ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଶ୍ରାବଣୀ ।।

।। ଶ୍ରାବଣୀ ।।

            

                    କୈଳାସ ଚ଼ନ୍ଦ୍ର ପାଢ଼ୀ

ଶ୍ରାବଣୀ ତୁ ମୋର
ପ୍ରିୟା-ନୟନର
           ଅବାରିତ-ଅଶ୍ରୁଧାରା,
ବର୍ଷୁକୀ-ଆଖିର
ସେ ଅଶ୍ରୁଧାରାରେ
            ହସେ ଏ ଜଗତ ପରା।୦।
କେତେ ସ୍ବପ୍ନ ସତେ
ସମ୍ଭାବନା କେତେ
             ହୃଦେ ହୃଦେ ଦେଉ ଭରି,
ତୋହରି ସ୍ବାଗତ
ଗୀତିକାରେ ଯାଏ
            ଏ ଜୀବ ଜଗତ ପୁରି
ଝର ଝର ଝର
ଝରିପଡ଼ୁ ଥାଉ
            ପ୍ରଦାନି ଅମୃତ ଧାରା 
            ଶ୍ରାବଣୀ……….।୧।
ପଲ୍ଲବିତ-ଧରା
ବିସ୍ମୟ-ବିଭୋରା
             ପ୍ରକୃତି ସେ କୋମଳାଙ୍ଗୀ,
ସତୃଷ୍ଣ ନୟନେ
ଚାହିଁ ରହି ଥାଏ
             ଉତ୍ ଫୁଲ୍ଲା ସେ ଅନୁରାଗୀ
ପ୍ରୀତି ଭାବନାରେ
ପରଶି ଦେଉତୁ
             ସଂଙ୍ଗୀତ ମଧୁଝରା
             ଶ୍ରାବଣୀ…………।୨।
ଭୁବନ ଭେଦୀ ତୋ
ମର୍ମର ଧ୍ବନୀ
              ପ୍ରତି ପ୍ରାଣେ ତୋଳେ ଛନ୍ଦ,
କେବେ ଆଶା ତୁହି
କେବେ ବା ଭରସା
              କେବେ ସୃଷ୍ଟି କରୁ ଦ୍ବନ୍ଦ
ସକଳ ପ୍ରାଣର
ସ୍ପନ୍ଦନରେ ତୁହି
             ପ୍ରୀତିର-ଉଚ୍ଛ୍ବାସ ପରା
             ଶ୍ରାବଣୀ………….।୩।
             
କୁମାର ପୁର।ଅନନ୍ତ ପୁର ।
ବାସୁଦେବ ପୁର ।ଭଦ୍ରକ ।

Related posts

ଭତ୍ତା ଆତ୍ମସାତ ଘଟଣାରେ ଭିଜିଲାନ୍ସ ମାଗିଲା ରିପୋର୍ଟ୍

ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବଜାର ସାରା ରାକ୍ଷୀ ପସରା..

Sunil Chandra Nayak

ଗୋଲାମୁଣ୍ଡା ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!