ରୁପ୍ରା, (ମ.ନି.ସ) : ନର୍ଲା ବ୍ଲକ୍ ଅଧିନ ୨୬ ଗୋଟି ଗ୍ରାମ ପଞ୍ଚାୟତର ୯୦ ଜଣ ଏସ୍ଇଏମ୍ ଓ ପମ୍ପ ଅପରେଟର୍ ମାନଙ୍କ ପାଇଁ ତିନି ପର୍ଯ୍ୟାୟ ତାଲିମ୍ ଶିବିର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି । ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠି ଏହା ଉଦଘାଟନ କରିବା ସହ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ କାର୍ଯ୍ୟକ୍ରମର ରୁପରେଖ ବାବଦରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ଅନୁଷ୍ଠିତ ହେଉଥିବା ନୋଡାଲ୍ ଅଫିସର ତଥା RWSS କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ସୂଚନା ପ୍ରଦାନ କରିଛନ୍ତି । ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଲା ବର୍ତ୍ତମାନ ଅତ୍ୟାଧୁନିକ ଯନ୍ତ୍ରାଂଶ ସବୁ ବାହାରୁଥିବା ବେଳେ ଏଗୁଡିକ ସହିତ ଏସ୍ଇଏମ୍ ଓ ପମ୍ପ ଅପରେଟର୍ ମାନଙ୍କୁ ପରିଚିତ କରେଇବା ଓ ଜଳ ଯୋଗାଣ ପ୍ରକଳ୍ପ ତଥା ନଳକୂଅ ମାନଙ୍କ ମରାମତି କରିବାର ନୂତନ ଶୈଳି ଓ ଧାରା ଉପରେ ଅବଗତ କରେଇବା ହେଉଛି ତାଲିମ୍ ଶିବିରର ଲକ୍ଷ୍ୟ ବୋଲି କହିଛନ୍ତି ।
ଗତ ମାର୍ଚ୍ଚ ୩୧ ରୁ ନର୍ଲା ବ୍ଲକ୍ ପରିସରରେ ଥିବା ନୂଆ କନଫରେନ୍ସ ହଲରେ ଓର୍ମାସ୍ ଏବଂ ଆରଡବ୍ଲୁଏସ୍ଏସ୍ ର ମିଳିତ ଆନୁକୂଲ୍ୟରେ ତାଲିମ୍ ଶିବିର ଚାଲୁଥିବା ବେଳେ ନିଆମ୍ ଏଜୁକେସନ୍ ଫାଉଣ୍ଡେସନ୍ ତାଲିମ୍ ପ୍ରଦାନ କରୁଥିବା ଜଣାପଡିଛି । ପ୍ରତି ପର୍ଯ୍ୟାୟରେ ୩୦ ଜଣ ଏସ୍ଇଏମଙ୍କୁ ତାଲିମ୍ ପ୍ରଦାନ କରାଯାଉଥିବା ବେଳେ ତିନିଗୋଟି ପର୍ଯ୍ୟାୟରେ ସମସ୍ତ ୯୦ ଜଣ ଏସ୍ଇଏମ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ । ନିଆମ୍ (NIAM) ଏଜୁକେସନ ଫାଉଣ୍ଡେସନ ତରଫରୁ ତାଲିମଦାତା ଭାବରେ ଶକ୍ତିରଞ୍ଜନ ଦାସ୍ ଓ ମାନସ ସାହୁ ତାଲିମ୍ ପ୍ରଦାନ କରୁଛନ୍ତି ।
ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।