ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଳ୍ପିକ ଦେବାଶିଷ ମିଶ୍ର ଙ୍କ ଅନ୍ତର୍ଦାହ

ଅନ୍ତର୍ଦାହ

 

ଗାଳ୍ପିକ ଦେବାଶିଷ ମିଶ୍ର

ଅଵନଵେଲା,ରେମଣ୍ଡା

ସୁନ୍ଦରଗଡ଼

 

“ସାର୍, ଆଜି ଖବରକାଗଜ ପଢ଼ିଲେ।”

 

“ନା, କ’ଣ ବାହାରିଛି କି ?”

ଆପଣଙ୍କ ପ୍ରିୟ ଶିଷ୍ୟର ଖବର।

‘କ’ଣ’, ‘ କିଏ’ ? ମୋ ମନରେ ପ୍ରଶ୍ନ ଭଙ୍କି ମାରିଲା । ମୁଁ ଖବରକାଗଜଟା ଓଲଟାଇ ଦେଖିଲି । ଏ କ’ଣ ରାହୁଲ ?

ହଁ, ତ ରାହୁଲର ଖବର ।

ସେ କ’ଣ ଜେଲ୍‌ରେ !

“ହଁ, ସେଇଆ ହେବାର ବି ଥିଲା।” ଆଶୁତୋଷ କହିଲା ।

କ’ଣ ଆପଣ ତା’ ବିଷୟରେ ଖବର ରଖିଛନ୍ତି ?

ମୁଁ କହିଥିଲି- “ନା, ଦୀର୍ଘ ପନ୍ଦର ବର୍ଷ ହେବ ଦଶମ ଶ୍ରେଣୀରେ ପଢ଼େଇଲା ପରେ ଆଉ ଦେଖୁନି, କି ତା’ ବିଷୟରେ ଜାଣିନି ।”

ଆଶୁତୋଷ ଖବରକାଗରେ ଦେଇଥିବା ସମ୍ଵାଦଟିକୁ ପଢ଼ିବାକୁ କହିଲା । ପଢ଼ି ମୁଁ ସହିପାରିଲି ନାହିଁ, ଆଖିରୁ ଅଶ୍ରୁ ବାହାରି ପଡ଼ିଲା । ଏମିତି ଲାଗିଲା ଯେମିତି ମୁଁ ନିଜେ ହାରି ଯାଇଛି ।

ସ୍ୱାତୀ ଥିଲା ସୁନ୍ଦରୀ, ବୁଦ୍ଧିମତୀ । ସେ ଥିଲା ଗ୍ରେଜୁଏସନ୍ ଶେଷ ବର୍ଷ ଛାତ୍ରୀ । କିଛିଦିନ ତଳେ ତାର ଦେଖାହେଲା ରାହୁଲ ସହିତ । ରାହୁଲ ଥିଲା ତା’ର ମାତାପିତାଙ୍କର ଏକମାତ୍ର ସନ୍ତାନ । ଦୁହେଁ ଦୁହିଁଙ୍କୁ ଭଲ ପାଇବାକୁ ଲାଗିଲେ । ରାହୁଲ ସମ୍ବଲପୁରରେ ବ୍ୟାଙ୍କରେ କ୍ଲର୍କ ଭାବରେ କାମ କରୁଥିଲା । ଦୁହେଁ ସିଦ୍ଧାନ୍ତ ନେଇଥିଲେ ଅଭିଭାବକଙ୍କୁ ତାଙ୍କ ବିଷୟରେ ଜଣେଇବେ ବୋଲି । କିନ୍ତୁ ସମସ୍ୟା ଥିଲା ସେ ଦୁହିଁଙ୍କର ଜାତି ଥିଲା ଅଲଗା ।

ସ୍ଵାତୀର ବାପା ଫରେଷ୍ଟ ଅଫିସର ଭାବେ କାମ କରୁଥିଲେ । ବେଶ୍ ଥିଲା ବାଳା ହେବା ସହ ସହର ରେ ପ୍ରତିଷ୍ଠା ମଧ୍ୟ କିଛି କମ୍ ନ ଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ । ସ୍ଵାତୀ ଅଲଗା ଜାତିର ହେବା ସତ୍ତ୍ବେ ରାହୁଲର ମାଁ ବାପା ଯୌତୁକ ଆଶାରେ ବିବାହ ପାଇଁ ରାଜି ହୋଇଗଲେ । ସ୍ୱାତୀର ମା’ ବାପା ମଧ୍ୟ ଝିଅର ଇଚ୍ଛା ଏବଂ ଜିଦ୍ ସାମ୍ନାରେ ହାର ମାନି ନେଇଗଲେ । ଝିଅର ଖୁସି ପାଇଁ ତାକୁ ରାହୁଲ ସହିତ ବାହା କରେଇବା ପାଇଁ ବାଧ୍ୟ ହେଲେ ।

ଭଲ ପାଇବାର ସାମ୍ନାରେ ଜାତି ଭେଦ ମୁଣ୍ଡ ନୁଆଁଇଲା। ବାହାଘର ହେଲା । ରାହୁଲକୁ ସ୍ୱାତୀର ବାପା ସାମର୍ଥ୍ୟ ଅନୁସାରେ ଯୌତୁକ ବି ଦେଲେ । ବାହାଘର ବି ବେଶ୍ ଧୁମଧାମରେ ହେଲା ।

ସ୍ୱାତୀ ବେଶ୍ ଖୁସି ଥିଲା ଯେ ରାହୁଲ ଅନ୍ୟ ଜାତିର ହେବା ସତ୍ତ୍ଵେ ତା’ ବାପା ମା’ ବେଶ୍ ଧୁମ୍‌ଧାମ୍‌ରେ ତା’ର ବାହା କରେଇଲେ । ସ୍ନାତୀର ବିଶ୍ବାସ ଥିଲା ଯେ ତାକୁ ଶାଶୂଘର ଲୋକେ ବୋହୂ ନୁହେଁ, ଝିଅ ଭଳି ରଖିବେ ।

କିନ୍ତୁ ଶାଶୁଘର ଧୀରେ ଧୀରେ ସ୍ୱାତୀକୁ ବନ୍ଦୀଶାଳା ଭଳି ଲାଗିଲା । ଯେତେ ଭୋକିଲା ଥିଲେ ମଧ୍ୟ ସମସ୍ତେ ନ ଖାଇବା ପର୍ଯ୍ୟନ୍ତ ତାକୁ ଖାଇବାକୁ ସ୍ୱତନ୍ତ୍ରତା ନ ଥିଲା । ଏମିତି କି ଘରର କୌଣସି ପୁରୁଷ ସଦସ୍ୟଙ୍କ ସାମ୍ନାରେ ବସିବାର ଅଧିକାର ବି ନ ଥିଲା । ସେ ଗ୍ରାଜୁଏସନ୍ ପରୀକ୍ଷା ଦେବା ପାଇଁ ପଢ଼ିବାକୁ ଚାହିଁଲା ବେଳକୁ ତାକୁ ସେଥିରେ ବି ମନା କରାଗଲା |

ସ୍ଵାତୀ ଏସବୁ ପାଇଁ ରାହୁଲ ପାଖରେ ବିରୋଧ ଜଣେଇଲା । ହେଲେ ରାହୁଲ କହିଥିଲା– “ ଏହା ପରିବାର ଦ୍ଵାରା କରାଯାଇଥିବା କୌଣସି ଭୁଲ ନିଷ୍ପରି ନୁହେଁ, ବରଂ ଆମ ସଂସ୍କୃତି ଓ ପରମ୍ପରା ।” ସେ ସ୍ବାତୀକୁ ତାଗିଦ୍ କରି କହେ, “ମା’ ବାପା ଯାହା କହିବେ, ତୁମେ ମାନିବାକୁ ବାଧ୍ୟ ।” ଶେଷରେ ସ୍ୱାତୀ ପଢ଼ିବା ପାଇଁ ଜିଦ ଧରିବାରୁ ତା’ ଶାଶୁ ଶୁଶୁର ଓ ରାହୁଲ ଠାରୁ ମାଡ଼ ଖାଇବା ପାଇଁ ବି ପଡ଼ିଲା |

କିଛିଦିନ ପରେ ଶ୍ଵଶୁର ଘରେ ଗୋଟିଏ ଘର କିଣିବା ପାଇଁ ସ୍ଥିର କଲେ । ଟଙ୍କା ନିଅଂଟ ହେବାରୁ ସ୍ୱାତୀକୁ ଆଠ ଲକ୍ଷ ଟଙ୍କା ତା’ ବାପାଙ୍କ ଠାରୁ ଆଣିବା ପାଇଁ କହିଲେ । ଏହି ସମୟରେ ସେ ଗର୍ଭବତୀ ମଧ୍ୟ ଥିଲା । ସ୍ଵପ୍ନ ଓ ଆଶା ଥିଲା ଏକ ଉଜ୍ଵଳ ଭବିଷ୍ୟତର । ହେଲେ ସବୁ ଓଲଟ ପାଲଟ ହୋଇଗଲା । ତାକୁ ପୁଣି ଶାଶୁ ଓ ରାହୁଲର ମାଡ଼ ଖାଇବାକୁ ପଡ଼ିଲା ଓ ତା’ର ଗର୍ଭପାତ ହୋଇଗଲା । ସେମାନେ ତାକୁ ହସ୍‌ପିଟାଲ ବି ଆଣିଲେ ନାହିଁ । ଦି ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ଲାଗି ରହିଲା । ଆଉ ଶେଷରେ ସେ ଆଖୁ ବୁଜିଦେଲା । ଦିନ ଥିଲା ଯେଉଁ ସ୍ବାତୀ ପାଇଁ ରାହୁଲ ସମସ୍ତଙ୍କ ସହିତ ଲଢ଼ି ନିଜ ସର୍ବସ୍ବ ହରାଇବା ପାଇଁ ତତ୍ପର ଥିଲା ଆଜି କେମିତି ଏତେ ବଦଳି ଗଲା, ବୋଧେ ସ୍ଵାତୀ ପ୍ରତି ତାର ଭଲ ପାଇବାର ନ ଥିଲା , କେବଳ ଥିଲା ଦୈହିକ ଆକର୍ଷଣ।

ଦିନେ ମୁଁ ଗର୍ବ କରୁଥୁଲି, ରାହୁଲ ପାଇଁ । ସେ ଥିଲା ମୋର ସବୁଠାରୁ ପ୍ରିୟ ଛାତ୍ର । ଆଜି ବି ମନେ ପଡ଼େ ଜିଲ୍ଲା ସ୍ତରୀୟ ତର୍କ ପ୍ରତିଯୋଗୀତାରେ ସେ ‘ଯୌତୁକ ଏକ ରାକ୍ଷସ’ ବିଷୟରେ ଦେଇଥିବା ଔଜସ୍ଵୀ ଭାଷଣଟି । ସତରେ କି ଚମତ୍କାର ଥିଲା ସେ ଭାଷଣ । ଯୌତୁକ ରୂପୀ ରାକ୍ଷସର ଅନ୍ତ କରି ସେ ଶାନ୍ତି, ପ୍ରେମ ଓ ସ୍ନେହର ଏକ ସୁନ୍ଦର ସମାଜ ଗଢ଼ିବାର କି ସୁନ୍ଦର ଯୁକ୍ତି ବାଢ଼ିଥିଲା । ପାଠ ପଢ଼ାରେ ବି ସେ ଥିଲା ଅତି ଉତ୍ତମ । ଗଣିତ ଭଲ ଭାବରେ ଜାଣୁଥିବାରୁ ମୁଁ ତାକୁ ନିଜ ପୁଅ ଆଶୁତୋଷ ଠାରୁ ବି ବେଶୀ ଭଲ ପାଉଥିଲି । ମୋର ବିଶ୍ବାସ ଥିଲା, ସେ ଦିନେ ନା ଦିନେ ମୋ ନାମକୁ ଗୌରବାନ୍ବିତ କରିବ । ସେ ମୋ ଶିଖେଇଥିବା ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନର ଚଲାପଥରେ ଆଗେଇବ ।

ହେଲେ, ଏ କ’ଣ ସବୁ ସତ୍ୟାନାଶ ହୋଇଗଲା। ଜଣେ ଶିକ୍ଷିତ ଯୁବକ ହେଇ ସୁଦ୍ଧା ସମାଜ ପାଇଁ ଏକ କଳଙ୍କିତ ଉଦାହରଣ ସୃଷ୍ଟି କଲା ଆଉ ଆଜି ୭ ବର୍ଷ ପାଇଁ ଜେଲ୍ ଦଣ୍ଡ ଭୋଗୁଛି।

ଆଜି ବି ଚିତ୍ରପଟ ପରି ମନେ ପଡ଼ିଯାଉଛି ପୁରୁଣା କଥା ସବୁ। ରାହୁଲ ଭଲ ପଢୁଥିବାରୁ ତାକୁ ମୁଁ କ୍ଲାସ ମନିଟର କରିଥାଏ । ଆଉ ଅନ୍ୟ ପଟେ ହଳଧର ସବୁବେଳେ ମୋ କ୍ଲାସ୍‌ରେ ଦଣ୍ଡ ପାଇ ବାହାରେ ଠିଆ ହୋଇଥାଏ । ତା’ର ପଢ଼ାରେ ବିଲକୁଲ ଧ୍ୟାନ ବି ନଥାଏ । ମୁଁ ସବୁବେଳେ ତାକୁ କହେ, କେଜାଣି ତୁ ସ୍କୁଲକୁ କାହିଁକି ଆସୁଛୁ । ପଢ଼ିବା ପାଇଁ ନା କେବଳ ସମୟ ବର୍ବାଦ କରିବା ପାଇଁ । ମୋର ସମୟ ବି ବର୍ବାଦ୍ କରୁଛୁ ଆଉ ତୋ ମା-ବାପାଙ୍କ ଝାଳ ବୁହା ଅର୍ଥ। ତତେ ପଢ଼େଇ ବଦନାମ ହେବା ଛଡ଼ା ଅନ୍ୟ କିଛି ଲାଭ ନାହିଁ । ଯେତେବେଳେ ବି ଗଣିତ ବୁଝେଇବି ଅନ୍ୟମନସ୍କ ହୋଇ ରହିବୁ । ଯାହା ବୁଝେଇଲେ ବି ଫେଲ ହେବୁ । ଯାହା ବି ହେଉ, ସତକୁ ସତ ହଳଧର ଫେଲ ହୋଇ ପାଠ ଛାଡ଼ିଲା । ମୁଁ ବି ସେଦିନ ମନେ ମନେ ଭାବିଥିଲି ଗଲା ମୁର୍ଖଟାଏ ।

ହେଲେ ଏଇ ତ ଗତ ଶୁକ୍ରବାର ଦିନର କଥା । ହଠାତ୍ ମୁଁ ତା’ ବିଷୟରେ ଶୁଣି ଅବାକ୍ ହୋଇଗଲି । ସରକାର ତାକୁ କ’ଣ ନା ପଦ୍ମଶ୍ରୀ ଦେବା ପାଇଁ ଘୋଷଣା କଲେ । ସତରେ ଗଣିତ ସିନା ଜାଣୁ ନ ଥିଲା, ହେଲେ ଆଜି ମୁହଁ ଖୋଲି ଯେଉଁଠି ବି କବିତା କହେ, ଲୋକେ ମନ୍ତ୍ର ମୁଗ୍‌ଧ ହୋଇ ଘଣ୍ଟା ଘଣ୍ଟା ଧରି ତା’ କବିତା ଶୁଣନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଆଜି ବି ସେ ମୋତେ ସମ୍ମାନ କରୁଛି । ତାର ଏତେ ବଡ଼ ସମ୍ମାନ ପାଇବା ପଛରେ ମୋର ହାତ ଓ ପ୍ରେରଣା ରହିଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ଜଣେଇଛି । ଯେଉଁ ପିଲାକୁ ଅଯୋଗ୍ୟ ମନେ କରୁଥିଲି, ସେ ଆଜି ମୋତେ ସମ୍ମାନିତ କଲା। ହଳଧରର ଜୀବନଟା କମ୍ ଆଦର୍ଶମୟ ନୁହେଁ। ସ୍କୁଲ ସିନା ଛାଡ଼ିଲା , ହେଲେ ପଢ଼ା ଛାଡ଼ିନି କେବେ । ଜୀବନ ସାରା ଶିକ୍ଷା ଗ୍ରହଣ କରିଚାଲିଛି। ଗଣିତ ସିନା ହେଲା ନାହିଁ, ହେଲେ ସାହିତ୍ୟ ଓ ସଂସ୍କୃତିର ଭଣ୍ଡାର କୁ ତା ଲେଖନୀ ଚାଳନା ଦ୍ଵାରା ରୁଦ୍ଧିମନ୍ତ କରିଛି।

ମା’ ବାପା ଯେଉଁ ଝିଅକୁ ବାହା କରିବା ପାଇଁ ଠିକ୍ କଲେ, ତାକୁ ଥରୁଟିଏ ବି ନ ଦେଖି ବାହା ହେଲା । କେବେ ତା’ ଆଖରେ ଅଶ୍ରୁ ଆସିବା ପାଇଁ ଦେଇନାହିଁ । ସବୁବେଳେ ତାକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଛି । ନିଜକୁ ଶାହାଜାହାନ ଓ ନିଜ ସ୍ତ୍ରୀଙ୍କୁ ମମତାଜ୍ ମନେ କରେ। ପାରିବାରିକ ଆର୍ଥିକ ସ୍ଥିତି ଖରାପ ଥିଲେ ବି କେବେ ପତ୍ନୀକୁ ପଦୁଟିଏ କହି ନାହିଁ ।

ହଳଧରର ଶାଶୁ ଶ୍ଵଶୁରଙ୍କ ସ୍ବର୍ଗବାସ ହୋଇଯିବାରୁ ସେ ନିଜ ଶଳା ଓ ଶାଳୀକୁ ନିଜ ପୁଅ ଝିଅ ପରି ସ୍ନେହ ଦେଇଛି। ଘରେ ଆଣି ସ୍ନେହ ଓ ଯତ୍ନରେ ରଖିଛି। ଥରେ ଯେତେବେଳେ ପତ୍ନୀ ସୁକୁମାରୀକୁ ଜ୍ଵର ହେଲା, ତାଙ୍କ ଗାଁରେ ସେତେବେଳେ କୌଣସି ଗାଡ଼ି ମଟରର ସୁବିଧା ନ ଥିଲା । ସେ ସେଥିପାଇଁ ତାକୁ କାନ୍ଧେଇ ଦୀର୍ଘ ଦଶ କିଲୋମିଟର ଦୂର ହସ୍‌ପିଟାଲ କୁ ବୋହି ନେଇ ଯାଇଥିଲା । ହେଲେ ବଂଚେଇ ପାରିଲା ନାହିଁ ନିଜ ପ୍ରାଣପ୍ରିୟାକୁ I ସେଦିନଠାରୁ ଟଙ୍କା ଯୋଗାଡ଼ କରି ଗୋଟାଏ ଅଟୋ ରିକ୍‌ସା କିଣିଛି । ଯାହାକୁ ଚିକିତ୍ସାର ଦରକାର ହୁଏ, ସେ ନିଶୁଳ୍କ ସାହାଯ୍ୟ କରେ । ତାକୁ ହସ୍‌ପିଟାଲ ପହଂଚାଇ ଦିଏ ।

ମୁଁ ଆଗରୁ ଭାବୁଥିଲି ଶିକ୍ଷା ହିଁ ମଣିଷକୁ ମଣିଷ କରି ଗଢ଼ି ତୋଳେ, ହେଲେ ହୁଏତ ମୁଁ ଭୁଲ ଥୁଲି । ଶିକ୍ଷା ନୁହେଁ, ମଣିଷର ଶୁଦ୍ଧ ଭାବନା ହିଁ ମଣିଷକୁ ମଣିଷ କରି ଗଢ଼ି ତୋଳେ। ଆଜି ମୁଁ ନିଜେ ଭୁଲ ପ୍ରମାଣିତ ହୋଇ ବି ଜୀବନରେ ପ୍ରଥମ ଥର ପାଇଁ ଖୁସି ଥୁଲି ।

ଅନ୍ତରାତ୍ମାର ଅନ୍ତର୍ଦାହରୁ ବାହାରି ଆସୁଥୁଲା- ସମାଜ ଦରକାର କରେ ହଳଧର, ରାହୁଲ ନୁହେଁ । ଦରକାର କରେ ଆଦର୍ଶ, କେବଳ ଶିକ୍ଷା ନୁହେଁ । ମନରୁ ସ୍ଵତଃ ଆସି ଯାଉଥିଲା “ହଳଧର ଦୀର୍ଘାୟୁ ଭବ ।”

 

   ଅବନବେଲା, ରେମଣ୍ଡା, ସୁନ୍ଦରଗଡ଼

Related posts

ସାହିତ୍ୟ ଅଗଣା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ସାଧନାର ପଥ, ନୁହଁ କୁସୁମିତ

Sunil Chandra Nayak

ବର ବଜାର ବା ସୌରତ ସଭା.. ବିହାରରେ ୭୦୦ ବର୍ଷ ଧରି ପାରମ୍ପରିକ ରୀତିରେ ଚାଲିଛି ଏଭଳି ପ୍ରଥା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort