ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ ଧକ୍କାରେ ଶିକ୍ଷୟିତ୍ରୀ ଗୁରୁତର

ବାଲେଶ୍ଵର,୨୬/୧୧/୨୨- ଟ୍ରକ୍ ଧକ୍କାରେ ଶିକ୍ଷୟିତ୍ରୀ ଗୁରୁତର । ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଆଳଦା ତୋରାଣିପଦା ଛକ ନିକଟରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଶିକ୍ଷୟିତ୍ରୀ ମନ୍ଦାକିନୀ ମଲ୍ଲିକ ଖଇରା ବ୍ଲକ ବାଘୁଆ ନୋଡାଲ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି । ପ୍ରତିଦିନ ପରି ଆଜି(୨୬/୧୧/୨୨) ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକ ନିଜର ସ୍କୁଟି ଯୋଗେ ବିଦ୍ୟାଳୟକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍ ପଛରେ ସ୍କୁଟି ବାଡେଇ ହୋଇଥିଲା । ଫଳରେ ଶ୍ରୀମତୀ ମଲ୍ଲିକ ଖଣ୍ଡେ ଦୂର ଛିଟିକି ପଡିଥିଲେ । ଏହାଦେଖି ଛକ ନିକଟରେ ଉପସ୍ଥିତ ଥିବା ଲୋକେ ସଂଗ ସଂଗ ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ ଏବଂ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଖଇରା ମେଡ଼ିକାଲକୁ ପଠାଇଥିଲେ । ତାଙ୍କର ଡାହାଣ ହାତଟି ଗୁରୁତର କ୍ଷତି ହୋଇ ଥିବାର ଜଣାଯାଇଛିଛି । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଖଇରା ମେଡ଼ିକାଲ ଭଦ୍ରକ ମେଡ଼ିକାଲକୁ ରେଫର କରିଛି । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ନିଜ ହେପାଜତକୁ ଆଣିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସଂଯୁକ୍ତା ସାହୁ ଙ୍କ କବିତା ମନ ଏକ ଉଡନ୍ତା ପକ୍ଷୀ

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର (ରୋଜି) ଙ୍କ କବିତା ବୋଉ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ରାତ୍ରି ଗୋ ତୁମେ

Sunil Chandra Nayak

Leave a Comment

error: Content is protected !!