ସଦସ୍ଯ ଭାବେ ନବରଙ୍ଗପୁର କଲେଜର ଅଧ୍ୟକ୍ଷ ଡଃ.ଭାସ୍କରନାଥ ବିଶ୍ବାଳ,ଓ ଏକଲବ୍ଯ ମଡେଲ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଜିତ ରଞନ ମାଳି, ଅଭିଭାବକ ପ୍ରତିନିଧି ସଦସ୍ଯ ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଶ୍ରୀମତୀ ପ୍ରଭାତୀ ବିଷୋୟୀ ଓ ଶିକ୍ଷକ ପ୍ରତିନିଧି ଯୋଗେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଜମିରେ ମାଟି ମାଡ଼ି ଆସି ଚାଷୀ ମୁଣ୍ଡରେ ଚଡ଼କ

Sunil Chandra Nayak

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

କ୍ରୀଡାବିତଙ୍କ ସଫଳତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣେ ବୋଲି କହିଲେ ବିଧାୟକ 

Sunil Chandra Nayak

Leave a Comment

error: Content is protected !!