ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧାନ କିଆରୀକୁ ଜଗିବାକୁ ଯାଇ ଦନ୍ତା ହାତୀର ହାବୁଡ଼ରେ ଚାଷୀ ଆହତ

ନର୍ଲା (ମନିସ)ଗତ ବର୍ଷଭଳି ଏବର୍ଷ ମଧ୍ୟ ଚାଷୀକୁ ନିଦ ହଜାଇ ଦେଇଛି ଜଙ୍ଗଲି ହାତୀ। ହାତୀ ପଲ ବଢିବା ସହ ଚାଷ କ୍ଷତିର ପାଦୂର୍ଭାବ ବଢ଼ିଚାଲିଛି । ନର୍ଲା ରେଞ୍ଚ ଉତ୍ତର ବନଖଣ୍ଡ “କମେଁ” ବିଟରେ ହାତୀ ଆଡ୍ଡା ଜମାଇଛନ୍ତି। ଯାହାଫଳରେ ରାତିରେ ଖାଦ୍ୟ ଅନ୍ୱେଷଣରେ ବାହାରି ନିକଟର ଥିବା ଜାମପଡ଼ା, ବାଗପୂର, ବଫଲା ଅଞ୍ଚଳର ଚାଷୀଙ୍କ ଧାନ, ଫସଲ ନଷ୍ଟ କରୁଛନ୍ତି । ଚାଷୀ ନିଜ ଚାଷ ଜମିରେ ରାତିରେ ଜଗି ରହୁଛି। ବିଚରା ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ବାର୍ଷିକ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଚାଷ କରିଛି। କିନ୍ତୁ ଜଂଗଲୀ ହାତୀ ଆସି ନଷ୍ଟ କରୁଛନ୍ତି ଚାଷ । ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାର ଅସଫଳ ହେଉ ବା ଜଙ୍ଗଲରେ ହାତୀର ଖାଦ୍ୟ ଅଭାବ ହେଉ ଚାଷୀ ଚାଷ ଓ ଜୀବନ ସୁରକ୍ଷାରେ ଅସୁରକ୍ଷିତ ମନେ କରୁଛନ୍ତି। ସମସ୍ତ ଚାଷୀ ଏକତ୍ରିତ ହୋଇ ନିଜ ନିଜର ଚାଷ ବଞ୍ଚାଇ ବାକୁ ଯାଇ ହାତୀର ଆକ୍ରମଣ ଶିକାର ହେବାର ଦେଖାଦେଇଛି। ନର୍ଲାବ୍ଲକ୍ ଅନ୍ତର୍ଗତ ବାଗପୂର୍ ଗ୍ରାମର ଜଣେ ବ୍ୟକ୍ତି କ୍ଷମା ସାଗର ସାହୁ ବୟସ ( ୪୬) ରାତିରେ ନିଜ ଚାଷ ଜମିକୁ ଫସଲ ଜଗିବାକୁ ଯାଇଥିବା ବେଳେ ୬ଟିକିଆ ହାତୀ ଦଳ ହାବୁଡାରେ ପଡ଼ି ଦନ୍ତା ହାତୀ ଆକ୍ରମଣରେ ଆହତ ହୋଇ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । ତାଙ୍କୁ କିଛି ଚାଷୀ ପ୍ରଥମେ ନର୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ କିନ୍ତୁ ଛାତିରେ ପିଠି ଓ ଅଣ୍ଟାରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ଆଖିରେ ଆଘାତ ଲାଗିବା ସହ ପିଠି ଓ ଛାତି ଚାପି ହେବା ଫଳରେ ଅଣ୍ଟାର କୌଣସି ଏକ ହାଡ଼ ଭାଙ୍ଗି ଯାଇଛି । ବନବିଭାଗ ପକ୍ଷରୁ ଫରେଷ୍ଟର ଭବାନୀଶଙ୍କର ନାଏକ ଉକ୍ତ ବ୍ୟକ୍ତିଙ୍କୁ ଭେଟି ସହାୟତା ରାଶି ବାବଦକୁ ୬ ହଜାର ଟଙ୍କା ଦିଆଯାଇଥିବା ଜଣାପଡିଛି। ଆହତ ବ୍ୟକ୍ତି ଜଣକର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ପରିବାରରେ ଏକମାତ୍ର ରୋଜଗାରିଆ ବ୍ୟକ୍ତି । ତାଙ୍କ ପରିବାର କହିଲେ ଦୁଇ ପୁତ୍ର ସ୍ତ୍ରୀ, ବାପା, ମାଙ୍କ ସାହା ଭରଷା ଦେଖିବାକୁ ଗଲେ ଚାଷରେ ଯାହା ମିଳେ ତାକୁ ନେଇ ପରିବାର ଚଳେ। ବିଲରେ ବର୍ତ୍ତମାନ ଚାଷ ପଡି ରହିଛି, ଫସଲ ଅମଳ ହୋଇ ନ ଥିବାରୁ ଆର୍ଥିକ ସ୍ଥିତି ଖରାପ୍ ତେଣୁ ଚିକିତ୍ସା ଅଭାବରୁ ବଞ୍ଚିତ ହେଉଛନ୍ତି। ଆହତ ବ୍ୟକ୍ତିଙ୍କ ପରିବାର ଏବେ ସରକାରୀ ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସାହିତ୍ୟ ଅଗଣା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଫୁଲ ,ଫଗୁଣ ଓ ମଳୟ

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ଉଦବେଗ

Sunil Chandra Nayak

Leave a Comment

error: Content is protected !!