ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ବ୍ଲକ ଗୋଁଡ ସମାଜର ନୂଆଖାଇ ଭେଟଘାଟ

ଚନ୍ଦାହାଣ୍ଡି (ମ ନିସ) ଚନ୍ଦାହାଣ୍ଡି ବ୍ଲକ ଗୋଁଡ ସମାଜ ତରଫରୁ ପୂଜାରୀଗୁଡା ସ୍ଥିତ ଗୋଁଡ ସାଂସ୍କୃତିକ କାର୍ଯ୍ୟାଳୟ ପରିସରରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଯଦୁନାଥ ପୁଜାରୀ ଙ୍କ ଆବାହକତ୍ୱରେ ଆୟୋଯିତ ଏହି ଭେଟଘାଟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଅନ୍ତରାଜ୍ୟ ସଭାପତି କଦମ ପୁଜାରୀ, ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୁଜାରୀ, ମୂଖ୍ୟ ବକ୍ତା ଭାବେ ନବରଙ୍ଗପୁର ଜିଲ୍ଲା ଉପସଭାପତି ଭକ୍ତ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଶରତ ଚନ୍ଦ୍ର ମାଝୀ, ପ୍ରେମଚାନ୍ଦ ଧୁରୁଆ, ଶ୍ୟାମ ସୁନ୍ଦର ମାଝୀ, ଲାଲୁ ସିଂମାଝୀ, ରୁକ୍ମଣ ସିଂ ଧୁରୁଆ, ପତୁ ପୋଟା ,ତିରଣ ସିଂ ମାଝୀ, କମଳୁ ମାଝୀ ପ୍ରମୂଖ ଯୋଗଦେଇଥିଲେ ।ଏହି ଅବସରରେ ଏକ ବିରାଟ ପଟୁଆରରେ ସମସ୍ତ ଅତିଥି, ମାଆ ଭଉଣୀ ବିଭିନ୍ନ ଗ୍ରାମର ଶିରା,ପୁଜାରୀ ଦେବା ଦେବୀ ଙ୍କ ପୂଜା ପାଉଥିବା ପାରମ୍ପରିକ ଅସ୍ତ୍ର ,ବାଜା ବାଜଣା ସହ ଶୋଭାଯାତ୍ରାରେ ବାହାରି ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ ।ଏହାପରେ ଆଦିବାସୀ ପରମ୍ପରା ଅନୁଯାୟୀ ପ୍ରଥମେ ବୁଢାଦେବଙ୍କ ପୂଜାର୍ଚ୍ଚନା କରାଯାଇ ସମସ୍ତେ ଏକତ୍ରିତ ହୋଇ କୁରେଇ ପତ୍ର ରେ ନୂଆ ଧାନର ଚୁଡା ତିଆରି କରି ନବାନ୍ନ ଭକ୍ଷଣ କରି ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତେ ଜୁହାର ଭେଟଘାଟ ହୋଇଥିଲେ । ପୁଜାରୀଗୁଡା ଠାରେ ବୁଢାରାଜା ମନ୍ଦିର ନିର୍ମାଣ ,ନଳକୂପଖନନ ଏବଂ ମନ୍ଦିର ଚତୁପାଶ୍ବରେ ପାଚେରୀ ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେବା ନିମନ୍ତେ ସମାଜ ତରଫରୁ ବିଧାୟକ ଓ ସାଂସଦ ଙ୍କୁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଖମେଶ୍ୱର ମାଝୀ ପରିଚାଳନା କରିଥିବାବେଳେ ଦୁର୍ଯ୍ୟୋଧନ ପୂଜାରୀ,ଲାଲୁ ମାଝୀ,ଦେବିସଂ ମାଝୀ ,ସନ୍ତୋଷ ମାଝୀ, ଚେନସିଂ ପୂଜାରୀ ,ମାର୍କଣ୍ଡ ପୂଜାରୀ, ଲୋକନାଥ ପୁଜାରୀ,କେଦାର ପୁଜାରୀ,ବଳିରାମ ପୁଜାରୀ,ତିରନ ମାଝୀ ପ୍ରମୂଖ ଙ୍କ ସମେତ ସମସ୍ତ ଗ୍ରାମ ପଂଚାୟତ ସଭାପତି ଏବଂ ଧଙ୍ଗଡାମାଝି ମାନେ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଆଦିବାସୀ ଙ୍କ ଗୁଡିଚଗା ପର୍ବ 

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ବଡପଳଶା ଜାହେରା ଗାଳରେ ପୂଜାର୍ଚ୍ଚନା

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ତ୍ରିରଙ୍ଗା ନେତ ମୋ ପ୍ରଣିପାତ =ଘେନ

Sunil Chandra Nayak

Leave a Comment

error: Content is protected !!