ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରପାତରେ ଵୃଦ୍ଧା ଗୁରୁତର

ପାପଡାହାଣ୍ଡି,18/9, ମନିସ –– ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ହିର୍ଲି ଗ୍ରାମରେ ରବିବାର ବଜ୍ରପାତରେ ଜଣେ ଵୃଦ୍ଧା ଗୁରୁତର ହୋଇଛନ୍ତି | ତାଙ୍କ ନାମ ଉଲ୍ଲାସୀ ପୂଜାରୀ | ଅପରାହ୍ନରେ ଅଞ୍ଚଳରେ ଘଡ ଘଡି ସହ ବର୍ଷା ପବନ ହୋଇଥିଲା | ଏହି ସମୟରେ ଉଲ୍ଲାସି ଘର ଅଗଣାରେ ବାହାରିଥିବା ସମୟରେ ନିକଟସ୍ତ ଆମ୍ବ ଗଛରେ ଉପରେ ବଜ୍ର ପାତ ହୋଇଥିଲା | ଏଥିରେ ସେ ଅଚେତ ହୋଇପଡ଼ିଥିଲେ | ପରିବାର ଲୋକେ ଉଦ୍ଧାର କରି ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ |. ବର୍ତମାନ ତାଙ୍କର ଅବସ୍ଥା ସ୍ଥିର ଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ

Related posts

ବାଲେଶ୍ବର – ବିଜେପିକୁ ଶକ୍ତ ଝଟକା, ଦଳ ପରିତ୍ୟାଗ କଲେ ତିନି ବରିଷ୍ଠ ବିଜେପି ନେତା 

Sunil Chandra Nayak

ମହିଳା ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗ ର ସେମିନାର

Sunil Chandra Nayak

ନୂଆଖାଇ ପର୍ବ ମହା ଆଡମ୍ବରରେ ପାଳିତ 

Sunil Chandra Nayak

Leave a Comment

error: Content is protected !!