ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସକାଳୁଆ ସ୍କୁଲ

ସକାଳୁଆ ସ୍କୁଲ

 

ମାନଗୋବିନ୍ଦ ସ୍ବାଇଁ

 

ସକାଳୁଆ ସ୍କୁଲ ପାଠ ପଢା ପାଇଁ

    ଅତି ଉତ୍ତମ ବ୍ୟବସ୍ଥା

ସନଷ୍ଟୋକ୍ ନାହିଁ ଥଣ୍ଡା ପରିବେଶ

    ପାଠ ପଢ଼ିବା ସୁବିଧା।

ସକାଳ ପବନ ପିଲା ପାଠ ମନ

      ସୁନ୍ଦର ବିଦ୍ୟା ମନ୍ଦିର

ଶିକ୍ଷାର ସ୍ବରରେ ସ୍କୁଲ ଶୁଭୁ ଅଛି

     ଗୁରୁଙ୍କ ଶିକ୍ଷା ମନ୍ତ୍ରର।

କାନ ଚକ୍ଷୁ ପାଟି କରମ କରୁଛି

    ସତଜ୍ଞାନ ବ୍ୟବହାର

ଶୁଣି ଦେଖି କହେ ଶିକ୍ଷା ଆମ ପାଇଁ

    ଶିକ୍ଷା ଜୀବନ ଈଶ୍ୱର।

ସକାଳୁଆ ସ୍କୁଲ ସର୍ବ ପିଲା ପାଇଁ

      ଉତ୍ତମ ର ପରିବେଶ

ବନ ବିଦ୍ୟାଳୟ ନୀତି ଶିକ୍ଷା ମନ୍ତ୍ର

    ପଢା ଦେଖାଇ ସାହସ।

ସକାଳୁଆ କ୍ଲାସ ମନକୁ ପ୍ରଫୁଲ୍ଲ

      ପାଠ ଉପଯୁକ୍ତ ବେଳ

ଶାନ୍ତ ପରିବେଶ ବଗିଚା ସୁନ୍ଦର

      ପାଠ ପଢା ସାଥୀ ମେଳ।

ଖରା ଦାଉ ରକ୍ଷା ଜୀବନ ସୁରକ୍ଷା

       ସୁସ୍ଥ ପାଠ ପଢା ମନ

ହସ ଖୁସି ଖେଳ ସକାଳୁଆ ପଢ଼ା

     ଗଢ଼ା ପିଲାଏ ଜୀବନ।

ଗୋଜାବନ୍ଧ, ମହାକାଳପଡ଼ା ,କେନ୍ଦ୍ରାପଡ଼ା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସୁନାବେଶ

Sunil Chandra Nayak

ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଜନ ପ୍ରତିନିଧି ଙ୍କ ବିଶ୍ରାମଗାର ଓ ଶୌଚାଳୟ ପାଇଁ ଦାବି

Sunil Chandra Nayak

ଆମ୍ବେଦକର ଙ୍କ 131 ତମ ଜନ୍ମଜୟନ୍ତିରେ ସମାଜସେବୀ ଡ଼ଃ ବିବେକାନନ୍ଦ ମହାନନ୍ଦ ଆମ୍ବେଦକର ଫୁଲେ ପାଠଶାଳା କୁ 20,000 ଟଙ୍କା ଦେଇ ସାହାଯ୍ୟର ହାତ ବଢ଼ାଇଛନ୍ତି

Sunil Chandra Nayak

Leave a Comment

error: Content is protected !!