ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପାରିବ କି ଜୟ କରି

ପାରିବ କି ଜୟ କରି

 ପ୍ରଶାନ୍ତ କୁମାର ନାଥ

 

ଲଘିଂ ପାର ତୁମେ ଗିରି ସମୁଦ୍ରକୁ

     ନିଜ ବଳେ କଉଶଳେ

ମରଣକୁ କିବା ପାରିବ କି ଜିତି

     ଏ ଭଵ ସଂସାର କୋଳେ। 

 

ଗର୍ଵ ଅହଂକାର କାହିଁକି କି ଵା କର

     ନିଜକୁ ହାମ୍ଵଡା କହି

ପାଇ ଗଲ ବୋଲି ବିଶ୍ବକୁ ହସ୍ତରେ

     ଭାବୁଛ କି ତୁମେ ଵିହି। 

 

ଜିତି ପାର ତୁମେ ସପ୍ତମହୀପୁର

    ଜିତି ପାର ଇନ୍ଦ୍ର ପୁରୀ

କେତେ ଦିନ ତୁମେ ରହିବ ଜୀବିତ

     ଏ ଜୀବ ଶରୀର ଧରି। 

 

ସମୟ ଚକ୍ରରେ ଜନ୍ମ ମୃତ୍ୟୁ ପକ୍ଷେ

     ଜୀବନକୁ ଏଠି ଵରି

ଆସିଅଛ ଦିନେ ଚାଲିଯିବ ଦିନେ

    ମରଣକୁ ସତ କରି। 

 

କେତେ ମହୀପାଳ କେତେ ଯେ ରାକ୍ଷସ

    ଗଲେଣି ଏ ବର ପାଇ

କିଏ ବା ରହିଛି ଆମର ହେଇକି

    ମୃତ୍ୟୁ ଜୟୀ ଏଠି ହେଇ।।

 

ପ୍ରଶାନ୍ତ କୁମାର ନାଥ ,ଜୁଣଗଡି ,ରାଜନଗର, କେନ୍ଦ୍ରାପଡ଼ା।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମେତ କାଉଡିଆଙ୍କ ପ୍ରବଳ ଭିଡ଼ 

Sunil Chandra Nayak

ବିଜେଡିର ବାଜିମାତ୍ – କଂଗ୍ରେସ ଓ ବିଜେପିକୁ ମିଳିଛି କେବଳ ଗୋଟିଏ   ଗୋଟିଏ ୱାର୍ଡ

Sunil Chandra Nayak

Leave a Comment

error: Content is protected !!