ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

‘କର୍ତ୍ତବ୍ୟନିଷ୍ଠ ସେବା ଓ ପରୋପକାର ପାଇଁ ସେ ସବୁଦିନ ପାଇଁ ମନେ ରହିବେ’

କେନ୍ଦ୍ରାପଡ଼ା, ତା ୦୧/୦୫: ‘ପରୋପକାରାୟ ସ୍ୱର୍ଗାୟ’ ନୀତିରେ ବିଶ୍ୱାସ ରଖି ନିଜର ସରକାରୀ କର୍ତ୍ତବ୍ୟକୁ ନିଷ୍ଠାର ସହ ସମ୍ପାଦନ କରି ଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ ଚାକିରୀ ଜୀବନରୁ ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୁରୁଣା ଡାକ୍ତରଖାନାସ୍ଥିତ ଡିଡିଆର୍‌ସି ସଭାଗୃହରେ ତାଙ୍କ ପାଇଁ ଏକ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ରୂପାଲି ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇ କହିଥିଲେ, “ପ୍ରଭାସ ବାବୁଙ୍କ ଉତ୍ସର୍ଗିକୃତ ସେବା ନିଶ୍ଚିତରୂପେ ଉଦାହରଣଯୋଗ୍ୟ । ସାମାଜିକ ସୁରକ୍ଷା ଦିଗରେ ତାଙ୍କ ଭଳି ନୀତିନିଷ୍ଠ ସେବା କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।” ନିମନ୍ତ୍ରିତ ଅତିଥିମାନେ ତାଙ୍କ ହୃଦୟଖୋଲା ହସ, ସହନଶୀଳତା, ମିଷ୍ଟଭାଷୀ ଉତ୍ତମ ବ୍ୟବହାର, ଉତ୍ସର୍ଗିକୃତ ମାନବସେବା, ସମୟାନୁବର୍ତ୍ତିତା ଆଦି ଗୁଣର ସ୍ମୃତିଚାରଣ କରି ତାଙ୍କ ଅବସରକାଳୀନ ଜୀବନର ସୁଖ ସମୃଦ୍ଧି କାମନା କରିଥିଲେ । ତାଙ୍କ ବିଦାୟକାଳୀନ ବକ୍ତବ୍ୟରେ ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡ଼ାବାସୀଙ୍କୁ ସେମାନଙ୍କ ସହଯୋଗ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ୩୬ବର୍ଷ କାଳ ନିରନ୍ତର ସରକାରୀ ସେବା ପ୍ରଦାନ କରିଥିବା ଶ୍ରୀଯୁକ୍ତ ଦାସଙ୍କୁ ବିଦାୟକାଳୀନ ସଭାରେ ଶ୍ରୀ ବଳଦେବ ଜୀୟୁଙ୍କ ଫଟୋଚିତ୍ର, ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା । ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ସଙ୍ଗୀତଗୁରୁ କଳାକାର ପଣ୍ଡା ଓ ସସ୍ମିତା ରାଉତ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଡିପିସି (ମମତା) ମନୋରଞ୍ଜନ ଦାସ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା କାର୍ଯ୍ୟାଳୟର ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମ୍‌ଓ ଡାକ୍ତର ଅନୀତା ପଟ୍ଟନାୟକ, ଏଡିଏମ୍‌ଓ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡିଏସ୍‌ଡବ୍ଲୁଓ ସତ୍ୟଭାମା ସେଠୀ, ସିଡିପିଓ ବିଜୟ କେତନ ସାହୁ, ସାହିତ୍ୟିକ ଜଗଦାନନ୍ଦ ଜେନା, ଅବସରପ୍ରାପ୍ତ ଅଧ୍ୟାପକ ଅଜୟ କୁମାର ସାମଲ, ଶିକ୍ଷାବିତ୍ ନାରାୟଣ ପତି, ଶୁଭ୍ରାଂଶୁ କୁମାର ଦାଶ, ଶ୍ରୀଧର ଭୋଳ, ଅଧ୍ୟାପକ ଗିରିଜାକାନ୍ତ ଦାସ, ଅଶୋକ କୁମାର ସାହୁ, ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୂଖ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଖାଉଟିଙ୍କୁ କନ୍ଦାଉଛି ଆକାଶଛୁଆଁ ପରିବା ଦର

masiha

ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଟିଆଗୁଡା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

Sunil Chandra Nayak

କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସରେ ସାମିଲ ଦାବି 

masiha

Leave a Comment

error: Content is protected !!