ଶ୍ରାବଣୀ
ଶ୍ରାବଣୀ ଗୋ ତୁମ ଦୟା, ଧର୍ମ,ପ୍ରେମ
ରଖି ନାହଁ କିବା ଏ ଜଗତେ
ତଵ ଆଗମନ ଭରେ ପ୍ରାଣୀ ମନ
ଦେଖା ନାହିଁ କାହିଁ ହୃଦ ଗତେ (1)
ପ୍ରକୃତି ସୁଷମା ନଥିଲା ଉପମା
ଲୋଭା ମନମୁଗ୍ଧ ଶୋଭାରାଜି
ଝିମି ଝିମି ସୁର ତାନରେ ନୂପୁର
ଭାଜୁ ଥିଲ ଗ୍ରୀଷ୍ମ କଷ୍ଟରାଜି (2)
ବନ ଉପବନ ପ୍ରାନ୍ତର କାନନ
ସବୁଜିମାମୟ ବସ୍ତ୍ରାବୃତ୍ତେ
ସାଧବ ବଧୂର ଅଙ୍କେ ଆଙ୍କିତୋର
ପାଦ ପାତ ବୀଣା ସୁସଂଗୀତେ (3)
କ୍ଷେତେ କର୍ମରତ ଜନ ମୁଖ ଗୀତ
ଗୃହ ଲଷ୍ମୀ ସୃଷ୍ଟି ହୁଳହୁଳି
ଦେବରାଜ ସଭା ଅପ୍ସରୀଙ୍କ ଆଭା
ନୃତ୍ୟରତା ନୁହଁ ଆଜିକାଲି (4)
କୁହଇ ଶ୍ରାବଣୀ ବାହୁନି ବାହୁନି
ଶ୍ରେଷ୍ଠପ୍ରାଣୀ ଭ୍ରାତା, ମୁଁ ଭଗିନୀ
ଭାଇ ମୋ ବିଜ୍ଞାନ ବଳେ ବଳିୟାନ
ଶ୍ରବଣା ଗଢିଲା ମୋତେ ପୁଣି (5)
ଉପଭୋଗ୍ୟ ଲୋଭ ହରି ମୋ ଶୁଲୋଭ
ମୋହେ ମାତି କଲେ ହୀନିମାନୀ
ଶ୍ରୀହୀନ ପରାୟେ ପଡି ଅଛି କାୟେ
ପ୍ରଶବ ବିହୀନ ମୁଁ ଜନନୀ (6)
ତ୍ରିପତି ପ୍ରଧାନ
ସଂସ୍କୃତ ଶିକ୍ଷକ, ଚିକିଟି, ଗଞ୍ଜାମ