ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ଚପଳା

  ଚପଳା

     ଅନ୍ନପୂର୍ଣ୍ଣା ସାହୁ

     
ନାରୀ ସିମନ୍ତିନୀ, ଚପଳା ଛନ୍ଦିନୀ
     ରୂପତାର ମନ୍ଦାକିନୀ।
ଚତୁରତା ତାର ନୁହେଁ ନିମ୍ନଗାମୀ
    ସେ ତ ଚପଳା ଚାନ୍ଦିନୀ।
ଦେହତା ଚଞ୍ଚଳା ଚତୁରମାମିନୀ
    ମନ ତାର ଅଭିମାନିନୀ।
ଚପଳା ଛନ୍ଦା ସେ ଅଳକାନନ୍ଦା
   ଭାବପ୍ରବଣିଣୀ ସେ ମୋହିନୀ।
ପ୍ରେମ ପ୍ରଣୟରେ ମନ ଜିଣିନିଏ 
   ନାରୀ ଶକ୍ତି ସ୍ବରୂପିଣୀ।
ଚପଳତାରେ ସେ ସଭିଙ୍କୁ ମୋହଇ
   ସେତ ପୁରୁଷର ଅର୍ଦ୍ଧାଙ୍ଗିନୀ।
ମମତାରେ ସିଏ ସଭିଙ୍କଠୁ ବଳେ
    ସିଏ ସୁଖ ପ୍ରଦାୟିନୀ।
ବିପଦ ପଡିଲେ ଛିଡାହୁଏ ସିଏ
   ସାଜି ଦୁର୍ଗା କିବା ନାରାୟୀଣୀ।
ଚତୁରତା ତାର ଅଙ୍ଗେ ଅଙ୍ଗେ ଭରା
     ସିଏ ଦୁଃଖ ସଂହାରିଣୀ।
ଚପଲତାରେ ସଭିଙ୍କୁ ମୋହଇ
     ନ ସରେ ତା ରୂପ ବଖାଣୀ।

          ଭୁବନପୁର, ବାଲିଅନ୍ତା

Related posts

କବିତା – ସଦ ଭାବ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

ତାରାମଣୀ ମାଝୀ ଙ୍କୁ ନ୍ଯାୟ ନ୍ୟୟ ମିଳିବ କେବେ , ୧୧ମାସ ର ଶିଶୁ କନ୍ୟା କୁ ନେଇ ପ୍ରଶାସନ ର ଦ୍ବାରସ୍ଥ

Sunil Chandra Nayak

Leave a Comment

error: Content is protected !!