ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଙ୍କ ୭୭ତମ ଶୁଭ ଜନ୍ମଦିନ ଅବସରରେ କାମାକ୍ଷାନଗର ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୁଲ୳ ରେ ଆଜି ଏକ ମେଗା ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର କାମାକ୍ଷାନଗର ଇନଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ,କାମାକ୍ଷା ନଗର ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,କାମାକ୍ଷା ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ଛାତ୍ର ଜନତା ଦଳର ସଭାପତି ସୁରଜ କୁମାର ମହାପାତ୍ର ,କାମାକ୍ଷା ନଗର ବ୍ଲକ୍ ଓ ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତ ବିଜୁ ଜନତା ଦଳର ଉପସ୍ଥିତ ରହି ରକ୍ତଦାତାଙ୍କୁ କରିଥଲେ । ଏହି କାର୍ଯ୍ୟକ୍ରମରେ ମୋଟ ୫୦୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ବିଜୁ ଯୁବ ଛାତ୍ର ଜନତା ଦଳ ର ଏଭଳି ଅଭନବ କାର୍ଯ୍ୟକ୍ରମ ଟି ସାଧାରଣ ମହଲ ରେ ବେଶ ପ୍ରଶଂସିତ ହୋଇଛି ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍