ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲରେ ଭାଲୁ ମଣିଷ ମୁହାଁମୁହିଁ, ଭାଲୁ ସହ ତିନି ମୃତ, ଦୁଇ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଲଖନା ଥାନା ସମରସିଂ ଗ୍ରାମ ଅନ୍ତର୍ଗତ ଲୁଆଖେନ ଜଙ୍ଗଲରେ ଭାଲୁ ସହ ମୁହାଁମୁହିଁ ହୋଇ ତିନି ଜଣ ମଣିଷ ସହ ଭାଲୁଟିର ମୃତ୍ୟୁ ହୋଇଛି। ଦୁଇ ଜଣ ଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ ଗତ ଶୁକ୍ରବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ରତନ ମାଝୀ ନାମକ ବ୍ୟକ୍ତି ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ବହୁସମୟ ଧରି ଘରକୁ ନ ଫେରିବାରୁ ଅପରାହ୍ନରେ ସମ୍ପର୍କୀୟ ଓ ଗ୍ରାମବାସୀ ମିଶି ୫ ଜଣ ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ। ରତନଙ୍କୁ ଖୋଜିବା ଅବସ୍ଥାରେ ଭାଲୁ ତିନି ଜଣଙ୍କୁ ଅଚାନକ ଆକ୍ରମଣ କରିଥିଲା। ସେ ମଧ୍ୟରୁ ଜଣେ ଜିବନ ବଞ୍ଚେଇବାକୁ ଯାଇ ଗଛ ଉପରକୁ ଚଢିଯାଇଥିଲେ।କିନ୍ତୁ ଅନ୍ୟ ଦୁଇଜଣଙ୍କୁ ଭାଲୁ ଅତି ନୃଶଂସ ଭାବେ ଝୁଣି ପକାଇଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ଅଲଗା ରାସ୍ତାରେ ଖୋଜିବାକୁ ଯାଇଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଏହି ଦୃଶ୍ୟ ଦେଖି ଦୌଡ଼ି ପଳେଇ ଯାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ପ୍ରାୟ ୩୦ ରୁ ୪୦ ଗ୍ରାମବାସୀ ଭାଲୁକୁ ଘଉଡ଼ାଇ ଆକ୍ରମଣ ର ଶିକାର ହୋଇଥିବା ବ୍ୟକ୍ତି ତଥା ରତନ ଙ୍କୁ ଖୋଜିବାକୁ ବାହାରିଥିଲେ। ସେମାନଙ୍କ ଉପରକୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା ଯେଉଁଥିରେ କି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଲଖନା ପୋଲିସ ଓ ବନ ବିଭାଗ ଖୋଜା ଖୋଜି କରି ତିନୋଟି ମୃତ ଦେହ ଉଦ୍ଧାର କରିଥିଲେ। ମୃତକ ମାନେ ହେଲେ ରତନ ମାଝୀ (୬୦) , ନକୁଲ ମାଝୀ (୨୮) , ରବି ରଣା (୩୦) ବୋଲି ଜଣା ପଡ଼ିଛି। ଆହତ ହୋଇ ଚିକିତ୍ସିତ ହେଉଥିବା ପରମେଶ୍ୱର ମାଝୀ(୫୦), କୁନା ମାଝୀ(୩୨) ବୋଲି ଜଣାପଡିଛି। ବନ ବିଭାଗ ଦ୍ଵାରା ମୃତ ଭାଲୁକୁ ଶନିବାର ସକାଳେ ଉଦ୍ଧାର କରାଯାଇ ବନଖଣ୍ଡ କାର୍ଯ୍ୟାଳୟ କୁ ଅଣାଯାଇଥିଲା। ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଉପ ନିର୍ଦ୍ଦେଶକ ବସନ୍ତ କୁମାର ଧଳଙ୍କ ଉପସ୍ଥିତିରେ ଭାଲୁ ର ଶବ ବ୍ୟବଛେଦ କରାଯାଇ କାର୍ଯ୍ୟାଳୟ ପରିସରରେ ମାଟି ଖୋଳି ପୋତି ଦିଆଯାଇଥିଲା। ଶବ ବ୍ୟବଚ୍ଛେଦ ରୁ ଭାଲୁଟିର ବୟସ ୧୦ ବର୍ଷ ବୋଲି ଜଣାପଡିଛି । ସେହି ପରି ୩ ଜଣ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ୍ୟୁବରଣ କରିଥିବା ୩ ଜଣକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ବନ ଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୈଳାସ ଚନ୍ଦ୍ର ପାଢ଼ୀ ଙ୍କ କବିତା କାହାନ୍ତି ସେ ଗାନ୍ଧୀ ଗୋପବନ୍ଧୁ

ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା..

Sunil Chandra Nayak

ପାଞ୍ଚ ଦଫା ଦାବି ନେଇ ସ୍ବାସ୍ଥ୍ୟକର୍ମୀଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!