ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦୁଡୋଙ୍ଗରି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

କୋକସରା,୬ା୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କେନ୍ଦୁଡୋଙ୍ଗରି ସରକାରୀ ହାଇସ୍କୁଲ ଠାରେ ବୁଧବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳା ରେ ବ୍ଲକ ର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନେ ନିର୍ମାଣ କରିଥିବା ବିଜ୍ଞାନ ଉପରେ ଆଧାରିତ ପ୍ରକଳ୍ପକୁ ନେଇ ପ୍ରଦର୍ଶନ କରିଛନ୍ତି । କେନ୍ଦୁଡୋଙ୍ଗରି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଆଶୁତୋଷ ସରାବୁ ଙ୍କ ସଭାପତିତ୍ୱ ରେ ଉଦ୍‌ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ କୋକସରା ବିଡ଼ିଓ ମନୀଷା ଦାସ, ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ, ବରାଡଙ୍ଗା ସରପଞ୍ଚ ନିରୁପମା ସେଠି, କୋକସରା ଗୋଷ୍ଟି ଶିକ୍ଷାଧିକାରୀ ରମାକାନ୍ତ ଦାସ, କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ ପ୍ରକାଶ ନିଶାଙ୍କ, ମହେନ୍ଦ୍ର କୁମାର ପଣ୍ଡା, ଲଡୁଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, କୋକସରା ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧିର କୁମାର ପଣ୍ଡା, କାଉଡୋଳା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସିଂ ଯୋଗଦେଇ ଆଧୁନିକ ଯୁଗରେ ବିଜ୍ଞାନ ହେଉଛି ସଫଳତାର ମାପକାଠି, ଏଣୁ ବିଜ୍ଞାନ ଉପରେ ଅଧିକ ଗବେଷଣା କଲେ ତୁମେ ଜୀବନ ରେ ଅନେକ ସଫଳତା ପାଇବ ବୋଳି ମତ ରଖିଥିଲେ । ଏହାସହ ଛାତ୍ର ଛାତ୍ରୀ ଙ୍କ ନିର୍ମାଣ ବିଜ୍ଞାନ ସମ୍ବନ୍ଧିତ ପ୍ରକଳ୍ପ ଦେଖିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି ବିଜ୍ଞାନ ମେଳା ରେ ସିନିଅର ବର୍ଗ ରେ ୩୮ ଓ ଜୁନିୟର ବର୍ଗ ରେ ୩୪ ମୋଟ ୭୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ସିନିଅର ବର୍ଗ ରେ ବଡପୋଡାଗୁଡା ହାଇସ୍କୁଲର ଛାତ୍ର ଆଶିଷ୍ କୁମାର ଦାସ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମୌସୁମୀ ନାଏକ, ତୃତୀୟ ସ୍ଥାନରେ ଶେଷଦେବ ପାତ୍ର, ଜୁନିୟର ବର୍ଗ ରେ ଓଏଭି ବଙ୍ଗେ।ମୁଣ୍ଡାର କିଶୋର ପାଣିଗ୍ରାହୀ, ଦ୍ୱିତୀୟ ସ୍ଥାନରେ ହର୍ଷଲ ଗୋୟଲ ପୁରସ୍କୃତ ହୋଇଥିଲେ । ମଞ୍ଚ ପରିଚାଳନା ଶିକ୍ଷକ ସାମନ୍ତ ପାଟ୍ଟଯୋଶୀ ଓ ସଞ୍ଜୟ ପଣ୍ଡା କରିଥିବା ବେଳେ ଆଦର୍ଶ ବିଦ୍ୟାଳୟ, ପ୍ରାଥମିକ ଉଚ୍ଚ ବିଦ୍ୟାଳୟ, ବିଭିନ୍ନ ହାଇସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମ ନି ସ

Related posts

ବେହେରା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

କମ୍ରେଡ ପ୍ରଭାତ ମିଶ୍ରଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା

ପୌର ନିର୍ବାଚନ ରେ ରାଜ୍ୟ ସଭା ସାଂସଦ ଙ୍କ ମାରାଥନ ପ୍ରଚାର

Sunil Chandra Nayak

Leave a Comment

error: Content is protected !!