ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତହସିଲ କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବିବାହ 

କୋକସରା,୧୨/୯-  ( ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟରେ ପୁଣି ଏକ ପ୍ରେମୀ ଯୁଗଳ ବିବାହ ସମ୍ପନ୍ନ ହୋଇଛି । ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପ୍ରେମୀ ଯୁଗଳ ହେଲେ କାଶିବାହାଲ ଗ୍ରାମର ସୁଜିତ ସରାଫ ଓ ଅଙ୍କିତା ସରାଫ । କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆଙ୍କ ଉପସ୍ଥିତିରେ ଦୁହେଁ ଦୁହିଁଙ୍କୁ ବରଣ ମାଳ ପିନ୍ଧାଇ ସାତ ଜନ୍ମର ସାଥି ହେବାପାଇଁ ଶପଥ ନେଇଛନ୍ତି । ବରକନ୍ୟାଙ୍କୁ ପରିବାର ସହ ଉପସ୍ଥିତ ଲୋକେ ଓ ଆଇନଜୀବୀ ମନୋଜ କୁମାର ନାଏକ ଆଶିର୍ବାଦ କରିବା ସହ ସାରା ଜୀବନ ଖୁସିରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏନେଇ କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆ ଙ୍କୁ ପଚାରିବାରୁ ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ବିବାହ କରାଯାଇଥିବା କହିଛନ୍ତି।

Related posts

କବିତା – ଭୁଲିବିନି ତୁମକୁ

Sunil Chandra Nayak

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ବିଜେଡି ରା ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

Sunil Chandra Nayak

Leave a Comment

error: Content is protected !!