ଭବାନୀପାଟଣା ତା ୧୨.୪.୨୦୨୨ରିଖ : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଓଡ଼ିଶା ଶକ୍ତି ବିଭାଗ ତରଫରୁ ୧୨/୪ ଓ ୧୩/୪/୨୦୨୨ ଦୁଇ ଦିନ ବ୍ୟାପୀ ତାଲିମ ଶିବିର ଅନୁଷ୍ଠିତ ହେଉଛି। ଏହି ତାଲିମ ଶିବିରକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିଲ୍ଲା ପ୍ରଶାସନ ତରଫରୁ ଉଦଘାଟନ କରି ଉପସ୍ଥିତ ସମସ୍ତ ପ୍ରଶିକ୍ଷାର୍ଥୀ୍ ଙ୍କୁ ସ୍ବାଗତ କରିଥିଲେ।ଶକ୍ତି ବିଭାଗ ଟିମ୍ ହେଡ ଶ୍ରୀ ଅଶୋକ ନନ୍ଦ ଏହି ତାଲିମ ଓ ଶକ୍ତି ସରଂକ୍ଷଣ ବିଷୟରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ। ଗୃହ ନିର୍ମାଣ ଓ ଏହାର ଡିଜାଇନ୍ ସମୟରେ କିଭଳି ନିଜସ୍ଵ ବାସଗୃହ ଓ ବାଣିଜ୍ୟିକ ବାସଗୃହ ରେ ଶକ୍ତି ସଂରକ୍ଷଣ ଉପାୟକୁ ସାମିଲ କରାଯାଇପାରିବ ଓ ପରିବେଶ କୁ ଖାପଖୁଆଈ ନୂଆ ପ୍ରଯୁକ୍ତିର ବ୍ୟବହାର ହୋଇପାରିବ ତାଉପରେ ବିଶେଷ ତାଲିମ ଦିଆଯିବ। ଇନ୍ଦୋର ରୁ ଜେ କେ ବ୍ୟାସ ଏବଂ କୋଲକାତା ରୁ ରାନା ପ୍ରତାପ ପୋଦାର ବିଶେଷ ତାଲିମ୍ ଦାତା ରୂପେ ଯୋଗ ଦେଇଛନ୍ତି। ଶିବିରରେ ରାସ୍ତା ଓ ଗୃହ ନିର୍ମାଣ,ବିଦ୍ୟୁତ୍,ପୌର, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗରୁ ଯନ୍ତ୍ରୀ, ବୈଶୟିକ କର୍ମଚାରୀ,ସମସ୍ତ ବିଡିଓ ଯୋଗ ଦେଇଥିଲେ।
ମ ନି ସ