ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନୂଆଁଖାଇ

     ନୂଆଁଖାଇ

ପଶ୍ଚିମ୍ ଓଡ଼ିଶାର୍ ଶିଘା ତିହାର୍
ଆମର୍ ଇ ନୂଆଁଖାଇ,
ବରଷ୍ କେ ଥରେ ମନାସୁ ସଭେ
କୁଟୁମେ ଗୁଟେ ହେଇ l(୧)
କାହିଁ କେତେ ଦିନୁ ଘର୍ ଦୁଆର୍‌ ଯେ
ଲିପି-ପୁଛି ସଫା କରି,
ଧାନ୍ ଚାଷର୍ ନୂଆ ଅରନ୍ ଟିକେ
ରଖିଥିସୁ ଜୁଗାଡ୍ କରି l(୨)
ଭୁଦୋ ମାସର୍ ଇ ଉଜଲ୍ ପଖେ
ପଞ୍ଚ୍‌ମୀ ଦିନର୍ ତିଥି,
ଶୁଭ୍‌ବେଲା ଦେଖି ଶୁଭର୍ ଲଗ୍ନେ
ଖାଏସୁ ନୂଆଁଖାଇ l(୩)
ତଥାବି ଇଟା ଠାନେ ଠାନେ 
ଦଶ୍‌ମୀ ନୂଆଁଖାଇ
ନୂଆ ଅରନ୍ ଦେଖି ଉସତ୍ ହେଇ  
ସମିଆ ଯଏସି ବିତି |(୪)
ନୂଆଧାନ୍ କୁଟି ଅରନ୍-ଚୁଡା଼
ମା’ସମ୍‌ଲେଇର୍ ପାଦେ ଥୁଇ,
ଦେବୀ-ଦେବତା ପୁର୍‌ଷା ଲୁକେ
ଭୋଗ୍ ରାଗ୍ ଆଘେ ହେସି |(୫)
ବିଧାନ୍ ଅଛେ କୁରେଇ ପତ୍’ରେ
ଦନା-ଦନସ୍ ନୂଆଁ ବାଢି଼ 
ଭୋଗ୍ ଲାଗ୍‌ଲେ ତହିଁ ଉତାରୁ
କୁଟୁମେ ଖାଏସୁ ନେଇ l(୬)
ନୂଆ ପିନ୍ଧି-ଉଢି଼ ନୂଆଁଖାଇ ଆମର୍  
ଯୁଗୁ ଯୁଗୁ ଅଛେ ତିହାର୍
ବିଦେଶୁ ବି ଲୁକେ ଫିରି ଆଏସନ୍
ପାଶ୍‌ରି ହିଁସା ଅହଁକାର୍ l(୭)
ଘରର୍ ତଲେ ଅଲ୍‌ପିନା ଦେଇ
ସଭେ ଗୁଟେ ଧାଡି଼ ବସି,
ମୁରବୀର୍ ହାତୁ ନୂଆଁ ନେଇକରି 
କପାଲଥି ଆଘୋ ମାଖି l(୮)
ଗହକି-ସଉକି ଛୁଆ ଠାନୁ ବୁଢା଼
ନୂଆଁଖାଇ ତିହାର୍ ବେଲେ,
ନୂଆଁଖାଇ କରି ଜୁହାର୍ ଭେଟ୍ ହେଇ
ଦିନ୍ କଟ୍‌ସି ଉଲେଦୁଲେ l(୯)
ନୂଆଁଖାଇ ଦିନେ ଘରେ ଘରେ ହେସି  
ଅର୍ସା ଖିରି ପିଠା-ଗଜା,
ଛଅ ତୁନ୍ କେ ନଅ ଭଜା ଖାଇ
ଲାଗୁଥିସି ବଡା଼ ମଜା l(୧୦)
ଖୁଲି ଖୁଲି ବଜା-ଘୁମୁରା-ମାଦଲ୍
ଘୁଡା଼ ନାଚ କେତେ ଦେଖି
ଦିନ୍ ଟା ସାରା ନୂଆଁଖାଇର୍ ବେଲେ
ମନ୍ ଲାଗୁଥିସି ଗହକି l(୧୧)
ସବ୍‌କୁ ଗୁଟେ ଭାବର୍ ଡୁରେ 
ଇ ତିହାର୍ ଦେସି ବାନ୍ଧି,
ସବକର୍ ମନ୍ ଦେସି ଗୁଟେ କରି 
ଇ ପରବ୍ ନୂଆଁଖାଇ l(୧୨)

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର 

ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି :- ମଣ୍ଡଳ ( ବଲାଙ୍ଗିର)

 

Related posts

ରାମିଆଳ ବାମ ପାର୍ଶ୍ବ କେନାଲର 60 ଫୁଟର ଘାଇ ସୃଷ୍ଠି

Sunil Chandra Nayak

ନର୍ଲା ଠାରେ ଚବିଶ ପ୍ରହର ନାମ ଯଜ୍ଞର ଶୁଭଖମ୍ବ ସ୍ଥାପନ

Sunil Chandra Nayak

ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!