ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷୀ ଙ୍କୁ ସରକାରୀ ସୁବିଧା ଉପଲବ୍ଧି ରେ ବାଧକ ଦୂର ପାଇଁ କ୍ୟାମ୍ପ ଓ ସଚେତନତା କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି – ୨୬/୧୧/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଚାଷୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ର ଲାଭ ମିଳିବାରେ କିଛି କିଛି ଅସୁବିଧା ରହୁଛି,ଉକ୍ତ ସମସ୍ୟା ଗୁଡିକ ସମ୍ବନ୍ଧ ରେ ଚାଷୀ ଅବଗତ ନଥିବା କାରଣ ହେଉ ଅବା ନିଜେ ଉକ୍ତ ସମସ୍ୟା କେଉଁଠି ଓ କିଏ ଦୂର କରିପାରିବ ଜାଣି ନଥିବାରୁ ସମାଧନ କରି ନ ପାରି ବିଭିନ୍ନ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ଏଣୁ ଉକ୍ତ ସମସ୍ୟା ଗୁଡିକ ର ସମାଧନ ଓ ସଚେତନତା ସୃଷ୍ଟି ପାଇଁ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ନିଜସ୍ୱ ଉଦ୍ୟମରେ ଆତ୍ମା କାର୍ଯ୍ୟାଳୟରେ ଏକ କ୍ୟାମ୍ପ କରି ଗୋଟିଏ ପ୍ଲାଟଫର୍ମ ରେ ସଚେତନତା ଓ ସମାଧନ ବ୍ୟବସ୍ଥା କରିଥିଲେ। ଏହି କ୍ୟାମ୍ପ କୁ ଦୁଇଟି ଜନସେବା କେନ୍ଦ୍ର ତଥା ଦୁଇଟି ଶାଖା ପୋଷ୍ଟ ଅଫିସ ର ଅଧିକାରୀ ଯୋଗଦେଇ ସମସ୍ୟା ଗୁଡିକର ତ୍ୱରିତ ସମାଧାନ କରିଥିଲେ। ବିଶେଷଭାବେ ଇ KYC ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗୀକରଣ ପି ଏମ କିଶାନ ଯୋଜନା ଯୋଜନା ର ଉପଲବ୍ଧି ରେ ଥିବା ସମସ୍ୟା କୃଷକ ଓଡ଼ିଶା ପଞ୍ଜିକରଣ ଆଦି କାର୍ଯ୍ୟାଳୟରେ କରା ଯାଇଥିଲା। ଆଜି ପନ୍ଦର ପଂଚାୟତ ର ସାତ ଶହ ରୁ ଉର୍ଦ୍ଧ୍ବ ଚାଷୀ ପହଞ୍ଚି ନିଜ ସମସ୍ୟା ସମାଧାନ କରାଇଥିଲେ। ଆଜିର କାର୍ଯ୍ୟକ୍ରମ ରେ ବି ପି ଏମ ପ୍ରିୟଙ୍କା ପାତ୍ର, ଫାଲ୍ଗୁନି ଅମନାତ୍ୟ, ଶ୍ରୀକାନ୍ତ ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ କୃଷି ଓଭରସିୟର ଧୀରେନ ବେନ୍ୟା, ହରିଶଙ୍କର ତ୍ରିପାଠୀ ଏ ଟିଏମ ଆଶିଷ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କଲମପୁର ବ୍ଳକ-କିରୋସିନ ଯୋଗାଣ ରେ ଦୁର୍ନୀତି ର ଗନ୍ଧ

ସଂଯୁକ୍ତା ସାହୁ ଙ୍କ କବିତା ରଥ,ପଥ,ଜଗନ୍ନାଥ 

Sunil Chandra Nayak

ରାଉରକେଲା ବିକାଶ ମଞ୍ଚ ତରଫରୁ ବିମାନବନ୍ଦର ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!