ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ନୂଆଖାଇ

ନୂଆଖାଇ

ମାନଗୋବିନ୍ଦ ସ୍ବାଇଁ

ନୂଆଖାଇ ପର୍ବ ଏକ ଗଣପର୍ବ
    ପଶ୍ଚିମ ଓଡ଼ିଶା ଗର୍ବ
ପାଳନ କରନ୍ତି ସରବ ଜନଯେ
    ଓଡ଼ିଶାର ଗଉରବ।
ଏକୃଷି ଭିତ୍ତିକ ଆନନ୍ଦ ପରବ
      ପ୍ରତି ଘରକୁ ପାଳନ
ନବୀନ ଶସ୍ୟରୁ ଚାଉଳ ବନାଇ
     ପ୍ରସାଦ କରି ପୃଜନ।
ବନ୍ଧୁର ମିଳନ ପରିବାର ଜନ
   ବରଷକୁ ହୁଏ ଥରେ
ବଡକୁ ସମ୍ମାନ ସାନକୁ ଆଦର
    ମିଳନ ଖୁସି ମନରେ।
ନବ ବସ୍ତ୍ର ପିନ୍ଧି ନବୀନ ପ୍ରସାଦ
    ଠାକୁର କୁ ପୂଜା ଦେଇ
ସଭିଏଁ ବସନ୍ତି ଏକ ଧାଡ଼ି ହୋଇ
    ପ୍ରସାଦ ସେବନ ପାଇଁ।
ମା ସମଲେଶ୍ବରୀ ଭରସା କରିଛି
     ପର୍ବ ବର୍ଷ ଚାଲି ଥାଉ
ତୁମ୍ଭ ଯଶ଼ଃ କୀର୍ତ୍ତି ଯୁଗେ ଯୁଗେ ରହୁ
     ଏତିକି କରୁଣା ହେଉ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଝରିଗୁମ୍ମା-କଣ୍ଟାଗାଁ ରାସ୍ତାର ଅବସ୍ଥା ଶୋଚନୀୟ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ମହିଳା ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ସେମିନାର

Sunil Chandra Nayak

Leave a Comment

error: Content is protected !!