ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡକ ସୁରକ୍ଷା କୁ ନେଇ ଆମପାଣି ଠାରେ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୨/୯-  ( ମ ନି ସ ) ସଡକ ସୁରକ୍ଷା ଉପରେ ସଚେତନତା ଉଦ୍ଦେଶ୍ୟରେ ଶନିବାର କୋକସରା ବ୍ଲକ ଆମପାଣି ପଞ୍ଚାୟତ ପରିସର ମଧ୍ୟରେ ରକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଦ୍ବାରା ପ୍ରୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଘଟଣା ସଚେତନତା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇ ହେବ । ସେଥିପାଇଁ ଦୁର୍ଘଟଣା ଘଟୁଥିବା ସ୍ଥାନ ତଥା ବ୍ଳାକ ସ୍ପଟ ଛିହ୍ନିତ ସ୍ଥାନ ମାନଙ୍କରେ ସାଧାରଣ ଦୋକାନି, ଡ୍ରାଇଭର, ସ୍ଥାନୀୟ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ ମୂଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। କଳାହାଣ୍ଡି ଆର.ଟି.ଓ ରାମ ନିବାସ ସିରିକା ରକ୍ଷକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ରାସ୍ତା ଦୁର୍ଘଟଣା ସଂପର୍କରେ ସଚେତନ କରିଥିଲେ। ବେହେରା କଲେଜ ର ଅଧ୍ୟାପକ ତଥା ପ୍ରାଥମିକ ଚିକିତ୍ସକ ମୋହନ ଚରଣ ବିଷି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆମପାଣି ନାଏବ ସରପଞ୍ଚ ଭବାନୀଶଙ୍କର ପୁରୋହିତ ଗ୍ରାମ ପଞ୍ଚାୟତ କର୍ମଚାରୀ ଏବଂ ସ୍ଥାନୀୟ ଦୋକାନୀ, ସାଧାରଣ ଜନତା, ଡ୍ରାଇଭର ମାନେ ଉପସ୍ଥିତ ଥିଲେ। ଆରଟିଓ ଅଫିସ କର୍ମଚାରୀ ଓ କଟକରୁ ଆସିଥିବା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related posts

ପ୍ରଫେସର ଭୁବନେଶ୍ବର ବେହେରାଙ୍କ ଏକବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସାରସ୍ଵତ ସମାରୋହ

Sunil Chandra Nayak

ନିଆଁ ଲାଗି ଧାନ ଗଦା ପୋଡି ନଷ୍ଟ

Sunil Chandra Nayak

ଇନ୍ଦ୍ରାବତୀ ସରସ୍ୱତୀ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

Sunil Chandra Nayak

Leave a Comment

error: Content is protected !!