ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତହସିଲ କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବିବାହ 

କୋକସରା,୧୨/୯-  ( ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟରେ ପୁଣି ଏକ ପ୍ରେମୀ ଯୁଗଳ ବିବାହ ସମ୍ପନ୍ନ ହୋଇଛି । ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପ୍ରେମୀ ଯୁଗଳ ହେଲେ କାଶିବାହାଲ ଗ୍ରାମର ସୁଜିତ ସରାଫ ଓ ଅଙ୍କିତା ସରାଫ । କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆଙ୍କ ଉପସ୍ଥିତିରେ ଦୁହେଁ ଦୁହିଁଙ୍କୁ ବରଣ ମାଳ ପିନ୍ଧାଇ ସାତ ଜନ୍ମର ସାଥି ହେବାପାଇଁ ଶପଥ ନେଇଛନ୍ତି । ବରକନ୍ୟାଙ୍କୁ ପରିବାର ସହ ଉପସ୍ଥିତ ଲୋକେ ଓ ଆଇନଜୀବୀ ମନୋଜ କୁମାର ନାଏକ ଆଶିର୍ବାଦ କରିବା ସହ ସାରା ଜୀବନ ଖୁସିରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏନେଇ କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆ ଙ୍କୁ ପଚାରିବାରୁ ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ବିବାହ କରାଯାଇଥିବା କହିଛନ୍ତି।

Related posts

ବୋରଗୁଡ଼ାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ଉପେନ୍ଦ୍ର ବସ୍ତିଆ ଙ୍କ କବିତା ମୈତ୍ରୀ ମନ୍ତ୍ର 

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବର୍ଷା

Sunil Chandra Nayak

Leave a Comment

error: Content is protected !!