ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର ବଜାର ବା ସୌରତ ସଭା.. ବିହାରରେ ୭୦୦ ବର୍ଷ ଧରି ପାରମ୍ପରିକ ରୀତିରେ ଚାଲିଛି ଏଭଳି ପ୍ରଥା

ଆମେ ପୁରାଣ କାଳରେ କନ୍ୟା ସୟମ୍ବର୍ କଥା ଶୁଣିଥିଲୁ ମାତ୍ର ବର ବଜାର ଏଭଳି ଶୀର୍ଷକଟି ବିଚିତ୍ର ମନେ ହେଉଥାଇପାରେ, ମାତ୍ର ବିହାରର ମଧୁବାଣୀ ଜିଲ୍ଲାରେ ଏପରି ଏକ ନିୟମିତ ହାଟ ବସି ସେଠାରେ ବରମାନଙ୍କର କିଣାବିକା ହୋଇଥାଏ। ଦୀର୍ଘ ୭୦୦ ବର୍ଷ ଧରି ପାରମ୍ପରିକ ରୀତିରେ ତାହା ଅନୁଷ୍ଠିତ ହୋଇ ଆସୁଛି। ପୂରା କାଳରେ ନିର୍ଦ୍ଦିଷ୍ଟ ରାଜକୁମାରୀଙ୍କ ବର ଚୟନ ପାଇଁ ସ୍ବୟଂବର ସଭା ବସୁଥିଲା ଯେଉଁଠି ବିଭିନ୍ନ ରାଜ୍ୟର ରାଜକୁମାରମାନେ ଆମନ୍ତ୍ରିତ ହୋଇ ଆସିଥା’ନ୍ତି। ମାତ୍ର ମଧୁବାଣୀର ଏହି ବର ବଜାରରେ ବିବାହ ଆଶାୟୀ ପୁରୁଷମାନେ ବରବେଶରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥା’ନ୍ତି ଏବଂ ଯୋଗ୍ୟା କନ୍ୟାମାନେ ନିଜର ମନପସନ୍ଦର ବର କିଣିଥା’ନ୍ତି। ଏଥିରେ ସେମାନଙ୍କ ପରିବାରବର୍ଗ ମଧ୍ୟ ସହଯୋଗ କରିଥା’ନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ବରହାଟକୁ ‘ସୌରତ ସଭା’ କହନ୍ତି। ଜଣେ କନ୍ୟା ନିଜର ବର ପସନ୍ଦ କଲା ପରେ ପରିବାର ଲୋକେ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ପାରିବାରିକ ପୃଷ୍ଠଭୂମି, ଜନ୍ମ ପ୍ରମାଣପତ୍ର ଆଦି ତନଖିଥା’ନ୍ତି। ତାହାପରେ କଥା ଆଗକୁ ଯାଇଥାଏ। ନିଜର ସାମାଜିକ ପ୍ରତିଷ୍ଠା ଓ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ବରମାନେ ନିଜର ମୂଲ୍ୟ ନିର୍ଦ୍ଧାରଣ କରିଥା’ନ୍ତି।

ଲୋକଙ୍କ ସୂଚନାନୁସାରେ, ଏହି ପ୍ରଥା କର୍ଣ୍ଣଟ ବଂଶୀୟ ରାଜା ହରି ସିଂହଙ୍କ ଦ୍ବାରା ପ୍ରଚଳିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ବିବାହକୁ ଯୌତୁକବିହୀନ ଓ ଭିନ୍ନ ଗୋତ୍ରରେ ସଂପନ୍ନ କରିବା ଲକ୍ଷ୍ୟରେ ସେ ଏପରି କରିଥିଲେ। ଏକ ଅଶ୍ବତ୍‌ଥ ବୃକ୍ଷର ତୋଟାରେ ନଅ ଦିନ ଧରି ଚାଲୁଥିବା ଏହି ବର ବଜାରକୁ ଲୋକେ ସୌରତ ମେଳା ବା ସଭାଗାଚ୍ଛି ବୋଲି କହିଥା’ନ୍ତି। ବିଶେଷ କରି ମୈଥିଳୀ ବ୍ରାହ୍ମଣ ସମ୍ପ୍ରଦାୟର କନ୍ୟାମାନେ ଏହି ବର ହାଟରୁ ନିଜ ମନପସନ୍ଦର ଜୀବନସାଥୀ ଚୟନ କରିଥା’ନ୍ତି। ଯଦିଓ ଯୌତୁକର ମୂଳୋତ୍ପାଟନ ପାଇଁ ଏହି ପ୍ରଥାର ପ୍ରଚଳନ ହୋଇଆସୁଛି, ତେବେ ଏବେ ମଧ୍ୟ ଏପରି ବିବାହରେ ଯୌତୁକର ଭୂମିକା ଦେଖିବାକୁ ମିଳୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଷ ପାନ ଖାଇ ମହିଳା ଗୁରୁତର

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକ ଗୋଁଡ ସମାଜର ନୂଆଖାଇ ଭେଟଘାଟ

Sunil Chandra Nayak

କୋକସରା ପୁଲିସ ରେ ବିଜୟା ଦଶମୀ ଉତ୍ସବ ରେ ପୁଜିତ ହେଲେ ମା ଭଣ୍ଡାର ଘରଣୀ

Sunil Chandra Nayak

Leave a Comment

error: Content is protected !!