ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲରେ ଭାଲୁ ମଣିଷ ମୁହାଁମୁହିଁ, ଭାଲୁ ସହ ତିନି ମୃତ, ଦୁଇ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଲଖନା ଥାନା ସମରସିଂ ଗ୍ରାମ ଅନ୍ତର୍ଗତ ଲୁଆଖେନ ଜଙ୍ଗଲରେ ଭାଲୁ ସହ ମୁହାଁମୁହିଁ ହୋଇ ତିନି ଜଣ ମଣିଷ ସହ ଭାଲୁଟିର ମୃତ୍ୟୁ ହୋଇଛି। ଦୁଇ ଜଣ ଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ ଗତ ଶୁକ୍ରବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ରତନ ମାଝୀ ନାମକ ବ୍ୟକ୍ତି ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ବହୁସମୟ ଧରି ଘରକୁ ନ ଫେରିବାରୁ ଅପରାହ୍ନରେ ସମ୍ପର୍କୀୟ ଓ ଗ୍ରାମବାସୀ ମିଶି ୫ ଜଣ ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ। ରତନଙ୍କୁ ଖୋଜିବା ଅବସ୍ଥାରେ ଭାଲୁ ତିନି ଜଣଙ୍କୁ ଅଚାନକ ଆକ୍ରମଣ କରିଥିଲା। ସେ ମଧ୍ୟରୁ ଜଣେ ଜିବନ ବଞ୍ଚେଇବାକୁ ଯାଇ ଗଛ ଉପରକୁ ଚଢିଯାଇଥିଲେ।କିନ୍ତୁ ଅନ୍ୟ ଦୁଇଜଣଙ୍କୁ ଭାଲୁ ଅତି ନୃଶଂସ ଭାବେ ଝୁଣି ପକାଇଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ଅଲଗା ରାସ୍ତାରେ ଖୋଜିବାକୁ ଯାଇଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଏହି ଦୃଶ୍ୟ ଦେଖି ଦୌଡ଼ି ପଳେଇ ଯାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ପ୍ରାୟ ୩୦ ରୁ ୪୦ ଗ୍ରାମବାସୀ ଭାଲୁକୁ ଘଉଡ଼ାଇ ଆକ୍ରମଣ ର ଶିକାର ହୋଇଥିବା ବ୍ୟକ୍ତି ତଥା ରତନ ଙ୍କୁ ଖୋଜିବାକୁ ବାହାରିଥିଲେ। ସେମାନଙ୍କ ଉପରକୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା ଯେଉଁଥିରେ କି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଲଖନା ପୋଲିସ ଓ ବନ ବିଭାଗ ଖୋଜା ଖୋଜି କରି ତିନୋଟି ମୃତ ଦେହ ଉଦ୍ଧାର କରିଥିଲେ। ମୃତକ ମାନେ ହେଲେ ରତନ ମାଝୀ (୬୦) , ନକୁଲ ମାଝୀ (୨୮) , ରବି ରଣା (୩୦) ବୋଲି ଜଣା ପଡ଼ିଛି। ଆହତ ହୋଇ ଚିକିତ୍ସିତ ହେଉଥିବା ପରମେଶ୍ୱର ମାଝୀ(୫୦), କୁନା ମାଝୀ(୩୨) ବୋଲି ଜଣାପଡିଛି। ବନ ବିଭାଗ ଦ୍ଵାରା ମୃତ ଭାଲୁକୁ ଶନିବାର ସକାଳେ ଉଦ୍ଧାର କରାଯାଇ ବନଖଣ୍ଡ କାର୍ଯ୍ୟାଳୟ କୁ ଅଣାଯାଇଥିଲା। ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଉପ ନିର୍ଦ୍ଦେଶକ ବସନ୍ତ କୁମାର ଧଳଙ୍କ ଉପସ୍ଥିତିରେ ଭାଲୁ ର ଶବ ବ୍ୟବଛେଦ କରାଯାଇ କାର୍ଯ୍ୟାଳୟ ପରିସରରେ ମାଟି ଖୋଳି ପୋତି ଦିଆଯାଇଥିଲା। ଶବ ବ୍ୟବଚ୍ଛେଦ ରୁ ଭାଲୁଟିର ବୟସ ୧୦ ବର୍ଷ ବୋଲି ଜଣାପଡିଛି । ସେହି ପରି ୩ ଜଣ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ୍ୟୁବରଣ କରିଥିବା ୩ ଜଣକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ବନ ଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଏନ୍ଆଇଟିକୁ ବିଜୁ ପଟ୍ଟନାୟଙ୍କ ନାମରେ ନାମିତ କରାଯାଉ

Sunil Chandra Nayak

ଆଶାୟୀ ସମିତି ସଭ୍ୟ ରାମକୁମାର ସେନାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା,

Sunil Chandra Nayak

ଢେଙ୍କାନାଳ ରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟ୍ ଘାଟ୍ ୨୦୨୨

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort