ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ପରିଣାମ

ପରିଣାମ

         ଜ୍ୟୋତ୍ସ୍ନା ରାଣୀ ଦେବୀ

 

କୋଇଲି ଡାକଇ କୁହୁ ଗୋ ଫୁଲ ବଉଳବେଣୀ

ବସନ୍ତ ଆସିଲା ମଳୟ ତ ନାହିଁ ମୁହଁ ମାଡି ଶୁଏ ବୋହୂ ଲୋ ଫୁଲ ବଉଳବେଣୀ ।

 

ମଧୁକାଳେ ମଧୁବାସ ଲୋ ଫୁଲ ବଉଳବେଣୀ

ନାହିଁ ଆଉ ଏବେ, ଘୋର ଗିରିଷମ ବିରାଜଇ ବାରମାସ ଗୋ ଫୁଲ ବଉଳବେଣୀ ।

 

ଖରା ମାରେ ଟାଇଁଟାଇଁ ଗୋ ଫୁଲ ବଉଳବେଣୀ

ଝାଳନାଳ ହୋଇ ଚଷା ବାପୁଡାଟି ବସିଛି ଆକାଶେ ଚାହିଁ ଗୋ ଫୁଲ ବଉଳବେଣୀ ।

 

ପିଇବାକୁ ନାହିଁ ଜଳ ଗୋ ଫୁଲ ବଉଳବେଣୀ

ଜୀବଜନ୍ତୁ କୁଳ ତୃଷାରେ ମରନ୍ତି ହୁଅନ୍ତି ବଡ ଆକୁଳ ଗୋ ଫୁଲ ବଉଳବେଣୀ ।

 

ଝରୁଅଛି ସତେ ନିଆଁ ଗୋ ଫୁଲ ବଉଳବେଣୀ

କୃତ୍ରିମ ପବନ ଲାଗେ ବିଷମୟ ଦିଏନି ଶୀତଳଛୁଆଁ ଗୋ ଫୁଲ ବଉଳବେଣୀ ।

 

ମେଘ କି କରିଛି ରୋଷ ଗୋ ଫୁଲ ବଉଳବେଣୀ

ଧୂସର ଆକାଶ ନାହିଁ ନୀଳକାନ୍ତି ନାହିଁ କମନୀୟ ବେଶ ଗୋ ଫୁଲ ବଉଳବେଣୀ ।

 

କାହାକୁ କହିବା କିସ ଗୋ ଫୁଲ ବଉଳବେଣୀ

ନିଜ ପାଇଁ ନିଜେ ଗାଡ଼ ଖୋଳି ଆଜି ଭୋଗୁ ପରିଣାମ ବିଷ ଗୋ ଫୁଲ ବଉଳବେଣୀ ।

ବ୍ରହ୍ମପୁର, ଗଂଜାମ

Related posts

ପୂଜା ବାଦି  ଙ୍କ କବିତା ମାୟା ମରୀଚିକା 

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଉର୍ମିଳାଙ୍କ ତ୍ୟାଗ

Sunil Chandra Nayak

ଉତ୍କଳ ରତ୍ନ ପ୍ରତିଭା ସମାରୋହ ଆସନ୍ତା ୧୦ରେ

Sunil Chandra Nayak

Leave a Comment

error: Content is protected !!