ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନର ପୂର୍ଣ୍ଣାଙ୍ଗ କମିଟି ଗଠିତ

ନବରଙ୍ଗପୁର (ମନିସ), ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରବିବାର ଦିନ କଲେଜ ପରିସରରେ ଷଷ୍ଠ ତମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଗଣେଶ ଦାଶଙ୍କ ଅବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଉଚ୍ଛବ ପାଳନ ପାଇଁ ପୂର୍ଣାଙ୍ଗ ଚୁଡାନ୍ତ କମିଟି ଗଠିତ ହୋଇଛି । ସର୍ବ ସମ୍ମତି କ୍ରମେ କମିଟିର ସମ୍ପାଦକ ରୂପେ ନବରଙ୍ଗପୁର କଲେଜ ଅଧ୍ୟକ୍ଷ ଡ ଭାସ୍କର ନାଥ ବିଶ୍ଵାଳଙ୍କୁ ଚୟନ କରାଯାଇଥିବାବେଳେ ଆବାହକ ଭାବେ ଶ୍ରୀ ଗଣେଶ ଦାଶ, ସହ ଆବାହକ ଭାବେ ପୂର୍ବତନ ଛାତ୍ରୀ ତଥା ଅଧ୍ୟାପିକା ସଙ୍ଗୀତା ତ୍ରିପାଠୀ , ଆଇନ ପରାମର୍ଶ ଦାତା ରୂପେ ନବରଙ୍ଗପୁର ଓକିଲ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀଙ୍କୁ ଚୟନ କରାଯାଇଛି । ଏହା ପୂର୍ବରୁ ଗଠିତ ହୋଇଥିବା ବିଭିନ୍ନ ସବ କମିଟିର କର୍ମକର୍ତ୍ତାଙ୍କୁ ନେଇ ଏହି କମିଟି କାର୍ଯ୍ୟ କରିବ । ସବ କମିଟିରେ ନୂତନ ଭାବେ ସଦସ୍ୟ ଗ୍ରହଣ କରିବାର ଅଧିକାର ଏହି କମିଟିକୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ଆସନ୍ତା ୧୧ ତାରିଖ ଦିନ ଏହି କମିଟି, ଜିଲ୍ଲାର ଲୋକ ପ୍ରତିନିଧି ଓ ଜିଲ୍ଲାପାଳଙ୍କୁ ନେଇ ବୈଠକ କରି ସୁବର୍ଣ୍ଣ ଜୟନ୍ତୀ ପାଳନର ରୂପ ରେଖ ଚୁଡାନ୍ତ କରିବ ବୋଲି ଆବାହକ ଗଣେଶ ଦାଶ ସୂଚନା ଦେଇଛନ୍ତି ।ଅପରପକ୍ଷେ, ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅବସରପ୍ରାପ୍ତ ୪ ଜଣ ଅଧ୍ୟାପକ କ୍ୟାପ୍ଟେନ ତ୍ରିପତି ପଣ୍ଡା , ପଦ୍ମନାଭ ମିଶ୍ର , ଡ ହଋ ପ୍ରସାଦ ତୁଳ ଓ ଜୁଗୁନୁ ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା । ଇଂଲଣ୍ଡରେ କାର୍ଯ୍ୟରତ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ସ୍ବାଗତିକା ତ୍ରିପାଠୀ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ପରିଚାଳନା କରିଥିବା ବେଳେ ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଭାସ୍କର ନାଥ ବିଶ୍ଵାଳ , ସୁବର୍ଣ୍ଣ ଜୟନ୍ତୀ କମିଟିର ଆବାହକ ଗଣେଶ ଦାଶ, ସହ ଆବାହକ ଅଧ୍ୟାପିକା ସଙ୍ଗୀତ ତ୍ରିପାଠୀ, ଅଧ୍ୟାପକ ଦିଲ୍ଲୀପ ହୋତାଙ୍କ ସମେତ କଲେଜର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

ନବରବ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

 

Related posts

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ବଡ ଡାକ୍ତରଖାନା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା

Sunil Chandra Nayak

ବଞ୍ଚି ରହିଛି ଚାଷୀର ସ୍ମୃତି ଅସ୍ମିତା 

Sunil Chandra Nayak

ଘୁଡଘୁଡ଼ି ଖେଳ ବେଳେ ପୁଲିସ ଚଢ଼ାଉ ପଟିଦାର ଓ ୩ ଖେଳାଳି ଙ୍କ ସମେତ ୪ ଅଟକ 

Sunil Chandra Nayak

Leave a Comment

error: Content is protected !!