ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ ଆରୋହୀ ଗୁରୁତର

ଗୋଳାମୁଣ୍ଡା/୧୬/୭/ମସିହା/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ, ଦଶପୁର ଫାଣ୍ଡି ଅଧିନସ୍ଥରେ ଥିବା ଚିଲଗାଁ ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହୋଇଥିବା ବାଇକ ଆରୋହୀ ଗୁରୁତର ।. ସୂଚନା ଯେ ଧର୍ମଗଡ ବ୍ଲକ ତମ୍ବାଛଡା ଗ୍ରାମର ବିଜମଲ ସେନାପତି ଏବଂ ତାଙ୍କ ପତ୍ନୀ ନିଜ ଆତ୍ମୀୟ ଲୋକଙ୍କ ଘରକୁ କୁଣିଆ ଭାବରେ ଯାଇ ଫେରୁଥିବା ବେଲେ ଚିଲଗାଁ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହୋଇ ଥିଲେ।. ଦୁର୍ଘଟଣା ହେଵା ଫଳରେ ବିଜମଲ ଙ୍କ ମୁଣ୍ଡରେ, ହାତ, ଗୋଡ଼ରେ ଅଧିକ କ୍ଷତାକ୍ତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କ ଆଣ୍ଠୁ ରେ କ୍ଷତାକ୍ତ ହୋଇ ଗୁରୁତର ହୋଇଥିବା ଦେଖିବାକୁ ମିଳିଥିଲା.। ଖବର ପାଇ ଅଞ୍ଚଳବାସୀ ଘଟଣା ସ୍ଥଳ କୁ ପହଞ୍ଚି 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ, ଗୁରୁତର କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ.। ଅଧିକ ଗୁରୁତର ଥିବାରୁ ବିଜମଲ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ ଡାକ୍ତର।.ଉକ୍ତ ଘଟଣା ସ୍ଥଳରେ ଦଶପୁର ପଞ୍ଚାୟତ ସରପଞ୍ଚ ରଂଜନ ସାହୁ, କୁମାରୀ ଗ୍ରାମ ରଜଗଜୀବନ ସାହୁ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ରହି ସହାୟତା ଯୋଗାଇ ଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା, ପ୍ରତିନିଧି,

Related posts

ପୁଟୁପଡା ରାସ୍ତା ଖୋଲି ଅବରୋଧ

Sunil Chandra Nayak

କଳାହାଣ୍ଡି, ନୂଆପଡା ଜିଲ୍ଲାରେ ଚୋର ଆତଙ୍କ, ଚନ୍ଦାହାଣ୍ଡି ରେ କୋକୁଆ ଭୟ

Sunil Chandra Nayak

ମୂଳଧର୍ମକୁ ଫେରିଲେ ତିନି ବାରଣ ପରିବାର

Sunil Chandra Nayak

Leave a Comment

error: Content is protected !!