ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗର ପ୍ରସାଶନ ଓ ମିଳିତ ପୂଜା କମିଟି ର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ , ଭସାଣି ଉତ୍ସବରେ ଡିଜେକୁ ସମ୍ପୁଣ୍ଣ ବାରଣ ନିସ୍ପତି

କାମାକ୍ଷାନଗର ୭/୯/୨୨  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରସାଶନ ଓ ମିଳିତ ପୂଜା କମିଟି ପକ୍ଷରୁ କାମାକ୍ଷା ନଗର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଆସାନ୍ତା ଶାରଦିୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକ ରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତରେ ସଭା ଅନୁଷ୍ଠିତ ହୋଇଥିଲା। ଏସ୍ଡ଼ିପିଓ,ଏନଏସି ଅଧିକାରୀ,ଅଗ୍ନିଶମ ଅଧିକାରୀ,ବିଦ୍ୟୁତ୍ ବିଭାଗ , ସ୍ୱାସ୍ଥ୍ୟ ବିଭାଗ, ଜନସ୍ବାସ୍ଥ୍ୟ ବିଭଗ,ପୂର୍ତ୍ତ ବିଭାଗର,ଅବକାରୀ, ଅଧିକାରୀ ଙ୍କ ସମେତ ସମସ୍ତ ପୂଜା କମିଟି ସଭାପତି ମାନେ ଉପସ୍ଥିତି ଥିଲେ |ତେବେ ଚଳିତ ବର୍ଷ ୧୫ଟି ମଣ୍ଡପ ରେ ପୁଜା ହେବ। ଦିର୍ଘ ପାଞ୍ଚ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ |ତେବେ ଭସାଣି ଉତ୍ସବ ରେ ଡିଜେ କୁ ସମ୍ପୂର୍ଣ ବନ୍ଦ କରାଯାଇଥିବା ବେଳେ ସମସ୍ତ ମେଢ଼ ସହର ପରିକ୍ରମା କରି ରେଙ୍ଗାଳି ପଡିଆ ଠାରେ କ୍ରମନ୍ୱରେ ଏକତ୍ରିତ ହେବେ |ପରିଶେଷ ରେ ସେଠାରେ ରାବଣ ପୋଡି ଅନୁଷ୍ଠିତ ହେବା ପରେ ରାମିଆଳ ନଦୀ ଠାରେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଇଛି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଭାଲୁ ଆକ୍ରମଣ ରେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା କଳା ଛାଇ

Sunil Chandra Nayak

Leave a Comment

error: Content is protected !!