ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ପୋଲିସ ର ବଡ ସଫଳତା, ଏକ ବଡ଼ ଧରଣ ର ବାଇକ ଚୋର ଗ୍ୟାଙ୍ଗ କୁ ଠାବ କଲା କେସିଙ୍ଗା ପୋଲିସ , ୧୯ଟି ବାଇକ ଜବତ ଓ ୫ ଜଣ ବାଇକ ଚୋର ଗିରଫ

କେସିଙ୍ଗା ତା୮.୧୨.୨୨(ମ ନି ସ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ କୁ ଏକ ବଡ ସଫଳତା ମିଳିଛି । ଏକ ବଡ଼ ଧରଣ ର ବାଇକ ଚୋର ଦଳକୁ ଠାବ କରି ଧରିବାରେ ସଫଳ ହୋଇଛି କେସିଙ୍ଗା ପୋଲିସ । ବିଭିନ୍ନ ସମୟରେ ବାଇକ ଗୁଡ଼ିକ ଚୋରି ହେଉଥିବା ନେଇ ବାରମ୍ବାର କେସିଙ୍ଗା ଥାନାରେ ଅଭିଯୋଗ ହୋଇଆସୁଥିଲା ଜାହାକୁନେଇ କେସିଙ୍ଗା ପୋଲିସ ପାଇଁ ମୁଣ୍ଡ ବ୍ୟଥା ପଲଟିଥିବା ବେଳେ ବାଇକ ଚୋର ଧରିବା ପାଇଁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏନେଇ କେସିଙ୍ଗା ଆଦର୍ଶ ଥାନା ଆଇ ଆଇ ସି ସତ୍ୟ କୁମାର ନନ୍ଦ ଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା ଏଥିରେ ଅତିରିକ୍ତ ଆଇ ଆଇ ସି ମମତା ହେମ୍ବ୍ରମ, ଏସ ଆଇ ସୋନାଲି ବିଶ୍ଵାଳ ,ଏସ ଆଇ ଲୋରିସ ପ୍ରଧାନ ,ଉତକେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କହଁର ଓ ଅକ୍ଷୟ ପଟନାୟକ  ଙ୍କୁ ନେଇ ଏହି ଟିମ ଗଠନ କରି ତଦନ୍ତ ଆରମ୍ବ କରିଥିଲେ । ଶେଷରେ କେସିଙ୍ଗା ପୋଲିସ କୁ ବଡ ସଫଳତା ମିଳିଥିଲା ଓ ୫ ବାଇକ ଚୋରକୁ ଗିରଫ କରିବା ରେ ସଫଳ ହୋଇଥିଲେ।ତରଣୀ ସେନ ଭୋଇ (୨୫).ଗଣେଇମୁଣ୍ଡା ତୁଷୁରା, ସୂର୍ଯ୍ୟମଣି ମାଝୀ(୨୩)(ଆଲିଆସ୍ କାନ୍ଧ,ଗୁଂଜେର୍ ମାଲ..ଧ୍ରୁବ ନାଗ(୨୫) ଚାହାଁଭଟା,ଟିଟିଲାଗଡ଼, ପୁରୁଷୋତ୍ତମ ନାଏକ(୩୧),ବିମଳା,ଜୟପଟଣା, ବିପିନ ଖରସେଲ(୨୮) ଥୁଆପଦର,ସଦର ଥାନା ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କ ଠାରୁ ୧୯ ଟି ବାଇକ,୩ ଟି ମୋବାଇଲ, ୧ କ୍ୟାମେରା, ୧ ପ୍ରିଣ୍ଟର, ଆଇରନ ରଡ଼, ଖଣ୍ଡା,ସବୁ ଜବତ କରାଯାଇଥିବା ଅତିରିକ୍ତ ଆଇ ଆଇ ସି ମମତା ହେମ୍ବ୍ରମ ସୂଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Sunil Chandra Nayak

ଶିକ୍ଷକ ମାନବିକତା ଦେଖାଇଲେ…

ଆଜିଠାରୁ ଯୁକ୍ତ ୨ ପରୀକ୍ଷା ଖାତା ଦେଖା ଆରମ୍ଭ

Leave a Comment

error: Content is protected !!