ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅ

ତୁମ୍ଭେ ହିଁ ସହାୟ ହୁଅ

ଆହେ ଗଜାନନ ଗଣପତି ତୁମେ
ସୃଷ୍ଟିର ଆଦ୍ୟ ଦେବତା
ତବ ପାଦ ପଦ୍ମେ ଏ ଅଜ୍ଞ ଜୀବନ
ଭକ୍ତିରେ ନୁଆଁଏ ମଥା ll
ତୁମେ ବୁଦ୍ଧି ଦାତା ତୁମେ ଶୁଦ୍ଧି ଦାତା
ତୁମେ ଜ୍ଞାନର କରତା
କର ପ୍ରଭୁ ଥରେ କୃପାମୟ ବୃଷ୍ଟି
ହେବାକୁ ଜଗତ ଜିତା ll
କାୟ, ମନ, ବାକ୍ୟ ଶୁଦ୍ଧ ପୁତ ହେଉ
ଶୁଦ୍ଧ ହେଉ ନେତ୍ର ଦୃଶ୍ୟ
ଶୁଦ୍ଧ ପୁଣି ହେଉ ଶ୍ରବଣ, ଆଘ୍ରାଣ
ପାଇ ତୁମ୍ଭରି ଆଶିଷ ll
ବାଧା, ବିଘ୍ନ, ସବୁ ଦୂର କର ପ୍ରଭୁ
ଜଗତ ଉଦ୍ଧାର ପାଇଁ
ଜଗତ ଜୀବନ ସବୁରି ପରାଣ
ଦୁଃଖରେ ନ ରହୁ କେହି ll
ସତ୍ୟ, ସଦ୍ଭାବନା,ସାହସ, ଶକତି
ମନରେ ସଞ୍ଚାଇ ଦିଅ
କିଛି କରିବାକୁ ନିଜ କର୍ମ ବଳେ
ତୁମେ ହିଁ ସହାୟ ହୁଅ ll

 ନବ କୁମାର ଦାସ

ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର

Related posts

ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କଲେ ଗୋଲାମୁଣ୍ଡା ସରପଞ୍ଚ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ନୀଳାଦ୍ରି ବିଜେ 

Sunil Chandra Nayak

ତନ୍ମୟ କିଶୋର ଦାସ ଙ୍କ କବିତା ତୋ ଦର୍ଶନ ସାତ ସ୍ବପ୍ନ

Leave a Comment

error: Content is protected !!