ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବ୍ଲକରେ ଏସ୍.ଇ.ଏମ୍ ଓ ପମ୍ପ ଅପରେଟର ମାନଙ୍କର ତାଲିମ୍ ଶିବିର ଅନୁଷ୍ଠିତ

ରୁପ୍ରା, (ମ.ନି.ସ) : ନର୍ଲା ବ୍ଲକ୍ ଅଧିନ ୨୬ ଗୋଟି ଗ୍ରାମ ପଞ୍ଚାୟତର ୯୦ ଜଣ ଏସ୍ଇଏମ୍ ଓ ପମ୍ପ ଅପରେଟର୍ ମାନଙ୍କ ପାଇଁ ତିନି ପର୍ଯ୍ୟାୟ ତାଲିମ୍ ଶିବିର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି । ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠି ଏହା ଉଦଘାଟନ କରିବା ସହ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ କାର୍ଯ୍ୟକ୍ରମର ରୁପରେଖ ବାବଦରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ଅନୁଷ୍ଠିତ ହେଉଥିବା ନୋଡାଲ୍ ଅଫିସର ତଥା RWSS କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ସୂଚନା ପ୍ରଦାନ କରିଛନ୍ତି । ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଲା ବର୍ତ୍ତମାନ ଅତ୍ୟାଧୁନିକ ଯନ୍ତ୍ରାଂଶ ସବୁ ବାହାରୁଥିବା ବେଳେ ଏଗୁଡିକ ସହିତ ଏସ୍ଇଏମ୍ ଓ ପମ୍ପ ଅପରେଟର୍ ମାନଙ୍କୁ ପରିଚିତ କରେଇବା ଓ ଜଳ ଯୋଗାଣ ପ୍ରକଳ୍ପ ତଥା ନଳକୂଅ ମାନଙ୍କ ମରାମତି କରିବାର ନୂତନ ଶୈଳି ଓ ଧାରା ଉପରେ ଅବଗତ କରେଇବା ହେଉଛି ତାଲିମ୍ ଶିବିରର ଲକ୍ଷ୍ୟ ବୋଲି କହିଛନ୍ତି । ଗତ ମାର୍ଚ୍ଚ ୩୧ ରୁ ନର୍ଲା ବ୍ଲକ୍ ପରିସରରେ ଥିବା ନୂଆ କନଫରେନ୍ସ ହଲରେ ଓର୍ମାସ୍ ଏବଂ ଆରଡବ୍ଲୁଏସ୍ଏସ୍ ର ମିଳିତ ଆନୁକୂଲ୍ୟରେ ତାଲିମ୍ ଶିବିର ଚାଲୁଥିବା ବେଳେ ନିଆମ୍ ଏଜୁକେସନ୍ ଫାଉଣ୍ଡେସନ୍ ତାଲିମ୍ ପ୍ରଦାନ କରୁଥିବା ଜଣାପଡିଛି । ପ୍ରତି ପର୍ଯ୍ୟାୟରେ ୩୦ ଜଣ ଏସ୍ଇଏମଙ୍କୁ ତାଲିମ୍ ପ୍ରଦାନ କରାଯାଉଥିବା ବେଳେ ତିନିଗୋଟି ପର୍ଯ୍ୟାୟରେ ସମସ୍ତ ୯୦ ଜଣ ଏସ୍ଇଏମ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ । ନିଆମ୍ (NIAM) ଏଜୁକେସନ ଫାଉଣ୍ଡେସନ ତରଫରୁ ତାଲିମଦାତା ଭାବରେ ଶକ୍ତିରଞ୍ଜନ ଦାସ୍ ଓ ମାନସ ସାହୁ ତାଲିମ୍ ପ୍ରଦାନ କରୁଛନ୍ତି ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ସମ୍ପୂର୍ଣ ଶୁଷ୍କ ସାନ୍ଦୁଲ ନଦୀ, ନର୍ଲା ରେ ପାନୀୟ ଜଳ ଯୋଗାଣ ଠପ 

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ପୂର୍ଣ୍ଣାଙ୍ଗ ଦାୟିତ୍ବ

ତ୍ରିଲୋଚନ ପାଢୀ ଙ୍କ କବିତା ଜୀବନର ବାଟ

Sunil Chandra Nayak

Leave a Comment

error: Content is protected !!