ଚପଳା
ଅନ୍ନପୂର୍ଣ୍ଣା ସାହୁ
ନାରୀ ସିମନ୍ତିନୀ, ଚପଳା ଛନ୍ଦିନୀ
ରୂପତାର ମନ୍ଦାକିନୀ।
ଚତୁରତା ତାର ନୁହେଁ ନିମ୍ନଗାମୀ
ସେ ତ ଚପଳା ଚାନ୍ଦିନୀ।
ଦେହତା ଚଞ୍ଚଳା ଚତୁରମାମିନୀ
ମନ ତାର ଅଭିମାନିନୀ।
ଚପଳା ଛନ୍ଦା ସେ ଅଳକାନନ୍ଦା
ଭାବପ୍ରବଣିଣୀ ସେ ମୋହିନୀ।
ପ୍ରେମ ପ୍ରଣୟରେ ମନ ଜିଣିନିଏ
ନାରୀ ଶକ୍ତି ସ୍ବରୂପିଣୀ।
ଚପଳତାରେ ସେ ସଭିଙ୍କୁ ମୋହଇ
ସେତ ପୁରୁଷର ଅର୍ଦ୍ଧାଙ୍ଗିନୀ।
ମମତାରେ ସିଏ ସଭିଙ୍କଠୁ ବଳେ
ସିଏ ସୁଖ ପ୍ରଦାୟିନୀ।
ବିପଦ ପଡିଲେ ଛିଡାହୁଏ ସିଏ
ସାଜି ଦୁର୍ଗା କିବା ନାରାୟୀଣୀ।
ଚତୁରତା ତାର ଅଙ୍ଗେ ଅଙ୍ଗେ ଭରା
ସିଏ ଦୁଃଖ ସଂହାରିଣୀ।
ଚପଲତାରେ ସଭିଙ୍କୁ ମୋହଇ
ନ ସରେ ତା ରୂପ ବଖାଣୀ।
ଭୁବନପୁର, ବାଲିଅନ୍ତା