ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢ଼େଙ୍କାନାଳ ଜିଲ୍ଲା ର ବରିଷ୍ଠ ନାଗରିକ ପରିଷଦ ର ବୈଠକ

ଢ଼େଙ୍କାନାଳ : ୦୪/୦୯/୨୨_ଜିଲ୍ଲା ର ବରିଷ୍ଠ ନାଗରିକ ପରିଷଦର ବୈଠକ ଆଜି ପିପlର ସମ୍ମିଳନୀ କକ୍ଷରେ ରେ ଅନୁଷ୍ଠିତ ହୋଇଯାଇଛି lସଭାପତି ଶ୍ରୀଯୁକ୍ତ ଦୁର୍ଗାଚରଣ ମିଶ୍ର ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ ସଭା କାର୍ଯ୍ୟ ପ୍ରାରମ୍ଭ ରେ ସମ୍ପାଦକ ଶ୍ରୀ ଇଞ୍ଜିନିୟର ଗୁଣଧର ମିଶ୍ର ପୂର୍ବ ସଭାର ବିବରଣୀ ପାଠ କରିଥିଲେ ତଥା ସ୍ବାଗତ ଭାଷଣ ଦେଇଥିଲେ lକାର୍ଯ୍ୟକାରିଣୀ ସଭାପତି ପ୍ରାଧ୍ୟାପକ ହରେକୃଷ୍ଣ କର ପରିଷଦ କୁ କ୍ରିୟାଶୀଳ କରିବା ନିମନ୍ତେ କେତେକ ଉପାଦେୟ ପ୍ରସ୍ତାବ ଆଗତ କରିଥିଲେ। l ଉକ୍ତ ପ୍ରସ୍ତାବ କୁ ଉପସଭାପତି ଶଶାଙ୍କ ଶେଖର ରଥ ,ଅକ୍ଷୟ କୁମାର ସାହୁ,ଯୋଗିନlଥ ମହାନ୍ତି,ପ୍ରମୋଦ ପ୍ରସାଦ ନନ୍ଦ,ବାହାଦୁର ପାଟଶାଣି,ଡକ୍ଟର ସୁସନ୍ଧ୍ୟା ମହାନ୍ତି ଓ ସମସ୍ତ ସଦସ୍ୟ ସମର୍ଥନ କରିବା ସହିତ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟାଳୟ ଗୃହର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ନିମନ୍ତେ ଘୋଷଣା ନିଷ୍ପତ୍ତି ନିଆଗଲା lଏତତ ବିଭିନ୍ନ ଅନେକ ଉପାଦେୟ ପ୍ରସ୍ତାବ ଉପରେ ଆଲୋଚନା ହୋଇ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ଗ୍ରହଣ କରାଗଲା.ଉକ୍ତ ଆଲୋଚନା ଚକ୍ରରେ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ଦିବାକର ନାୟକ ,ରଥ ସେଠୀ, ଶ୍ୟାସୁନ୍ଦର ତ୍ରିପାଠୀ,ଶ୍ରୀଯୁକ୍ତ ସୁବାସ ଶତପଥୀ, ଶ୍ରୀଯୁକ୍ତ କୈଳାଶ ଖଟୁଆ ପ୍ରଭୂତି ଅଂଶ ଗ୍ରହଣ କରିଥିଲେ lଢ଼େଙ୍କାନାଳ ଜିଲ୍ଲା ର ବରିଷ୍ଠ ନାଗରିକ ଙ୍କ ଉନ୍ନତି କିମ୍ବା ସମାଜର ମଙ୍ଗଳ କାମନା କରିବ ପାଇଁ ନିଷ୍ପତି ନେଇଥିଲେ ।।ଶେଷ ରେ ସଂଯୋଜକ ଅମ୍ବିକା ବରାଳ ଧନ୍ୟବାଦ ଅର୍ପଣ କରିଥିଲେ l

 ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ଗୋଟିଏ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ବିଶ୍ବ ପରିବେଶ ଦିବସ ଅବସରରେ ଖଣ୍ଡୁଆଳ ମାଳି ସୁରକ୍ଷା ନେଇ ଗର୍ଜିଲେ ଆଦିବାସୀ।

ପିଅନଙ୍କ ହାତରେ ବିଇଓ ଅଫିସର ଭାଗ୍ୟ !

Sunil Chandra Nayak

Leave a Comment

error: Content is protected !!