ନୂଆଁ ଖାଇ ଭେଟ୍ ଘାଟ୍
ଶ୍ରୀମତୀ କଲ୍ୟାଣୀ ନନ୍ଦ
ଗୁଟେ ଧାନେ ଗୁଟେ ଚାଉଲ୍,
ଖେତେ ଧାନ୍ ହେଲାନ ବତର୍,
ଧୁକୁଛେ ସୁଲସୁଲିଆ ଭୁଦୋ ପବନ୍ ,
ବରଷି ଦେଇ ଗଲାନ ଧାରା ଶିରାବନ୍,
ଖେତର୍ ଧାନ ଦେଖି, ଚଷା ପୋ’ ର୍ ମନ ଉଷତ୍ ହେଲାନ।
ବାର ମାସେ ଆମର୍ ତେର ପରବ,
ହେଲେ ନୂଆଁ ଖାଇର୍ ବାଗିର୍ ନାଏନ ପରବ,
ଆସିଗଲେ ଆମର୍ ନୂଆଁ ଖାଇ,
ସମକିରର୍ ମନ୍ ଖୁସିଥି ଭରିଯାଏସି,
ପଣ୍ଡିତ୍ ମାନେ ନୂଆଁ ଖାଇର୍ ଲଗନ୍, ତିଥି ବାହାର କଲେନ,
ଘରୁ ବାହାରେ ରହିଛନ୍ ଯେ ଯେନ,
ଘରେ ଆସି ସଭେ ଠୁଲ୍ ହେଲେନ,
ଦଦା,ବହୁ,କକା,ଖୁଡୀ,ସମକୁ ଦେଖିକରି,
ନନୀକେ ଦେଖ ଆମର୍ କେନ୍ତା ଛନ୍ କି ବୁଲଲାନ୍।
ସମ୍ବଲପୁରେ ଅଛନ୍ ମାଁ ସମଲେଶ୍ବରୀ,
କଲାହାଣ୍ଡି ନ ପୂଜା ପାଉଛନ୍ ମାଁ ମାଣିକେଶ୍ବରୀ,
ବଲାଙ୍ଗୀରେ ପୂଜା ପାଉଛନ୍ ମାଁ ପାଟଣେଶ୍ବରୀ,
ସୁନ୍ଦରଗଡ଼େ ଅଛନ୍ ମାଁ ଶିଖର ବାସିନୀ,
ସୋନପୁରେ ପୂଜା ପାଉଛନ୍ ମାଁ ସୁରେଶ୍ଵରୀ,
ପଶ୍ଚିମ ଓଡ଼ିଶାର ଆମର୍ ଇଷ୍ଟଦେବୀଙ୍କୁ ସୁମରଣା କରି,
ନୂଆଁ ଚାଉଲର୍ ଭୋଗ୍ ଲଗାସନ୍,
ସଭେ ବସି ଗୁଟେ ଠାନେ, ହରଷ୍ ମନେ ନୂଆଁ ଖାଏସନ୍,
ହସି ଖୁସି ଥି ସଭେ ମିଶି ବଡ଼ ମାନଙ୍କୁ ଜୁହାର୍ ହେଇଥିସନ୍।
ଦୟା ବହିଥିବୁ ମାଁ ସମଲେଇ,
ଗୁଟେ ହେଇକରି ଥାଉ ସମକିର ର୍ ମନ୍,
ଫି ବଛର୍ ମନଉଥିମା ଆମେ ସଭେନୂଆଁଖାଇ,
ହସିଖୁସିଥି ଦିନ୍ ଯାଉ ବିତି,
ଗୁଟେ ହେଇକରି ଥାଉ ସମକିରର୍ ମନ୍,
ହେସି ସତେ କେନ୍ତା ବତରେ, ଗୁଟେ ଧାନେ ଗୁଟେ ଚାଉଲ୍ ,
ଇ ନୂଆଁ ଖାଇ ଭେଟଘାଟ ନ,
ଗୁଟେ ହେଇ ଯାଏସି ସମକିରର୍ ମନ୍ ।।
ସମ୍ବଲପୁର